Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲା: ବାଳ ସୁଧାର ଗୃହକୁ ଗଲା ଅଭିଯୁକ୍ତ, ବେଲ୍‌ ରଦ୍ଦ

ପୂର୍ବରୁ ଅଭିଯୁକ୍ତର ବିଲ୍ଡର ବାପାକୁ ପୁଲିସ ଗିରଫ କରି ସାରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Pune Accident

Pune Accident

ବହୁ ଚର୍ଚ୍ଚିତ ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଅଭିଯୁକ୍ତ ଥିବା ୧୭ ବର୍ଷୀୟ ନାବାଳକର ରଦ୍ଦ ହୋଇଛି ବେଲ୍‌। ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ବୁଧବାର ନାବାଳକର ବେଲ୍‌କୁ ବାତିଲ କରିଛନ୍ତି। ଏଥିସହ ତାକୁ ବାଳ ସୁଧାର ଗୃହକୁ ପଠାଇ ଦେଇଛନ୍ତି। ସେହିରପି ପୂର୍ବରୁ ଅଭିଯୁକ୍ତର ବିଲ୍ଡର ବାପାକୁ ପୁଲିସ ଗିରଫ କରିଥିଲା। କୋର୍ଟ ତାଙ୍କୁ ମେ' ୨୪ ଯାଏ ପୁଲିସ ରିମାଣ୍ଡକୁ ପଠାଇଛନ୍ତି।

Advertisment

ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଜୁଭେନାଇଲ ଜଷ୍ଟିସ ବୋର୍ଡ ନାବାଳକ ଅଭିଯୁକ୍ତକୁ ଜୁନ୍‌ ୫ ଯାଏଁ ବାଳ ସୁଧାର ଗୃହକୁ ପଠାଇଛନ୍ତି। ନାବାଳକ ଅଭିଯୁକ୍ତ ଉପରେ ବୟସ୍କଙ୍କ ପରି ବିଚାର କରାଯିବା ଉଚିତ। ଏଥିପାଇଁ ପୁଲିସ ଉଚ୍ଚ ନ୍ୟାୟାଳୟର ଆବେଦନ କରିଛି ବୋଲି ପୁଣେ ପୁଲିସ କମିଶନର ଅମିତେଶ କୁମାର କହିଛନ୍ତି।

କହିରଖୁ ଯେ, ତିନି ଦିନ ପୂର୍ବେ ୧୭ ବର୍ଷର ଜଣେ ନାବାଳକ ମଦ ନିଶାରେ ନିଜର ଦାମୀ ପୋର୍ସ କାର୍‌ ଚଳାଇ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ମଧ୍ୟପ୍ରଦେଶର ଦୁଇ ଜଣ ଇଂଜିନିୟର ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ପୁଣେରେ ରହି କାମ କରୁଥିଲେ।

Advertisment

ଏହି ମାମଲାରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ କିଛି ସର୍ତ୍ତ ଆଧାରରେ ଅଭିଯୁକ୍ତ ନାବାଳକକୁ ଛାଡି ଦେଇଥିଲେ। ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଇଥିଲେ। ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ବାରର ଦୁଇଜଣ ମ୍ୟାନେଜର, ବାରର ମାଲିକ, ହୋଟେଲ କର୍ମଚାରୀ ଏବଂ ଅଭିଯୁକ୍ତଙ୍କ ବାପା ବିଶାଲ ଅଗ୍ରୱାଲଙ୍କ ନାମ ସାମିଲ ଅଛି।

ସେପଟେ ଏହି ଦୁର୍ଘଟଣା ମାମଲାରେ ସୋମବାର ପୁଣେର ଦୁଇଟି ବାର୍‌କୁ ସିଲ୍‌ କରାଯାଇଛି। ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ୧୭ ବର୍ଷୀୟ ନାବାଳକ ଏହି ବାରରେ ମଦ ପିଇଥିବା ପୁଲିସ ସୂଚନା ଦେଇଛି।

Road Accident Pune Porsche Crash