Advertisment

ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କୁ ଗୁଳିମାଡ଼

ପଞ୍ଜାବର ଫେମସ୍‌ ମ୍ୟୁଜିକ କମ୍ପୋଜର ତଥା ପ୍ରଡ୍ୟୁସର ବଣ୍ଟି ବେନ୍ସଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି।

author-image
Madhupriya Mistry
Sidhu Moose Wala and Bunty Bains

Sidhu Moose Wala and Bunty Bains

ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କ ଉପରେ ଆଖିବୁଜା ଗୁଳିମାଡ। ପଞ୍ଜାବର ଫେମସ୍‌ ମ୍ୟୁଜିକ କମ୍ପୋଜର ତଥା ପ୍ରଡ୍ୟୁସର ବଣ୍ଟି ବେନ୍ସଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି।

Advertisment

ସୂଚନା ମୁତାବକ, ବଣ୍ଟି ବେନ୍ସ ମହୋଲି ସେକ୍ଟର-୭୯ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ବସିଥିବା ବେଳେ କିଛି ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ତେବେ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଏନେଇ ସେ ଥାନରେ ଅଭିଯୋଗ କରିଛନ୍ତି।

ଗୁଳିମାଡ ପରେ ତାଙ୍କୁ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ମଧ୍ୟ ଆସିଥିଲା। ଏହି ଫୋନ୍‌ କଲ ମାଧ୍ୟମରେ ଆକ୍ରମଣକାରୀମାନେ ତାଙ୍କୁ ଏକ କୋଟି ଟଙ୍କା ବଟି ମାଗିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ପୁଲିସ ଗୁଳିମାଡ ଘଟଣାର ଯାଞ୍ଚ କରୁଛି। ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଲକି ପଟିଆଲାଙ୍କ ନାଁରେ ଏହି ଧମକ ଦିଆଯାଇଥିଲା। ଲକି ପଟିଆଲା କାନାଡାରେ ରୁହେ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଲକି ପଟିଆଲାର ସମ୍ପର୍କ ରହିଛି। ସେ ବମ୍ବିହା ଗ୍ୟାଙ୍ଗକୁ ଲିଡ୍‌ କରୁଥିବା କୁହାଯାଉଛି।

Advertisment

ସିଦ୍ଧୁ ମୁସେଓ୍ୱାଲାଙ୍କ ସହ ବଣ୍ଟି ବେନ୍ସର ରହିଥିଲା ଘନିଷ୍ଠ ସମ୍ପର୍କ। ସେ ସିଦ୍ଧୁ ମୁସେଓ୍ୱାଲଙ୍କ ଅନେକ ଗୀତକୁ କମ୍ପୋଜ କରିବା ସହ ପ୍ରଡ୍ୟୁସ ମଧ୍ୟ କରିଛନ୍ତି। ବଣ୍ଟି ବେନ୍ସଙ୍କ କମ୍ପାନୀ ସିଦ୍ଧୁ ମୁସେଓ୍ୱାଲାଙ୍କ କାମ ମ୍ୟାନେଜ କରୁଥିଲା। ୨୦୨୨ରେ ସିଦ୍ଧୁ ମୁସେଓ୍ୱାଲାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା।

Deadly Attack Punjabi Composer Bunty Bains Punjab Late Singer Sidhu Moose Wala