Advertisment

ଭୟଙ୍କର ବନ୍ୟା: ପଞ୍ଜାବ ଏବେ ‘ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ’

ଆଉ କିଛି ସପ୍ତାହ ପରେ ଅମଳ ଋତୁ ଆସୁଥିବା ବେଳେ ତା’ ପୂର୍ବରୁ ବନ୍ୟା ସବୁ କିଛି ଉଜାଡ଼ି ଦେଇଛି। ଲୋକଙ୍କ ମଧ୍ୟରେ ଫସଲ କ୍ଷତିକୁ ନେଇ ହାହାକାର ସ୍ଥିତି ଦେଖାଯାଇଛି।

Flood

Flood

Advertisment

ସରକାରଙ୍କ ପକ୍ଷରୁ ପଞ୍ଜାବକୁ ଗୋଟିଏ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ଭାବେ ଘୋଷଣା କରାଯାଇଛି। ରାଜ୍ୟରେ ଦେଖାଯାଇଥିବା ଭୟଙ୍କର ବନ୍ୟାରେ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ଶହ ଗାଁର ୩.୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପଞ୍ଜାବରେ ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ସ୍ଥିତି ଆହୁରି ଭୀଷଣ ହେବାରେ ଲାଗିଛି। ସ୍ଥିତିକୁ ଦେଖି ରାଜ୍ୟ ସରକାର ଆସନ୍ତା ୭ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି।

Advertisment

ବନ୍ୟା ଯୋଗୁ ପଞ୍ଜାବରେ ଜଟିଳ ସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଆଜି ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ଭାବେ ଘୋଷଣା କରିଛନ୍ତି। ବନ୍ୟା ଜଳରେ ଫସି ରହିଥିବା ୧୯,୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୩.୭୫ ଲକ୍ଷ ଏକର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ଯାଇଛି। ଆଉ କିଛି ସପ୍ତାହ ପରେ ଅମଳ ଋତୁ ଆସୁଥିବା ବେଳେ ତା’ ପୂର୍ବରୁ ବନ୍ୟା ସବୁ କିଛି ଉଜାଡ଼ି ଦେଇଛି। ଲୋକଙ୍କ ମଧ୍ୟରେ ଫସଲ କ୍ଷତିକୁ ନେଇ ହାହାକାର ସ୍ଥିତି ଦେଖାଯାଇଛି। ପୂରା ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ସରକାର ଆଜି ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ପଞ୍ଜାବ ମୁଖ୍ୟ ଶାସନ ସଚିବ କେଏପି ସିହ୍ନା ବିପର୍ଯ୍ୟୟ ପରିଚାଳନା ଆଇନ ୨୦୨୫ ଅଧୀନରେ ଗଠନ ହୋଇଥିବା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ। ସେ ରାଜ୍ୟର ସମସ୍ତ ୨୩ ଜିଲ୍ଲାରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଜିଲ୍ଲା କମିଶନରମାନଙ୍କୁ ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଧାରା ୩୪ ଅଧୀନରେ ଦେବାକୁ ସେ କହିଛନ୍ତି।

Advertisment

କମିଶନରମାନେ ସ୍ୱାଧୀନ ଭାବେ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଇ ପାରିବାର କ୍ଷମତା ପାଇଛନ୍ତି। ପଦକ୍ଷେପ ନେବା ପୂର୍ବରୁ ତାଙ୍କୁ ଉପରୁ ଅନୁମତିର ଆବଶ୍ୟକ ନାହିଁ। ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ସମସ୍ତ ଜିଲ୍ଲା ବିପର୍ଯ୍ୟୟ ପରିଚାନା ପ୍ରାଧିକରଣଗୁଡ଼ିକୁ କୁହାଯାଇଛି।

ବନ୍ୟା ଯୋଗୁ ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଜୁଳି ଯୋଗାଣ ଓ ପିଇବା ପାଣିରେ ସମସ୍ୟା ଦେଖାଯାଇଛି। ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରିବାକୁ ପୂର୍ତ୍ତ, ଜଳ ସମ୍ପଦ ଓ ବିଜୁଳି ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଭାଗ ଆଲର୍ଟରେ ରହିବା ସହ ତତ୍କାଳ ଜରୁରୀ ପରିସ୍ଥିତିର ମୁକାବିଲା କରିବେ।

ଭକ୍ରା ଡ୍ୟାମରା ଜଳସ୍ତର ୧୬୭୮ ଫୁଟ ରହିଛି। ବର୍ତ୍ତମାନ ଡ୍ୟାମରେ ୮୬,୮୨୨ କ୍ୟୁସେସ ଜଳ ପ୍ରବେଶ କରୁଥିବା ବେଳେ ୬୫,୦୪୨ କ୍ୟୁସେସ ଜଳ ନିଷ୍କାସିତ କରାଯାଉଛି। ଡ୍ୟାମର ଜଳସ୍ତର ବିପଦ ସଙ୍କେତ ୧୬୮୦ ଫୁଟରୁ ମାତ୍ର ୨ ଫୁଟ ତଳେ ରହିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ପୋଙ୍ଗ ଡ୍ୟାମର ଜଳସ୍ତର ବିପଦ ସଙ୍କେତ ୧୩୯୦ ଠାରୁ ଯଥେଷ୍ଟ ଉପରେ ରହିଛି। ସୁତଲେଜ ଓ ହୁସୈନିୱାଲାର ଜଳସ୍ତର ଯଥେଷ୍ଟ ଉପରେ ପ୍ରବାହିତ ହୋଇଥିବାରୁ ବନ୍ୟା ସ୍ଥିତି ସାଂଘାତିକ ହୋଇଛି।

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe