Advertisment

IPS ଗୌତମଙ୍କୁ ୮ ମାସର ଜେଲ ଦଣ୍ଡ ଦେଲେ ସିବିଆଇ କୋର୍ଟ

ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Jail

Jail

୧୯୯୫ ବ୍ୟାଚର ପଞ୍ଜାବ କ୍ୟାଡର ତଥା ଆଇଜିପି ଗୌତମ ଚୀମାଙ୍କୁ ମିଳିଛି ୮ ମାସର ଜେଲଦଣ୍ଡ। ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ଏପରି ଦଣ୍ଡ ମିଳିଛି। ସିବିଆଇ ସ୍ପେଶାଲ ଜଜ ମାଜିଷ୍ଟ୍ରେଟ ମେଘା ଧାଲିୱାଲ ଶୁକ୍ରବାର ଆଇଜିପି ଗୌତମ ଓ ତାଙ୍କର ୫ ସହଯୋଗୀ- ରଶ୍ମୀ ନେଗୀ, ଅଜୟ ଚୌଧୁରୀ, ବରୁଣ ଉତ୍ରେଜା, ଭିକ୍କି ବର୍ମା ଓ ଆର୍ଯ୍ୟନ ସିଂହଙ୍କୁ ବିଭିନ୍ନ ଦଫାରେ ୮ ମାସର ଜେଲ ଦଣ୍ଡ ଦେଇଛନ୍ତି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଅପହରଣ, ମାଡ଼ ମାରିବା, ଧମକ ଦେବା ଓ ବେଆଇନ ଭାବେ ବନ୍ଦୀ କରିବା ଅଭିଯୋଗରେ କୋର୍ଟ ଦୋଷମୁକ୍ତ କରିଛନ୍ତି।

Advertisment

ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି। ୨୦୧୪ ମସିହା ଅଗଷ୍ଟ ୨୬ରେ ସେମାନେ ଜାଣିଶୁଣି ସୁମେଧ ଗୁଲାଟିଙ୍କ ସହ ବେଆଇନ କାମ କରିଛନ୍ତି। 

ଗୁଲାଟି ଠକେଇ ମାମଲାରେ ମୋହାଲିର ଫେଜ ୧ ପୁଲିସ୍‌ ଷ୍ଟେସନରେ ଥିଲେ ମଧ୍ୟ ତାଙ୍କୁ ବଳପୂର୍ବକ ସେଠାରୁ ଅନ୍ୟତ୍ର ନିଆଯାଇଥିଲା। ଏପରି କି ଆଉ ଜଣେ ଅଭିଯୋଗକାରୀଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ବୋଲି କୋର୍ଟ କହିଛନ୍ତି।

Advertisment

୨୦୧୪ ମସିହା ଅଗଷ୍ଟ ୨୬ରେ ତଥାକଥିତ ଠକ ସୁମେଧ ଗୁଲାଟିଙ୍କ ଗିରଫଦାରୀ ବେଳେ ପୂରା ଘଟଣା ଘଟିଥିଲା। ୨୦୧୪ ମସିହା ଅଗଷ୍ଟ ୨୬ ତାରିଖ ରାତି ପ୍ରାୟ ୧୦.୪୫ରେ ଫେଜ ୧ ପୁଲିସ୍‌ ଷ୍ଟେସନରେ ଏଏସ୍‌ଆଇ ଦିଲବାଗ ସିଂହ କାର୍ଯ୍ୟ କରୁଥିଲେ। ହେଡ କନଷ୍ଟେବଲ ରମେଶ କୁମାର ଗୋଟିଏ ଠକେଇ ମାମଲାରେ ଗୁଲାଟିଙ୍କୁ ଧରି ଥାନାରେ ପହଞ୍ଚିଥିଲେ।

ସେ ଥାନାରେ ଥିବା ବେଳେ ନିଶାସକ୍ତ ଅବସ୍ଥାରେ ରାତି ପ୍ରାୟ ୧୧ ବେଳେ ଗୌତମ ସେଠାରେ ପହଞ୍ଚିଥିଲେ। ତାଙ୍କ ସହଯୋଗୀମାନେ ମଧ୍ୟ ଥାନାକୁ ଆସିଥିଲେ। ସେ ନିଜର ପରିଚୟ ନ ଦେଇ ଗୁଲାଟିଙ୍କୁ ବଳପୂର୍ବକ ଥାନାରୁ ନିଜ ବ୍ୟକ୍ତିଗତ କାରରେ ନେଇ ଯାଇଥିଲେ।

ଦିଲବାଗ ଓ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ ଗୋଟିଏ ଘରୋଇ କାରରେ ପିଛା କରିଥିଲେ। ମୋହାଲିର ଫେଜ ୬ରେ ଥିବା ମାକ୍ସ ହସ୍ପିଟାଲରେ ଏଏସ୍‌ଆଇ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଯେ ଗୌତମ, ଗୁଲାଟି ଓ ଆଉ ୩ରୁ ୪ ଜଣ ସେଠାରେ ରହିଛନ୍ତି। ଏଠାରେ ଗୌତମଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ କରିଥିବା କ୍ରିସପୀ ଖେରା ଆଡମିଟ ହୋଇଥିଲେ।

ସମସ୍ତଙ୍କ ଉପସ୍ଥିତିରେ ଗୌତମ ସେଠାରେ ଗୁଲାଟିଙ୍କୁ ରଖିଥିଲେ ଓ ଖେରାଙ୍କୁ ନିଜର ଅଭିଯୋଗ ପ୍ରତ୍ୟାହାର ପାଇଁ ଧମକ ଦେଇଥିଲେ। ଯଦି ସେ ଅଭିଯୋଗ ପ୍ରତ୍ୟାହାର ନ କରିବେ, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ।

ହସ୍ପିଟାଲରେ ଗୁଲାଟିଙ୍କୁ ଗୌତମ ଚାପୁଡ଼ା ମଧ୍ୟ ମାରିଥିଲେ। ଦିଲବାଗ ଶେଷରେ ଗୁଲାଟିଙ୍କୁ ସେଠାରୁ ଫେଜ-୧ ପୁଲିସ୍‌ ଷ୍ଟେସନଙ୍କୁ ଆଣିଥିଲେ ଓ ଗିର କରିଥିଲେ ବୋଲି ଏଫଆଇଆରରେ କୁହାଯାଇଥିଲା।

Punjab Ips