Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଟ୍ୱିଷ୍ଟ; ନାବାଳକଙ୍କ ପିତା କହିଲେ - ପୁଅ ନୁହେଁ, ଡ୍ରାଇଭର ଚଲାଉଥିଲା ଗାଡ଼ି

ଖୋଦ ନାବାଳକ ଓ ଗିରଫ ହୋଇଥିବା ତାଙ୍କ ପିତା ପୁଲିସ୍‌ ସମ୍ମୁଖରେ ବୟାନ ରେକର୍ଡ କରିଛନ୍ତି। ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ନାବାଳକଙ୍କ ଦୁଇ ସାଙ୍ଗ ବି ଏହି କଥା କହିଛନ୍ତି।

Accident

Accident

Advertisment

ବହୁ ଚର୍ଚ୍ଚିତ ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଆସିଛି ଟ୍ୱିଷ୍ଟ । ଦୁର୍ଘଟଣା ସମୟରେ ଅଭିଯୁକ୍ତ ନାବାଳକ ନୁହେଁ ଡ୍ରାଇଭର ଗାଡ଼ି ଚଳାଉଥିଲେ। ଏନେଇ ଖୋଦ ନାବାଳକ ଓ ଗିରଫ ହୋଇଥିବା ତାଙ୍କ ପିତା ପୁଲିସ୍‌ ସମ୍ମୁଖରେ ବୟାନ ରେକର୍ଡ କରିଛନ୍ତି। ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ନାବାଳକଙ୍କ ଦୁଇ ସାଙ୍ଗ ବି ଏହି କଥା କହିଛନ୍ତି।

Advertisment

ଅଭିଯୁକ୍ତ ନାବାଳକଙ୍କ ପିତା ରିୟଲ ଇଷ୍ଟେଟ ଡେଭଲପର ବିଶାଲ ଅଗ୍ରୱାଲଙ୍କ କହିବାନୁଯାୟୀ, ତାଙ୍କ ଡ୍ରାଇଭର ହିଁ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିଲେ। ଏହାପରେ ଗତ ରାତିରେ ଡ୍ରାଇଭରଜଣକ ନିଜ ବୟାନ ରେକର୍ଡ କରି ସେ ହିଁ ଗାଡ଼ି ଚଳାଉଥିବା କହିଛନ୍ତି ।

ଦାମୀ ପୋର୍ସ କାର୍‌ଟି ଅଗ୍ରୱାଲ ପରିବାର ନାଁରେ ଥିବା ରିୟଲ ଇଷ୍ଟେଟ ଫାର୍ମ ନାଁରେ ରହିଛି। ଅଭିଯୁକ୍ତ ନାବାଳକଙ୍କ ଜେଜେ ସୁରେନ୍ଦ୍ର ଅଗ୍ରୱାଲ ଉକ୍ତ ଫାର୍ମର ମାଲିକ ଥିବାରୁ ପୁଲିସ୍‌ ତାଙ୍କୁ ପଚରାଉଚରା କରୁଛି।

Advertisment

ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ପୁଲିସ୍ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯୋଗାଡ଼ କରିବାରେ ଲାଗି ପଡ଼ିଛି। ଏଥିସହ ପୁଲିସ୍‌ ତରଫରୁ ଅଦାଲତରେ ଦିଆଯାଇଥିବା ବୟାନ ଅନୁଯାୟୀ,ନାବାଳକଜଣକ କାର୍‌ ଚଳାଇବାରୁ ଇଚ୍ଛା ପ୍ରକଟ କରିବାରୁ ଡ୍ରାଇଭର ତାଙ୍କ ପିତାଙ୍କୁ ଫୋନ୍‌ କରିଥିଲେ। ଏହାପରେ ବିଶାଳ ଅଗ୍ରୱାଲ ପୁଅକୁ ଗାଡ଼ି ଚଳାଇବାକୁ ସୁଯୋଗ ଦେବାକୁ ଅନୁମତି ଦେଇଥିଲେ। ଏହି ଅଭିଯୋଗରେ ପୁଲିସ୍ ବିଶାଳଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି। ତେଣୁ ଡ୍ରାଇଭରଙ୍କୁ ଏହି ମାମଲାରେ ସାକ୍ଷୀ ରୂପେ ହାଜର କରିବାକୁ ପୁଲିସ୍‌ ତତ୍ପରତା ପ୍ରକାଶ କରିଛି।

ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ନିମନ୍ତେ ପୁଲିସ୍‌ ବିଶାଲଙ୍କ ମୋବାଇଲ ଫୋନ୍‌ ଜବତ କରି ଯାଞ୍ଚ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କ ଜେଜେ ସୁରେନ୍ଦ୍ର ଅଗ୍ରୱାଲଙ୍କୁ ବି ପଚରାଉଚରା କରିଛି। ପୁଲିସ୍‌ କାର୍‌କୁ ଜବତ କରି ଫରେନସିକ୍‌ ଟିମ୍‌ ଦ୍ୱାରା ତାହାର ଯାଞ୍ଚ କରିଛି।

କହିରଖୁ ଯେ, ତିନି ଦିନ ପୂର୍ବେ ୧୭ ବର୍ଷର ଜଣେ ନାବାଳକ ମଦ ନିଶାରେ ନିଜର ଦାମୀ ପୋର୍ସ କାର୍‌ ଚଳାଇ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ମଧ୍ୟପ୍ରଦେଶର ଦୁଇ ଜଣ ଇଂଜିନିୟର ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ପୁଣେରେ ରହି କାମ କରୁଥିଲେ।

ଏହି ମାମଲାରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ କିଛି ସର୍ତ୍ତ ଆଧାରରେ ଅଭିଯୁକ୍ତ ନାବାଳକକୁ ଛାଡି ଦେଇଥିଲେ। ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଇଥିଲେ। ଏହାପରେ ପୁଲିସ୍‌ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି । ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ବାରର ଦୁଇଜଣ ମ୍ୟାନେଜର, ବାରର ମାଲିକ, ହୋଟେଲ କର୍ମଚାରୀ ଏବଂ ଅଭିଯୁକ୍ତଙ୍କ ବାପା ବିଶାଲ ଅଗ୍ରୱାଲ ସାମିଲ ଅଛନ୍ତି।

Road Accident Pune Accident Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe