Advertisment

ଦୁଷ୍କର୍ମ ମାମଲାରେ ଗିରଫ ବିଧାୟକ ପୁଲିସକୁ ଗୁଳି କରି ଖସିଗଲେ

ପୁଲିସ୍‌ ତାଙ୍କୁ ହରିୟାଣାର କର୍ଣ୍ଣାଲରୁ ଗିରଫ କରି ସ୍ଥାନୀୟ ଥାନାକୁ ନେଉଥିବା ବେଳେ ଏପରି ଘଟଣା ଘଟିଛି। ବିଧାୟକ ଓ ତାଙ୍କ ସହଯୋଗୀ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି କରିଥିବା ବେଳେ ଆଉ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲି ଯାଇଛନ୍ତି।

MLA

MLA

Advertisment

ଦୁଷ୍କର୍ମ ଭଳି ସାଂଘାତିକ ମାମଲାରେ ଗିରଫ ହୋଇଥିବା ପଞ୍ଜାବର କ୍ଷମତାସୀନ ଆପ୍‌ର ଜଣେ ବିଦ୍ରୋହୀ ବିଧାୟକ ପୁଲିସ୍‌ ହେପାଜତରୁ ଖସି ଯାଇଛନ୍ତି। ପୁଲିସ୍‌ ତାଙ୍କୁ ହରିୟାଣାର କର୍ଣ୍ଣାଲରୁ ଗିରଫ କରି ସ୍ଥାନୀୟ ଥାନାକୁ ନେଉଥିବା ବେଳେ ଏପରି ଘଟଣା ଘଟିଛି। ବିଧାୟକ ଓ ତାଙ୍କ ସହଯୋଗୀ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି କରିଥିବା ବେଳେ ଆଉ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲି ଯାଇଛନ୍ତି। ଏବେ ପୁଲିସ୍‌ ବିଧାୟକ ଓ ତାଙ୍କ ସହଯୋଗୀମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

Advertisment

ଆପ୍‌ ଟିକେଟରୁ ସାନୌର ଜିତିଥିବା ହରମୀତ ପଠାନମାଜରାଙ୍କୁ ଆଜି ସକାଳେ ପୁଲିସ୍‌ କର୍ଣ୍ଣାଲରୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନକୁ ନିଆଯାଉଥିଲା। କିନ୍ତୁ ହରମୀତ ଓ ତାଙ୍କ ସହଯୋଗୀମାନେ ପୁଲିସ୍‌ ଟିମ ଉପରକୁ ଗୁଳି ଚଳାଇଥିଲେ। ଜଣେ ପୁଲିସ୍ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ହେଲେ ବିଧାୟକ ଓ ତାଙ୍କ ସହଯୋଗୀମାନେ ତାଙ୍କ ଉପରେ ଗାଡ଼ି ମଡ଼ାଇ ଫେରାର ହୋଇ ଯାଇଛନ୍ତି। ଘଟଣାରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। 

ଫେରାର ହେବା ପାଇଁ ଗୋଟିଏ ସ୍କପ୍ରିଓ ଓ ଗୋଟିଏ ଫର୍ଚୁନର ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ଫର୍ଚୁନରକୁ ଜବତ କରିଛି। କିନ୍ତୁ ବିଧାୟକ ହରମୀତ ଆଉ ଗୋଟିଏ ଗାଡ଼ିରେ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ଜବତ ହୋଇଥିବା ଫର୍ଚୁନରରୁ ୩ଟି ବନ୍ଧୁକ ପୁଲିସ୍‌କୁ ମିଳିଛି।

Advertisment

ବିଧାୟକ ହରମୀତଙ୍କ ନାଁରେ ଦୁଷ୍କର୍ମ, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା ରହିଛି। ବିଧାୟକଙ୍କ ନାଁରେ ପ୍ରଥମେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ବିଧାୟକ ଜଣଙ୍କ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ତାଙ୍କ ସହ ସମ୍ପର୍କ ରଖିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ବିଧାୟକ ତାଙ୍କୁ ଧରାଛୁଆଁ ଦେଇ ନଥିଲେ।

୪୫ ବର୍ଷୀୟ ଅଭିଯୋଗକାରୀ ପୂର୍ବରୁ ବିବାହିତ ହୋଇଥିଲେ ହେଁ ତାଙ୍କର ଛାଡ଼ପତ୍ର ହୋଇ ସାରିଛି। ସେହିପରି ତାଙ୍କର ଜଣେ ଝିଅ ମଧ୍ୟ ରହିଛନ୍ତି। କିନ୍ତୁ ସେ ବିଦେଶରେ ରୁହନ୍ତି। ମହିଳାଙ୍କ ସହ ସମ୍ପର୍କ ରଖିବା ପାଇଁ ହରମୀତ ତାଙ୍କୁ ମିଛ କହିଥିଲେ। ମହିଳାଙ୍କ ଭଳି ହରମୀତଙ୍କ ମଧ୍ୟ ଛାଡ଼ପତ୍ର ହୋଇଯାଇଥିବା ସେ ସମସ୍ତଙ୍କୁ କହିଥିଲେ। ଏହାପରେ ୨୦୧୩ରୁ ସେ ମହିଳାଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲା।

ଏପରି କି ୨୦୨୧ରେ ଲୁଧିଆନାର ଗୋଟିଏ ଗୁରୁଦ୍ୱାରାରେ ସେମାନେ ବିବାହ କରିଥିଲେ। କିନ୍ତୁ ୨୦୨୨ରେ ହରମୀତ ଯେତେବେଳେ ସାନୌର ଆସନରୁ ନିର୍ବାଚନ ଲଢ଼ିଥିଲେ ସେତେବେଳେ ଦାଖଲ କରିଥିବା ସତ୍ୟପାଠରେ ସେ ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ଉଲ୍ଲେଖ କରିଥିଲେ। ପ୍ରଥମ ପତ୍ନୀଙ୍କୁ ସେ ଖୁବଶୀଘ୍ର ଛାଡ଼ପତ୍ର ଦେବେ ବୋଲି କହି ମହିଳାଙ୍କୁ ଚୁପ ରହିବାକୁ କହିଥିଲେ।

ହେଲେ ହରମୀତ ସେମିତି କିଛି ବି ନ କରିବାରୁ ଅଭିଯୋକାରୀ ଜଣଙ୍କ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ଆଜି ବିଧାୟକ ହରମୀତଙ୍କୁ କର୍ଣ୍ଣାଲରୁ ଗିରଫ କରିଥିଲା। ହେଲେ ସେ ପୁଲିସ୍‌କୁ ଚକମା ଦେଇ ଫେରାର ହୋଇ ଯାଇଛନ୍ତି।

ପୂର୍ବରୁ ବିଧାୟକ ହରମୀତ ନିଜ ଦଳର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପଞ୍ଜାବର କ୍ଷମତାସୀନ ଆପ୍‌ ବନ୍ୟା ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ସେ କହିଥିଲେ। ତାଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ହେବାରୁ ସେ ଆପ୍‌ ବିରୋଧ ନିଜର ସ୍ୱରକୁ ଆହୁରି ତୀବ୍ର କରିଥିଲେ।

Punjab AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe