Advertisment

ରାସ୍ତା ମଝିରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ, ୨ ଗିରଫ

ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Attack on Shiv Sena Leader

Attack on Shiv Sena Leader

Advertisment

ରାସ୍ତା ମଝିରେ ଶିବସେନା ନେତାଙ୍କୁ ଖଣ୍ଡାରେ ଆକ୍ରମଣ। ନିହଙ୍ଗା ଶିଖ ବେଶ୍‌ରେ ଆସି ପଞ୍ଜାବ ଶିବସେନା ନେତା ସନ୍ଦୀପ ଥାପରଙ୍କୁ ବିଚ୍‌ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଶିଖଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ଆକ୍ରମଣକାରୀଙ୍କୁ ଫତେହଗଡ ସାହିବରୁ ଗିରଫ କରିଛି।

Advertisment

ପୁଲିସ ସୂଚନା ମୁତାବକ, ପଞ୍ଜାବ ଶିବସେନା ନେତା ସନ୍ଦୀପ ଥାପର୍‌ଙ୍କ ଉପରେ ଶୁକ୍ରବାର ସକାଳ ୧୧ଟା ୪୦ରେ ଲିଧିଆନା ସ୍ଥିତି ସିଭିଲ୍‌ ହସ୍ପିଟାଲ ନିକଟରେ ଆକ୍ରମଣ ହୋଇଥିଲା। ସେ ସିଭିଲ ହସ୍ପିଟାଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆସୁଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଯେତେବେଳେ ସେ ସିଭିଲ ହସ୍ପିଟାଲର ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିଲେ ସେତେବେଳେ ନିହାଙ୍ଗ ଶିଖ ବେଶରେ ଅଭିଯୁକ୍ତମାନେ ସେଠାରେ ଉପସ୍ଥିତ ଥିଲେ।

ଏହାପରେ ଅଭିଯୁକ୍ତମାନେ ସନ୍ଦୀପ ଥାପରଙ୍କୁ ଅଟକାଇ ତାଙ୍କ ଉପରେ ଆଖିବୁଜା ଖଣ୍ଡାରେ ଆକ୍ରମଣ କରିଥିଲେ। ଏହା ପରେ ଦୁଇ ଅଭିଯୁକ୍ତ ତାଙ୍କ ଆକ୍ଟିଭା ଗାଡି ଛଡ଼ାଇ ନେଇ ପଳାଇ ଯାଇଥିଲେ। ଶିବସେନା ନେତାଙ୍କୁ ପୁଲିସ୍‌ ସୁରକ୍ଷା ଦେବାକୁ ଆସିବା ‌ସତ୍ତ୍ୱେ ବି ଆକ୍ରମଣକାରୀମାନେ ଆକ୍ରମଣ କରିବାକୁ ପଛାଇ ନଥିଲେ। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Advertisment

ଏକ ଘଣ୍ଟା ଭିତରେ ପୁଲିସ ସମସ୍ତ ଅଭିଯୁକଙ୍କୁ ଚିହ୍ନଟ କରିଛି। ଏହି ଆକ୍ରମଣରେ ତିନି ଜଣ ସାମିଲ ହୋଇଥିଲେ। ଏଥିରେ ଅମୃତସର ନିବାସୀ ସରବଜିତ ସିଂହ ସଭା, ହରଜତ ସିଂହ ଜୋଟା ଓ ତାହଲ ସିଂହ ଲାଡିଙ୍କ ନାଁ ସାମିଲ ଅଛି। ଫତେହଗଡ ସାହିବ ଜିଲ୍ଲା ନିକଟରୁ ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ପୀଡିତାଙ୍କ ଆକ୍ଟିଭା ଗାଡି ମଧ୍ୟ ଉଦ୍ଧାର କରାଯାଇଛି, ଅଧିକ ତଦନ୍ତ ଚାଲିଛି। ମୁଣ୍ଡରେ ଆଘାତ ଲାଗିବା ପରେ ଥାପରଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲକୁ ନିଆଯାଇଥିବା ପୋଲିସ କହିଛି। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Punjab Attack On Shiv Sena Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe