Advertisment

ଭିଆଇପି ଷ୍ଟାଟସ୍‌ ମାଗିଲେ ଟ୍ରେନି IAS, ବଦଳି କଲେ ସରକାର

ବ୍ୟକ୍ତିଗତ ଗାଡ଼ିରେ ନାଲିବତୀ ଲଗାଇବା ସହ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ ପୂଜା ଖେଡକର।

ଅଦ୍ୟତନ ହୋଇଛି
Puja Khedkar

Puja Khedkar

Advertisment

ଟ୍ରେନି(ପ୍ରଶିକ୍ଷାର୍ଥୀ) ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର। ତାଙ୍କୁ ପୁଣେରୁ ୱାଶିମକୁ ଟ୍ରାନ୍ସଫର୍ କରାଯାଇଛି। ପଦର ଅପବ୍ୟବହାର ଅଭିଯୋଗରେ ବଦଳି କରାଯାଇଥିବା ସୂଚନା ମିଳିଛି।

Advertisment

ପୂଜା ଖେଡକରଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ କରି ପୁଣେ ଜିଲ୍ଲାପାଳ ଡ. ସୁହାସ ଦିୱାସ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ଏହା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଦଳି ପରେ 2023 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଏବେ ୱାଶିମ୍ ଜିଲ୍ଲାର ​​ସହାୟକ ଜିଲ୍ଲାପାଳ ଭାବରେ କାର୍ଯ୍ୟକରିବେ।

ଅଭିଯୋଗ ଅନୁସାରେ, ଖେଡକର ଜିଲ୍ଲାପାଳ କାର୍ଯ୍ୟାଳୟରୁ ଭିଆଇପିଙ୍କ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ, ଯାହା ପ୍ରୋବେସନ ଅବଧି ସମୟରେ ମିଳିନଥାଏ।ଭିଆଇପି ନମ୍ବର ପ୍ଲେଟ୍ ସହ ଏକ ସରକାରୀ କାର୍, ଆବାସ, ପର୍ଯ୍ୟାପ୍ତ କର୍ମଚାରୀ ଥିବା ଏକ ସରକାରୀ କୋଠରୀ ଏବଂ ଜଣେ କନଷ୍ଟେବଳ ନିଯୁକ୍ତ କରିବାକୁ ଦାବି କରିଥିଲେ ପୂଜା ଖେଡକର।

Advertisment

ଏହା ବ୍ୟତୀତ ସେ ନିଜର ବ୍ୟକ୍ତିଗତ ଅଡି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ବ୍ୟବହାର କରିଥିଲେ, ଯାହା ପ୍ରଶାସନିକ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲା। କେବଳ ଏତିକି ନୁହେଁ ପୂଜା ଖେଡକର ତାଙ୍କ ବ୍ୟକ୍ତିଗତ କାରରେ ମଧ୍ୟ 'ମହାରାଷ୍ଟ୍ର ସରକାର' ବୋର୍ଡ ରଖିଥିଲେ। 

ଅତିରିକ୍ତ ଜିଲ୍ଲାପାଳ ଅଜୟ ମୋରଙ୍କ ଯିବା ପରେ ତାଙ୍କ ଚ୍ୟାମ୍ବରକୁ ବିନା ଅନୁମତିରେ ଦଖଲ କରିଥିଲେ ଏବଂ ସେଠାରେ ନିଜ ନାମର ବୋର୍ଡ ଲଗାଇଥିଲେ। ଏସବୁ କରି ପୂଜା ପଦର ଦୂରୁପୋଯୋଗ କରିଥିବା ଅଭିଯୋଗ ହୋଇଛି।

ନିୟମ ଅନୁସାରେ, ଜଣେ ପ୍ରୋବେସନ୍ ଅଧିକାରୀଙ୍କୁ ଉପରୋକ୍ତ ସୁବିଧା ଯୋଗାଇ ଦିଆଯାଏ ନାହିଁ। ପ୍ରଥମେ ସେମାନଙ୍କୁ ଗେଜେଟେଡ୍ ଅଫିସର ଭାବରେ ନିଯୁକ୍ତ କରାଯାଏ।  

2023 ପ୍ରଶାସନିକ ପରୀକ୍ଷାରେ 841 ରାଙ୍କ ପାଇଥିଲେ ପୂଜା ଖେଡକର। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ସେ ମଧ୍ୟ ଝିଅର ଅତିରିକ୍ତ ଦାବି ପୂରଣ କରିବାକୁ ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟ ଉପରେ ଚାପ ପକାଇ ଆସୁଥିବା ଅଭିଯୋଗ ହୋଇଛି। 

Ias Officer Puja Khedkar Misuse Of Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe