Advertisment

ଟାର୍ଗେଟ୍‌ରେ ଆପ୍‌, ବିଧାୟକଙ୍କୁ ଉଠାଇ ନେଲା ଇଡି

ଏକ ପୁରୁଣା ବ୍ୟାଙ୍କ କେସ୍‌ ମାମଲାରେ ଇଡି ଆଜି ଏହି ଆପ୍‌ ବିଧାୟକଙ୍କୁ ଗିରଫ କରିଛି।

author-image
Madhupriya Mistry
AAP Mla Jaswant Sing Arrested

AAP Mla Jaswant Sing Arrested

ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ଆମ୍‌ ଆଦମୀ ପାର୍ଟି ନେତାଙ୍କ ଅଡୁଆ ବଢ଼ିଛି। ପଞ୍ଜାବର ଆପ୍‌ ବିଧାୟକ ଜସବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଉଠାଇ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ପୁରୁଣା ବ୍ୟାଙ୍କ କେସ୍‌ ମାମଲାରେ ଇଡି ଆଜି ଏହି ଆପ୍‌ ବିଧାୟକଙ୍କୁ ଗିରଫ କରିଛି। ପଚରାଉଚରା ଓ ଆଗାମୀ ତଦନ୍ତ ପାଇଁ ଗଜ୍ଜନ ମାଜରାଙ୍କୁ ଇଡିର ଏକ ଟିମ୍‌ ଜାଳନ୍ଧର ନେଇ ଯାଇଛି।

Advertisment

ସୂଚନା ମୁତାବକ, ବିଧାୟକଙ୍କ ବିରୋଧରେ ଲୁଧିଆନର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କର ଏକ ଶାଖାରୁ ୪୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ଆଜି ଇଡି ତାଙ୍କୁ ମଲରକୋଟଲାରୁ ଗିରଫ କରିଥିଲା। ଏହା ପୂର୍ବରୁ ମଧ୍ୟ ଇଡି ଅନେକ ଥର ବିଧାୟକଙ୍କ ଘରେ ଚଢ଼ାଉ କରିବା ସହ ଯାଞ୍ଚ କରିସାରିଛି।

ଗତ ବର୍ଷ ସେପ୍ଟେମ୍ବର ମାସରେ ଇଡି ତାଙ୍କ ଘରେ ଚଢ଼ାଉ କରିଥିଲା। ଦୀର୍ଘ ୧୪ ଘଣ୍ଟା ଧରି ଇଡିର ଅଧିକାରୀମାନେ ତାଙ୍କ ଘରେ ଯାଞ୍ଚ କରିଥିଲେ। ଏହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ଘରୁ ନଗଦ ୩୨ ଲକ୍ଷ ଟଙ୍କା କ୍ଷ ତିନୋଟି ମୋବାଇଲ ଫୋନ୍‌ ନେଇଯାଇଥିବା କହିଥିଲେ ଗଜ୍ଜନ ମାଜରା।

Advertisment

ସେହିପରି ୨୦୨୨ ମେ' ୭ ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ ଏକ ଟିମ୍‌ ମଧ୍ୟ ଜସବନ୍ତ ସିଂହଙ୍କ ଅନେକ ଠିକଣା ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ଜସବନ୍ତ ସିଂହଙ୍କ ଘରୁ ୯୪ଟି ହସ୍ତାକ୍ଷର ହୋଇଥିବା ବ୍ଲାଙ୍କ ଚେକ୍‌, ଅନେକ ଆଧାର କାର୍ଡ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା।

ଜସବନ୍ତ ସିଂହ ବର୍ତ୍ତମାନ ପଞ୍ଜାବର ଅମରଗଡରୁ ବିଧାୟକ ଅଛନ୍ତି। ବିଧାୟକ ଭାବରେ ପାଇଥିବା ବେତନର ମାତ୍ର ଏକ ଟଙ୍କା ନେବେ କହି AAP ବିଧାୟକ ଜସୱନ୍ତ ସିଂହ ଚର୍ଚ୍ଚାକୁ ଆସିଥିଲେ। ସେ ଏ ବାବଦରେ ଏକ ଆଫିଡେଭିଟ୍‌ ମଧ୍ୟ କରିଥିଲେ। 

ED Raid AAP Leader Punjab AAP MLA Arrest