Advertisment

ବନ୍ଧୁକ ପ୍ରଥାକୁ ନେଇ ଆକ୍ସନ ମୁଡ୍‌ରେ ସରକାର, ୮୧୩ଟି ଲାଇସେନ୍ସ ରଦ୍ଦ

ବର୍ତ୍ତମାନ ସୁଦ୍ଧା ପଞ୍ଜାବ ସରକାର ୨୦୦୦ରୁ ଅଧିକ ଆର୍ମସ୍ ଲାଇସେନ୍ସ ରଦ୍ଦ କରିସାରିଲେଣି।

author-image
Madhupriya Mistry
ଅଦ୍ୟତନ ହୋଇଛି
Gun culture canceled

Gun culture canceled

ବନ୍ଧୁକ ପ୍ରଥାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛନ୍ତି ପଞ୍ଜାବର ମଗୱନ୍ତ ମାନ୍ ସରକାର। ରାଜ୍ୟରେ ଦିଆଯାଇଥିବା ୮୧୩ଟି ବନ୍ଧୁକ ଲାଇସେନ୍ସକୁ ରଦ୍ଦ କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପଞ୍ଜାବ ସରକାର ୨୦୦୦ରୁ ଅଧିକ ଆର୍ମସ୍ ଲାଇସେନ୍ସ ରଦ୍ଦ କରିସାରିଲେଣି।  

Advertisment

ପଞ୍ଜାବ ସରକାର ବାତିଲ କରିଥିବା ୮୧୩ଟି ବନ୍ଧୁକ ଲାଇସେନ୍ସ ମଧ୍ୟରୁ ୮୭ଟି ଲୁଧିଆନା ଗ୍ରାମୀଣର, ସହିଦ ଭଗତ ସିଂ ନାଗରର ୪୮ ଟି, ୧୦ ଟି ଗୁରୁଦାସପୁରର, ୮୪ ଟି ଫରିଦକୋଟର, ୧୯୯ଟି ପଠାନକୋଟର, ୪୭ଟି ହୋଶିଆରପୁରର, କାପୁରଥାଲାର ୬ଟି, ଏସ୍‌ଏଏସ୍ କସ୍କାର ୨୩୫ଟି, ସଙ୍ଗରୁରର ୧୬ଟି, ଅମୃତସର କମିଶନରେଟର ୨୭, ଜଲନ୍ଦର କମିଶନରେଟର ୧୧ ଏବଂ ଅନ୍ୟାନ୍ୟ ଜିଲ୍ଲାକୁ ଦିଆଯାଇଥିବା ବନ୍ଧୁକ ଲାଇସେନ୍ସ ସାମିଲ ଅଛି।  

ବନ୍ଧୁକ ରଖିବାକୁ ହେଲେ ନିୟମ ପାଳନ କରିବାକୁ ହେବ ବୋଲି ପଞ୍ଜାବ ସରକାର ସିଧା ସିଧା କହିଛନ୍ତି। ଏଥିସହ ସାର୍ବଜନିକ ସମାରୋହ, ଧାର୍ମିକ ସ୍ଥଳ, ବିବାହ ସମାରୋହ ତଥା ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ହତିଆର ନେବା କିମ୍ବା ପ୍ରଦର୍ଶିତ କରିବା ଉପରେ ମଧ୍ୟ ରୋକ ଲଗାଯାଇଛି। 

Advertisment

ସରକାରଙ୍କ କହିବା ମୁତାବକ, ଆଗାମୀ ଦିନରେ ଭିନ୍ନ ଭିନ୍ନ ଅଞ୍ଚଳରେ ଜୋରଦାର ଚେକିଂ କରାଯିବ। ହିଂସା ଏବଂ ହତିଆର ରଖୁଥିବା ଲୋକଙ୍କ ଉପରେ ପୂରାପୁରି ବ୍ୟାନ୍ ଲଗାଯିବ। ସୂଚନା ମୁତାବକ, ପଞ୍ଜାବରେ ପାଖାପଖି ୩ ଲକ୍ଷ ୭୩ ହଜାର ୫୩ଟି ଆର୍ମସ୍ ଲାଇସେନ୍ସ ପ୍ରଦାନ କରାଯାଇଛି। 

Punjab Govt Gun Culture