Advertisment

ଅମ୍ରିତପାଲ ସିଂହ ଓ ସହଯୋଗୀଙ୍କୁ ଶରଣ ଦେଇଥିବା ମହିଳା ଗିରଫ

ସେ ଉଭୟଙ୍କୁ ନିଜ ଘରେ ପ୍ରାୟ ୬ ଘଣ୍ଟା କାଳ ଲୁଚାଇ ରଖିଥିଲେ।

undefined

Amritpal Singh

Advertisment

ପଳାତକ ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂହ ଓ ତା’ର ନିକଟ ସହଯୋଗୀକୁ ଶରଣ ଦେଇଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କିରିଛି ପୁଲିସ। ପଟିଆଲାରୁ ଉକ୍ତ ମହିଳାଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି। ଗିରଫ ମହିଳାଙ୍କ ନାଁ ବଲବୀର କୌର ବୋଲି ଜଣାପଡିଛି।

Advertisment

ପୁଲିସ ସୂଚନା ମୁତାବକ, ଅମ୍ରିତପାଲ ଓ ତା’ ସହଯୋଗୀ ପାପଲପ୍ରିତ ସିଂହଙ୍କୁ ମାର୍ଚ୍ଚ ୧୯ ତାରିଖରେ ପଟିଆଲାର ହରଗୋବିନ୍ଦ ନଗରରେ ରହୁଥିବା ବଲବୀର କୌର ତାଙ୍କ ଘରେ ଶରଣ ଦେଇଥିଲେ। ସେ ଉଭୟଙ୍କୁ ନିଜ ଘରେ ପ୍ରାୟ ୬ ଘଣ୍ଟା କାଳ ଲୁଚାଇ ରଖିଥିଲେ। ଏହା ଜଣାପଡିବା ପରେ ଏବେ ବଲବୀର କୌରଙ୍କୁ ଗିରଫ କରାଯାଇଛି। 

ଏହାପୂର୍ବରୁ ରବିବାର ଲିଧୁଆନା ଜିଲ୍ଲାର ଖନ୍ନା ସହରରୁ ବଲବନ୍ତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା। ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂହଙ୍କ ନିକଟ ସହଯୋଗୀ ତେଜିନ୍ଦର ସିଂହ ଗିଲ ଓରଫ ଗୋରଖା ବାବାକୁ ସେ ଶରଣ ଦେଇଥିବା ଅଭିଯୋଗ ରହିଛି। ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଶୁକ୍ରବାର ଗୋରଖା ବାବା ମୋବାଇଲ୍‌ରୁ ମିଳିଥିବା ଆପତ୍ତିଜନକ ଭିଡିଓ ପୁଲିସ ଜାରି କରିଥିଲା।   

Advertisment

ମାର୍ଚ୍ଚ ୧୮ ତାରିଖରୁ ଫେରାର ଅଛି ପଞ୍ଜବା ଦେ ୱାରିସ ମୁଖ୍ୟ ଅମ୍ରିତପାଲ ସିଂହ। ସେ ପୁଲିସ ଚକମା ଦେଇ ଖସି ପଳାଇଛି। ତାକୁ ଧରିବା ପାଇଁ ପୁଲିସ ଭିନ୍ନ ଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଜାରି ରଖିଛି । ତଥାପି ଏଯାଏଁ ପୁଲିସକୁ ସଫଳତା ମିଳିନାହିଁ।  ଅମ୍ରିତପାଲ ସିଂହର ଗିରଫଦାରୀ ସମ୍ପର୍କରେ ସୋଶାଲ ମିଡିଆରେ ପ୍ରଚାର କରାଯାଉଥିବା ଗୁଜବ ତଥା ମିଥ୍ୟା ଖବରରେ ବିଶ୍ୱାସ ନକରିବାକୁ ପଞ୍ଜାବ ପୁଲିସ ଲୋକଙ୍କୁ ନିବେଦନ କରିଛି।

Punjab Police Punjab Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe