Advertisment

ଆପ୍ ବିଧାୟକ ଯଶବନ୍ତ ସିଂହ ଗିରଫ

ଇଡି ତାଙ୍କୁ ତିନି ଥର ସମନ ଜାରି କରିଥିଲା। କିନ୍ତୁ ଯଶବନ୍ତ ସିଂହ ଇଡିରେ ହାଜର ହୋଇ ନଥିଲେ। ଆଜି ଇଡିର ଏକ ଟିମ୍ ତାଙ୍କୁ ଏକ ସାଧାରଣ ସଭାରୁ ଉଠାଇ ନେଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
APP MLA

APP MLA

ପଞ୍ଜାବର ଆପ୍ ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ସୋମବାର ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସେ ଗିରଫ ହୋଇଛନ୍ତି।

Advertisment

ଏହି ମାମଲାରେ ଇଡି ତାଙ୍କୁ ତିନି ଥର ସମନ ଜାରି କରିଥିଲା। କିନ୍ତୁ ଯଶବନ୍ତ ସିଂହ ଇଡିରେ ହାଜର ହୋଇ ନଥିଲେ। ଆଜି ଇଡିର ଏକ ଟିମ୍ ତାଙ୍କୁ ଏକ ସାଧାରଣ ସଭାରୁ ଉଠାଇ ନେଇଥିଲା।

ଯଶବନ୍ତଙ୍କୁ ଇଡି ଗିରଫ କରିବା ପରେ ବିଜେପିକୁ ଟାର୍ଗେଟ କରିଛି ଆପ୍‌। ଆପ୍‌କୁ ବଦନାମ କରିବାକୁ ଏହା ବିଜେପିର ଏକ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି। ଆପ୍ ମୁଖପାତ୍ର ମଲବିନ୍ଦର କଙ୍ଗ କହିଛନ୍ତି ଯେ ଆପ୍‌ରେ ଯୋଗ ଦେବା ପୂର୍ବରୁ ଯଶବନ୍ତ ସିଂହ ଗଜ୍ଜନ ମାଜରା ସମସ୍ୟା ଦେଇ ଗତି କରୁଥିଲେ। ବିଜେପି ଏବେ ଆମକୁ ବଦନାମ କରିବାକୁ ଏଭଳି ପଦକ୍ଷେପ ନେଇଛି। ତାଙ୍କୁ ଯେଉଁଭଳି ଭାବେ ସାଧାରଣ ସଭାରୁ ଇଡି ଉଠାଇ ନେଲା, ସେଥିରୁ ଜଣାପଡ଼ୁଛି ଯେ ବିଜେପି ଆମ ଦଳର ଭାବମୂର୍ତ୍ତି ନଷ୍ଟ କରିବାକୁ ଯୋଜନା ତିଆରି କରିଛି।

Advertisment

ଏହି ମାମଲାରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଆପ୍ ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କ ବାସଭବନ ସମେତ ଅନ୍ୟ ଦୁଇଟି ଠିକଣାରେ ସିବିଆଇ ଚଢ଼ାଉ କରିଥିଲା। ସେତେବେଳେ ତାଙ୍କ ଘରୁ ନଗଦ ୧୬.୫୭ ଲକ୍ଷ ଟଙ୍କା ସହିତ ବିଦେଶୀ ଟଙ୍କା ଓ ଅନେକ ବ୍ୟାଙ୍କ ଡକ୍ୟୁମେଣ୍ଟ ମିଳିଥିଲା।

ପଞ୍ଜାବର ଲୁଧିଆନା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଅଭିଯୋଗ ଆଧାରରେ ସିବିଆଇ ଯଶବନ୍ତ ସିଂହ ଗଜ୍ଜନ ମାଜରା, ତାରା କର୍ପୋରେସନ ଲିମିଟେଡ୍ ଓ ଅନ୍ୟ କିଛି ଲୋକଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି କିଛି ଦିନ ତଳେ ଆପ୍‌ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବାକୁ ସମନ ଜାରି କରିଥିଲା। ନଭେମ୍ବର ୨ ତାରିଖରେ ତାଙ୍କୁ ହାଜର ହେବାକୁ ଇଡି କହିଥିଲେ ହେଁ ସେ ଯାଇ ନଥିଲେ।

ED Raid AAP