Advertisment

ପୋର୍ସ କାର୍ ଦୁର୍ଘଟଣା, ବନ୍ଧା ହେଲେ ଅଭିଯୁକ୍ତର ଜେଜେ ବାପା

ଶନିବାର ଭୋର ୩ଟା ବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ସୁରେନ୍ଦ୍ର ଅଗ୍ରୱାଲଙ୍କୁ ତାଙ୍କ ଘରୁ ଗିରଫ କରିଛି।

author-image
Madhupriya Mistry
Pune Porsche crash

Pune Porsche crash

ମହାରାଷ୍ଟ୍ର ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ବାପାଙ୍କ ପରେ ବନ୍ଧା ହେଲେ ଅଭିଯୁକ୍ତ ନାବାଳକର ଜେଜେ ବାପା। ପୁଲିସ ସୁରେନ୍ଦ୍ର ଅଗ୍ରଓ୍ୱାଲ ତଥା ଅଭିଯୁକ୍ତଙ୍କ ଜେଜେ ବାପାଙ୍କୁ ଆଜି ଗିରଫ କରିଛି। ସେ ଡ୍ରାଇଭର୍‌କୁ ଧମକାଇଥିବା ଅଭିଯୋଗ ରହିଛି।

Advertisment

ପୁଲିସର ସୂଚନାନୁସାରେ, ସୁରେନ୍ଦ୍ର ଅଗ୍ରୱାଲ ଡ୍ରାଇଭର ଗଙ୍ଗରାମଙ୍କୁ ଧମକ ଦେଇଥିଲେ। ପୁଅ ବିଶାଲ ଅଗ୍ରୱାଲ ଏବଂ ବୋହୂ ସହ ମିଶି ଦୁର୍ଘଟଣା ସମୟରେ ସେ ପୋର୍ସ କାର ଚଳାଉଥିବା ନେଇ ବୟାନ ଦେବାକୁ ତାଙ୍କୁ ବାଧ୍ୟ କରିଥିଲେ। ଶନିବାର ଭୋର ୩ଟା ବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ସୁରେନ୍ଦ୍ର ଅଗ୍ରୱାଲଙ୍କୁ ତାଙ୍କ ଘରୁ ଗିରଫ କରିଛି।

ଡ୍ରାଇଭର ଗଙ୍ଗରାମଙ୍କ ଅଭିଯୋଗ ଆଧାରରେ ପୁଣେ କ୍ରାଇମ ବ୍ରାଞ୍ଚ ସୁରେନ୍ଦ୍ର ଅଗ୍ରୱାଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରେନ୍ଦ୍ର ଅଗ୍ରୱାଲ ଏବଂ ତାଙ୍କ ଲୋକମାନେ ତାଙ୍କୁ ଅପହରଣ କରି ତାଙ୍କ ସହ ମାର୍‌ପିଟ୍‌ କରିଥିଲେ। ଦୁର୍ଘଟଣା ଦିନ ପୋର୍ସେ କାର ଚଳାଉଥିବା ନେଇ ସ୍ୱୀକାର କରିବାକୁ ତାଙ୍କୁ ଧମକ ଦେଇଥିଲେ ବୋଲି ଗଙ୍ଗାରାମ ଅଭିଯୋଗ କରିଛନ୍ତି।

Advertisment

ଘଟଣା ଦିନ ନାବାଳକ ଅଭିଯୁକ୍ତ ଗାଡି ଚଳାଉନଥିଲା। ତାଙ୍କ ସ୍ଥାନରେ ଅନ୍ୟ କେହି ଗାଡି ଚଳାଉଥିବା ନେଇ ତାଙ୍କ ପରିବାର ତରଫରୁ କୁହାଯାଇଥିଲା। ଏନେଇ ଖୋଦ ନାବାଳକ ଓ ଗିରଫ ହୋଇଥିବା ତାଙ୍କ ପିତା ପୁଲିସ୍‌ ସମ୍ମୁଖରେ ବୟାନ ରେକର୍ଡ କରିଛନ୍ତି। ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ନାବାଳକଙ୍କ ଦୁଇ ସାଙ୍ଗ ବି ଏହି କଥା କହିଥିଲେ।

କହିରଖୁ ଯେ, ତିନି ଦିନ ପୂର୍ବେ ୧୭ ବର୍ଷର ଜଣେ ନାବାଳକ ମଦ ନିଶାରେ ନିଜର ଦାମୀ ପୋର୍ସ କାର୍‌ ଚଳାଇ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ମଧ୍ୟପ୍ରଦେଶର ଦୁଇ ଜଣ ଇଂଜିନିୟର ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ପୁଣେରେ ରହି କାମ କରୁଥିଲେ।

ଏହି ମାମଲାରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ କିଛି ସର୍ତ୍ତ ଆଧାରରେ ଅଭିଯୁକ୍ତ ନାବାଳକକୁ ଛାଡି ଦେଇଥିଲେ। ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଇଥିଲେ। ଏହାପରେ ପୁଲିସ୍‌ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି। ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ବାରର ଦୁଇଜଣ ମ୍ୟାନେଜର, ବାରର ମାଲିକ, ହୋଟେଲ କର୍ମଚାରୀ ଏବଂ ଅଭିଯୁକ୍ତଙ୍କ ବାପା ବିଶାଲ ଅଗ୍ରୱାଲ ସାମିଲ ଅଛନ୍ତି।

Road Accident Grandfather Arrested Pune Porsche Crash