Advertisment

ନାବାଳକଙ୍କ କାର୍ ଧକ୍କାରେ ଯାଇଥିଲା ୨ ଜଣଙ୍କ ଜୀବନ; ଜାମିନ ଦେଇ ପ୍ରବନ୍ଧ ଲେଖିବାକୁ କହିଲେ କୋର୍ଟ

ଦୁର୍ଘଟଣା ଘଟାଇଥିବା ନାବଳକଙ୍କୁ ଜାମିନ ଦେଇ କୋର୍ଟ "ସଡକ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ" ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିବାକୁ କହିଛନ୍ତି।

ଅଦ୍ୟତନ ହୋଇଛି
Accident File Photo

Accident File Photo

Advertisment

ପୁଣେରେ ଜଣେ ନାବାଳକଙ୍କ କାର୍ ଧକ୍କାରେ ଯୁବକ-ଯୁବତୀଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଚାଳକଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଗିରଫର ୧୪ ଘଣ୍ଟା ମଧ୍ୟରେ ୧୭ ବର୍ଷୀୟ ନାବାଳକଙ୍କୁ କୋର୍ଟ କେତେକ ସର୍ତ୍ତ ରଖି ଜାମିନ ଦେଇଛନ୍ତି। ଏହି ସର୍ତ୍ତ ମଧ୍ୟରେ କୋର୍ଟ ନାବାଳକଙ୍କୁ  "ସଡକ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ" ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିବାକୁ କହିଛନ୍ତି। 

Advertisment

ଜାମିନ ଶୁଣାଣିର ସବିଶେଷ ତଥ୍ୟ ସାର୍ବଜନୀନ କରାଯାଇ ନଥିଲେ ମଧ୍ୟ ପୁଲିସର ସୂଚନା ଅନୁସାରେ ନାବାଳକଙ୍କ ଜାମିନ ଆବେଦନର ଶୁଣାଣି ସମୟରେ କୋର୍ଟ କହିଥିଲେ, ଜାମିନ ନାମାଞ୍ଜୁର କରିବା ଭଳି ଅପରାଧ ଏହା ନୁହେଁ। ସେ ବେଲ୍ ପାଇପାରିବେ, କିନ୍ତୁ ଏଥିପାଇଁ ତାଙ୍କୁ କେତେକ ସର୍ତ୍ତ ପୂରଣ କରିବାକୁ ପଡ଼ିବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ନାବାଳକଙ୍କୁ ନିମ୍ନସ୍ତ ସର୍ତ୍ତ ମାନିବାକୁ ପଡ଼ିବ... 

  • ଟ୍ରାଫିକ୍ ପୁଲିସ ସହିତ ୧୫ ଦିନ କାମ କରିବେ।
  • ମାନସିକ ରୋଗର ପରୀକ୍ଷା ଏବଂ ଚିକିତ୍ସା କରାଇବେ।
  • "ସଡକ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ" ଉପରେ ୩୦୦ ଶବ୍ଦ ବିଶିଷ୍ଟ ପ୍ରବନ୍ଧ ଲେଖିବେ।
  • ନିଶା ନିବାରଣ କେନ୍ଦ୍ରରେ ରହିବେ।
  • ଟ୍ରାଫିକ୍ ନିୟମ ଉପରେ ପଢିବା ପରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ଏ ଉପରେ ନିଜର ପ୍ରଜେଣ୍ଟେସନ ଦେବେ।
  • ଯଦି ଭବିଷ୍ୟତରେ କାହାକୁ ଦୁର୍ଘଟଣାରେ ଶିକାର ହେବାର ଦେଖନ୍ତି, ତେବେ ସାହାଯ୍ୟ କରିବେ। 
Advertisment

ପ୍ରକାଶ ଥାଉ କି, ନାବାଳକ ଜଣକ ପୁଣେର ଜଣେ ବିଲ୍ଡରଙ୍କ ପୁଅ। ସେ ଶନିବାର ବିଳମ୍ବିତ ରାତିରେ ଦାମୀ ପୋର୍ସେ କାର୍ ନେଇ ଯିବା ସମୟରେ ଦୁର୍ଘଟଣା ଘଟାଇଥିଲେ। ଏଥିରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ୍ ଉପରକୁ ଉଠିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ।

ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକେ ନାବାଳକଙ୍କଉ ଅଟକ ରଖି ପୁଲିସରେ ଜିମା ଦେଇଥିଲେ। ଆଜି କୋର୍ଟ ତାଙ୍କୁ ଉପରସ୍ଥ କିଛି ସର୍ତ୍ତ ରଖି ଜାମିନ ଦେଇଛନ୍ତି।  

Accident Pune Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe