Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲା: ୨୫ ବର୍ଷ ଯାଏ କାର୍ ଚଳାଇ ପାରିବନି ଅଭିଯୁକ୍ତ

ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ଯୁବକ ଜଣକ ୯୦ ମିନିଟ୍‌ ମଧ୍ୟରେ ବାର୍‌ରେ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା।

pune-road-accident

pune-road-accident

Advertisment

ପୁଣେ ହିଟ୍ ଆଣ୍ଡ ରନ୍‌ ମାମଲାରେ ସାମ୍ନକୁ ଆସିଛି ନୂଆ ଅପ୍‌ଡେଟ୍‌। ଏହି ମାମଲାର ଅଭିଯୁକ୍ତ ନାବାଳକର ଗାଡିକୁ ଜବତ କରିଛି ପୁଲିସ। ଏଥିସହ ୨୫ ବର୍ଷ ଯାଏଁ କାର୍ ଚଳାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ମହାରାଷ୍ଟ୍ରର ଟ୍ରାନ୍ସପୋର୍ଟ କମିଶନର ବିବେକ ଭିମନଓ୍ୱର ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ଦୁର୍ଘଟଣା ଘଟାଇଥିବା କାର୍‌ ଉପରେ ପୂର୍ବର ରେଜିଷ୍ଟ୍ରେସନ୍ ଟଙ୍କା ବାକି ଥିବା ଜଣାପଡିଛି। ଏହାସହ ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ଯୁବକ ଜଣକ ୯୦ ମିନିଟ୍‌ ମଧ୍ୟରେ ବାର୍‌ରେ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ଯେଉଁ ବାରରେ ମଦ୍ୟପାନ କରିଥିଲା ସେଠାରୁ ତାଙ୍କ ନାଁରେ ୪୮ ହଜାର ଟଙ୍କାର ବିଲ୍ ଜବତ କରିଛି ପୁଲିସ।

ପୁଲିସ ସୂଚନା ମୁତାବକ, ଦୁର୍ଘଟଣା ପୂର୍ବରୁ ଅଭିଯୁକ୍ତ ଜଣକ ନିଜ ସାଙ୍ଗମାନଙ୍କ ସହ ରାତି ୧୦.୪୫ରେ କୋସି ପବ୍‌କୁ ଯାଇଥିଲା। କିନ୍ତୁ ସେଠାରେ ସେବା ବନ୍ଦ ହୋଇଯାଇଥିବା ଜାଣିବା ପରେ ଏହାପରେ ସେଠାରୁ ବାହାରି ଅନ୍ୟ ଏକ ପବ୍‌ ବ୍ଲାକ୍‌ ମାରିଏଟ୍‌କୁ ଯାଇଥିଲା। ସେଠାରେ ସାଙ୍ଗ ମାନଙ୍କ ସହ ମିଶି ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ପୁଣେର ଏହି ଦୁଇଟି ପବ୍‌କୁ ଏବେ ସିଲ୍‌ କରାଯାଇଛି।

Advertisment

ଗତକାଲି ଏହି ଦୁର୍ଘଟଣା ମାମଲାରେ ପୁଣେ ପୁଲିସ ଅଭିଯୁକ୍ତ ନାବାଳକର ବିଲ୍‌ଡର୍‌ ବାପା ଅମିତ ଅଗ୍ରଓ୍ୱାଲଙ୍କୁ ଗିରଫ କରିଥିଲା। ଏହାର କିଛି ସମୟ ପରେ ଦୁର୍ଘଟଣା ପୂର୍ବରୁ ଯେଉଁ ବାର୍‌ରେ ଅଭିଯୁକ୍ତ ପାର୍ଟି କରିଥିଲା ସେହି ବାର୍‌ ମାଲିକ ଓ ମ୍ୟାନ୍‌ଜରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ତେବେ ସବୁଠୁ କ୍ଷୋଭର ବିଷୟ ହେଉଛି, ଯୁବକ ଜଣକ ଏତେ ବଡ ଦୁର୍ଘଟଣା ଘଟାଇବା ପରେ ତାଙ୍କୁ ପୁଲସ ଗିରଫ କରିଥିଲା। କିନ୍ତୁ ଗିରଫର ମାତ୍ରି ୧୪ ଘଣ୍ଟା ପରେ ତାଙ୍କୁ ନାବାଳକ ହୋଇଥିବା ଆଧାରରେ କୋର୍ଟ କିଛି ସର୍ତ୍ତ ରଖି ଛାଡି ଦେଇଛନ୍ତି। ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଶନିବାର ଦିନ ଜଣେ ୧୭ ବର୍ଷୀୟ ନାବାଳକ ନିଜର ଦାମୀ ତଥା ଲଗଜୁରୀ ପୋର୍ସ କାର୍‌କୁ  ଦ୍ରୁତ ଗତିରେ ଚଳାଇ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ୨ଜଣ ଆଇଟି ଇଞ୍ଜିନିଅରଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମଧ୍ୟ ପ୍ରଦେଶର ଅନୀଶ ଅୱଧିୟ, ଓ ଅଶ୍ୱିନୀ କୋସ୍ତା।

Road Accident Pune Accident Porsche Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe