Advertisment

ଟ୍ରେନ୍‌ରେ ଅଛି ବୋମା... ଧମକ ପରେ ଯାତ୍ରୀ ଛାନିଆ, ଅଟକିଲା ଟ୍ରେନ୍‌

ଟ୍ରେନ୍‌କୁ ଫିରୋଜପୁର ଷ୍ଟେସନରେ ଅଟକାଇ ଚେକିଂ କରାଯାଇଛି।

Bomb Threat

Bomb Threat

Advertisment

ସ୍କୁଲ, ହସ୍ପିଟାଲ, ବିମାନ ପରେ ଏବେ ଟ୍ରେନ୍‌ ପାଳି। ଜମ୍ମୁ ତଓ୍ୱିରୁ ଅହମ୍ମଦାବାଦ ଯାଉଥିବା ଟ୍ରେନ୍‌ରେ ବୋମା ଥିବା ଧମକ ମିଳିଛି। ଫଳରେ ଯାତ୍ରୀ ଛାନିଆ ହୋଇପଡିଛନ୍ତି। ଏହାକୁ ନେଇ ଟ୍ରେନ୍‌ ଭିତରେ ହଇଚଇ ସୃଷ୍ଟି ହୋଇଛି। ପରେ ଟ୍ରେନ୍‌କୁ ଫିରୋଜପୁର ଷ୍ଟେସନରେ ଅଟକାଇ ଯାଞ୍ଚ କରାଯାଇଛି।

Advertisment

କାସୁ ବେଗୁ ରେଲଓ୍ୱେ ଷ୍ଟେସନରେ ଟ୍ରେନ୍‌ର ତଲାସି କରାଯାଇଛି। ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି। ରେଲଓ୍ୱେ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସୂଚନା ମୁତାବକ, ଜମ୍ମୁ ତବିରୁ ଅହମ୍ମଦାବାଦ ଯାଉଥିବା ଏକ୍ସପ୍ରେସ ଟ୍ରେନ୍‌ ଆଜି ସକାଳୁ ଫିରୋଜପୁର ରେଲଓ୍ୱେ ଷ୍ଟେସନରୁ ଫରିଦକୋଟ୍‌ ରେଲଓ୍ୱେ ଷ୍ଟେସନ ଆଡକୁ ଯାତ୍ରା କରିଥିଲା। ତେବେ ଏତିକି ବେଳେ ଟ୍ରେନ୍‌ ବୋମା ଥିବା ସୂଚନା ମିଳିବା ପରେ ଏହାକୁ କାସୁ ବେଗୁ ରେଲଓ୍ୱେ ଷ୍ଟେସନରେ ଅଟକାଇ ଦିଆଯାଇଛି। ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନରୁ ବହୁ ସଂଖ୍ୟକ ଆମ୍ବୁଲାନ୍ସ ଏବଂ ମେଡିକାଲ ଦଳ ଡକାଯାଇଛି।

Advertisment

ତେବେ ଦୁଇ ଘଣ୍ଟା ଧରି ଚେକିଂ ପରେ ବି ଟ୍ରେନରୁ ସେଭଳି କିଛି ସନ୍ଧିଗ୍ଧ ବିସ୍ଫୋରକ ଜିନିଷ ମିଳିନାହିଁ। ପୁଲିସ ସୂଚନା ମୁତାବକ, ଏହା କେବଳ ଗୁଜବ ଥିଲା। ଚେକିଂ ପରେ ଟ୍ରେନ୍‌ଟି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି।

କହିରଖୁ ଯେ, ଗତମାସ ଜୁନ୍‌ରେ ପଞ୍ଜାବର ବିଭିନ୍ନ ରେଲଓ୍ୱେ ଷ୍ଟେସନକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହାପରେ ପଞ୍ଜାବର ସମସ୍ତ ରେଲଓ୍ୱେ ଷ୍ଟେସନର ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା।

Bomb Threat Jammu Tawi Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe