Advertisment

ପଞ୍ଜାବ ରାଜ୍ୟପାଳଙ୍କ ଇସ୍ତଫା; ରାଜ୍ୟ ସରକାରଙ୍କ ସହ ଥିଲା ବିବାଦ

ରାଜ୍ୟ ସରକାରଙ୍କ ସହ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Banwarilal Purohit

Banwarilal Purohit

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ। ରାଜ୍ୟ ସରକାରଙ୍କ ସହ ଚାଲିଥିବା ବିବାଦ ମଧ୍ୟରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି।  ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି ବନୱାରିଲାଲ। ଆଜି ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ପଠାଇଛନ୍ତି।

Advertisment

ଇସ୍ତଫାକୁ ମଞ୍ଜୁରୀ ଦେବାକୁ ରାଷ୍ଟ୍ରପତି ମୁର୍ମୁଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ବନୱାରିଲାଲ ପୁରୋହିତ। ଖବର ମୁତାବକ, କିଛି ଦିନ ହେବ ରାଜ୍ୟ ସରକାରଙ୍କ ସହ ରାଜ୍ୟପାଳଙ୍କର ବିବାଦ ଚାଲିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟପାଳଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ ଆଣିଥିଲେ।

ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ ଯେ, ବିଧାନସଭାରେ ଏକାଧିକ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଏହାକୁ ଅନୁମୋଦନ କରୁନାହାନ୍ତି। ନଭେମ୍ବର 10, 2023ରେ ପଞ୍ଜାବ ସରକାର ରାଜ୍ୟପାଳଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। 

Advertisment

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲା ଉପରେ ଶୁଣାଣି କରିଥିଲେ। ନ୍ୟାୟଧୀଶ କହିଥିଲେ ଯେ, ରାଜ୍ୟପାଳ କୌଣସି ବିଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଚାରାଧୀନ ରଖିପାରିବେ ନାହିଁ। ଜଣେ ରାଜ୍ୟପାଳ ବିଧାନସଭା ବିଲ୍ ପ୍ରଣୟନକୁ ଅଟକାଇବା ପାଇଁ ସେମାନଙ୍କର ସାମ୍ବିଧାନିକ କ୍ଷମତାକୁ ମଧ୍ୟ ବ୍ୟବହାର କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।

Punjab Governor Resigns Banwarilal Purohit