Advertisment

ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ଫୁଟିଲା ବୋମା, ଶ୍ରଦ୍ଧାଳୁ ଆତଙ୍କିତ

ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ଆଜି ସକାଳେ ପୁଣି ଥରେ ଫୁଟିଛି ବୋମା । ଗତ ଶନିବାର ବି ସମାନ ଘଟଣା ଘଟିଥିଲା।

Bomb Blast

Bomb Blast

Advertisment

ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ଆଜି ସକାଳେ ପୁଣି ଥରେ ଫୁଟିଛି ବୋମା । ଏଥିରେ ଜଣେ ଆହତ ହୋଇଛନ୍ତି । ଗତ ଶନିବାର ସନ୍ଧ୍ୟାରେ ଉକ୍ତ ସ୍ଥାନରେ ମଧ୍ୟ ଉକ୍ତ ସ୍ଥାନରେ ଏକ ବିସ୍ଫୋରଣ ହୋଇଥିଲା। ପୁଲିସ୍‌ ଏହି ବୋମା ବିସ୍ଫୋରଣର କାରଣ ଓ ଏହା ପଛରେ କାହାର ହାତ ଅଛି ଜାଣିବାକୁ ତନାଘନା ଚଳାଇଥିବା ବେଳେ ଶ୍ରଦ୍ଧାଳୁ ଭୟଭୀତ ହୋଇ ପଡ଼ିଛନ୍ତି।

Advertisment

ଆଜି ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ‘ହେରିଟେଜ ଷ୍ଟ୍ରିଟ୍‌’ରେ ଏକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହାର ଶବ୍ଦ ପ୍ରାୟ ୧ କିମି ବ୍ୟାପି ସ୍ୱର୍ଣ୍ଣମନ୍ଦିର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଭୟଭୀତ ହୋଇ ପଡ଼ିଥିଲେ।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ବୋମା ନିଷ୍କ୍ରିୟକାରୀ ଦଳ ବୋମାର କିଛି ଅଂଶ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି।

Advertisment

ଗତ ଶନିବାର ରାତିରେ ମଧ୍ୟ ଉକ୍ତ ସ୍ଥାନରେ ଏକ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଉକ୍ତ ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଖପାଖ ଘରର ଝରକା ଭାଙ୍ଗି ଯାଇଥିଲା। ଏଥିସହ କିଛି ଶ୍ରଦ୍ଧାଳୁ ବି ଆହତ ହୋଇଥିଲେ। 

ପୁଲିସ୍‌ ଉକ୍ତ ଘଟଣାର ତଦନ୍ତ କରି ବୋମା ବିସ୍ଫୋରଣର କାରଣ ଓ ଏହା ପଛରେ କାହା ହାତ ଅଛି ଜାଣି ପାରି ନ ଥିବା ବେଳେ ଆଜି ପୁଣି ଥରେ ସମାନ ଘଟଣା ଘଟିଛି। ଫଳରେ ଏହା ପୁଲିସ୍‌ର ମୁଣ୍ଡବିନ୍ଧାକୁ ବଢ଼ାଇଥିବା ବେଳେ ଅଭିଯୁକ୍ତକୁ ଧରିବାକୁ ପୁଲିସ୍‌ ଖାନତଲାସୀ ଆରମ୍ଭ କରିଛି।

Bomb Blast Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe