Advertisment

ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ହାଇକୋର୍ଟଙ୍କ ରାୟ; ମୁକୁଳିବ ନାବାଳକ

ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଧାର ଗୃହରୁ ମୁକୁଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅଦ୍ୟତନ ହୋଇଛି
Accident Car

Accident Car

Advertisment

ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲା ଉପରେ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଦୁର୍ଘଟଣା ଘଟାଇଥିବା ନାବାଳକାକୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଏଥିସହ କୋର୍ଟ ରିମାଣ୍ଡ ଆଦେଶକୁ ବେଆଇନ ବୋଲି ଦର୍ଶାଇଛନ୍ତି।

Advertisment

ମେ'ରେ ଜଣେ ୧୭ ବର୍ଷୀୟ ନାବାଳକ ଦାମୀ ପୋର୍ସେ କାର୍ ଚଳାଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟାଇଥିଲେ, ଯେଉଁଥିରେ ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ପର ଦିନ ନାବାଳକଙ୍କୁ ଏକ ତଳ କୋର୍ଟ ବେଲ୍ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦୁର୍ଘଟଣା ଘଟାଇବାର କିଛି ସମୟ ପୂର୍ବରୁ ନାବାଳକ ପବରେ ମଦ ପିଉଥିବାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା।

ଏହାପରେ ବିବାଦ ବଢିବାରୁ ନାବାଳକଙ୍କ ବାପାଙ୍କୁ ଗିରଫ କରାଯିବା ସହ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ଏପରିକି ନାବାଳକଙ୍କ ବଞ୍ଚାଇବା ପାଇଁ ଡ୍ରାଇଭରଙ୍କୁ ସମସ୍ତ ଦୋଷ ମୁଣ୍ଡାଇବା ପାଇଁ ବାଧ୍ୟ କରିଥିବା ତାଙ୍କ ଜେଜେବାପା ଏବଂ ପରୀକ୍ଷା ପାଇଁ ତାଙ୍କ ମାଆ ରକ୍ତ ନମୂନା ଦେଇଥିବାରୁ ଗିରଫ ହୋଇଛନ୍ତି।

Advertisment

ମାସେ ହେବ ଚାଲିଥିବା ଏହି ବିବାଦ ଉପରେ ବମ୍ବେ ହାଇକୋର୍ଟ ରାୟ ଶୁଣାଇ ନାବଳକଙ୍କୁ ବାଳସୁଧାର ଗୃହରୁ ମୁକୁଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେ ଏବଂ ମଞ୍ଜୁଶା ଦେଶପାଣ୍ଡେ ଶୁଣାଣି ସମୟରେ କହିଛନ୍ତି ଯେ, ଦୁର୍ଘଟଣା ଦୁର୍ଭାଗ୍ୟଜନକ, ନାବାଳକକୁ ଏକ ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଇପାରିବ ନାହିଁ। ତାଙ୍କୁ ମୁକ୍ତ କରିବାକୁ କୋର୍ଟ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।

ନାବାଳକଙ୍କ ବାପାମାଆ ଓ ଜେଜେବାପା ବର୍ତ୍ତମାନ ଜେଲରେ ଥିବାରୁ ତାଙ୍କର ସମସ୍ତ ଦାୟିତ୍ୱ ତାଙ୍କ ପିଉସୀଙ୍କୁ ଦିଆଯାଇଛି।

Pune Accident Bombay High Court Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe