Advertisment

ହାଇ ଆଲର୍ଟ, ସ୍ୱର୍ଣ୍ଣ ମନ୍ଦିରରେ ସରେଣ୍ଡର କରିପାରେ ଅମ୍ରିତପାଲ

ସ୍ୱର୍ଣ୍ଣ ମନ୍ଦିର ଚାରିପାଖରେ ସୁରକ୍ଷା କଡାକଡି କରାଯାଇଛି। ଶହ ଶହ ପୁଲିସ ମୁତୟନ ହୋଇଛନ୍ତି।

undefined

Amritpal Singh

Advertisment

ଦୀର୍ଘ ୧୨ ଦିନ ହେବ ଫେରାର ଅଛି ଖଲିସ୍ତାନୀ ସମର୍ଥକ ଓ ୱାରିସ ପଞ୍ଜାବ ଦେ ସଙ୍ଗଠନର ମୁଖ୍ୟ ପଳାତକ ଅମ୍ରିତପାଲ ସିଂହ। ତାଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି। ଏଥିପାଇଁ ପୂରା ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ସେ ସରେଣ୍ଡର କରିପାରେ ବୋଲି କୁହାଯାଉଛି। 

Advertisment

ଅମୃତସରର ସ୍ୱର୍ଣ୍ଣ ମନ୍ଦିରର ଅକାଲ ତାଖତକୁ ଯାଇ ଅମ୍ରିତପାଲ ଆତ୍ମସମର୍ପଣ କରିବାର ଯୋଜନା କରିଥିବା ଆଶଙ୍କା କରାଯାଉଛି। ଏହାକୁ ଦେଖି ପଞ୍ଜାବ ପୁଲିସ ସତର୍କ ହୋଇପଡିଛି। ସ୍ୱର୍ଣ୍ଣ ମନ୍ଦିର ଚାରିପାଖରେ ସୁରକ୍ଷା କଡାକଡି କରାଯାଇଛି। ସେଠାରେ ଶହ ଶହ ପୁଲିସ ମୁତୟନ ହୋଇଛନ୍ତି।

ଏହାପୂର୍ବରୁ ହୋସିଆରପୁରରେ ଅମ୍ରିତପାଲ ସିଂହ ଲୁଚି ରହିଥିବା ନେଇ ପଞ୍ଜାବ ପୁଲିସକୁ ମଙ୍ଗଳବାର ସୂଚନା ମିଳିଥିଲା। ଅମ୍ରିତପାଲ ନିଜ ସହଯୋଗୀଙ୍କ ସହ ଥିବା ସନ୍ଦେହ କରି ଫାଗୱାଡାରେ ପୁଲିସ ଏକ ଅଜ୍ଞାତ ଗାଡିକୁ ପିଛା କରିଥିଲା। ତେବେ ପୁଲିସକୁ ଦେଖି ଏହି କାର୍‌ରେ ବସିଥିବା ଲୋକମାନେ ଗାଡି ଛାଡି ମାର୍ନିଆର ଗୁରୁଦ୍ୱାର ନିକଟରୁ ଫେରାର ହୋଇ ଯାଇଥିଲେ। ଏହା ପରେ ମାର୍ନିଆନ ଗାଁ ତଥା ଆଖପାଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଅମ୍ରିତପାଲଙ୍କୁ ଧରିବା ପାଇଁ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଡୋର୍ ଟୁ ଡୋର୍ ଅପରେସନ ଆରମ୍ଭ କରିଥିଲା।

Advertisment

ସୂଚନା ମୁତାବକ, ଏକ ଅନ୍ତର୍ଜାତୀୟ ଚ୍ୟାନେଲକୁ ସାକ୍ଷାତକାର ଦେବା ପାଇଁ ଅମ୍ରିତପାଲ ସିଂହ ଜଲନ୍ଧରକୁ ଯାଉଥିଲା। ସେ ପ୍ରଥମେ ଏହି ଘଟଣାରେ ଏକ ବିବୃତ୍ତି ଦେବ ଏବଂ ପରେ ପଞ୍ଜାବ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିବ ବୋଲି ଯୋଜନା କରିଥିଲା। କିନ୍ତୁ ପୁଲିସ ଏହା ଜାଣିବା ପରେ ତା’ ଯୋଜନା ଫେଲ୍ ମାରିଥିଲା। 

ଅମୃତପାଲ 'ୱାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ। ସେ କିଛି ଦିନ ପୂର୍ବରୁ ଦୁବାଇରୁ ଫେରିଛି। ୱାରିସ୍ ପଞ୍ଜାବ ଦେ' ସଂଗଠନ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଦ୍ୱାରା ଗଠିତ ହୋଇଥିଲା। ଦୀପ ସିଦ୍ଧୁଙ୍କ ମୃତ୍ୟୁ ପରେ ଅମ୍ପ୍ରିତପାଲ ଏହା ଉପରେ କବ୍‌ଜା କରିନେଇଥିଲା। ସେ ଭାରତ ଆସି ସଂଗଠନର ଲୋକଙ୍କୁ ସଂଯୋଗ କରିବା ଆରମ୍ଭ କରିଥିଲା। ଅମ୍ପ୍ରିତପାଲର ଆଇଏସ୍‌ଆଇ ଲିଙ୍କ ଥିବା ମଧ୍ୟ କୁହାଯାଉଛି। 

Amritpal Singh Punjab Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe