Advertisment

ବିଷାକ୍ତ ମଦ ନେଲା ୧୧ ଜୀବନ; ବନ୍ଧା ହେଲେ ୨ ଯୁବକ, ୭ ପୁଲିସ୍‌ କର୍ମଚାରୀ ନିଲମ୍ବିତ

ବିଷାକ୍ତ ମଦ ପିଇ ବିଲ୍ଲୁପୁରମ ଜିଲ୍ଲାରେ ୭ ଓ ଚେଗଲପଟୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Liouor

Liouor

ବିଷାକ୍ତ ମଦ ନେଲା ୧୧ ଜୀବନ। ଏପରି ଅଘଟଣ ତାମିଲନାଡ଼ୁର ୨ଟି ଜିଲ୍ଲା- ବିଲ୍ଲୁପୁରମ ଓ ଚେଗଲପଟୁରେ ଘଟିଛି। ବିଷାକ୍ତ ମଦ ପିଇ ବିଲ୍ଲୁପୁରମ ଜିଲ୍ଲାରେ ୭ ଓ ଚେଗଲପଟୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ ୭ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। 

Advertisment

ଗତ ଶନିବାର ବିଲ୍ଲୁପୁରମ ଜିଲ୍ଲାରେ ମଦ ପିଇବା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣକ ପରେ ଜଣେ କରି ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଚେଗଲପଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୪ ଜଣ ଆଖି ବୁଜିଛନ୍ତି। ୩୦ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। 

ଏହି ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଟିମ୍‌ ଗଠିତ ହୋଇଛି। ଏହି ଟିମ୍‌ ଘଟଣାର ତଦନ୍ତ କରିବା ସହ ଏଥିରେ ଆଉ କିଏ ସମ୍ପୃକ୍ତ ଅଛି, ତାହା ବାହାର କରିବ ବୋଲି ଜଣାଯାଇଛି।

Advertisment

ବିଲ୍ଲୁପୁରମ ଓ ଚେଗଲପଟୁ ଜିଲ୍ଲା ମଧ୍ୟରେ ୫୦ କିମିରୁ ଅଧିକ ଦୂରତା ହୋଇଥିବା ବେଳେ ଏକ ସଙ୍ଗେ କିପରି ୨ଟି ସ୍ଥାନରେ ଗୋଟିଏ ପ୍ରକାର ଘଟଣା ଘଟିଲା, ସେ ନେଇ ଚର୍ଚ୍ଚା ଚାଲିଛି। ଉଭୟ ସ୍ଥାନରୁ ପୁଲିସ୍‌ ମଦର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଉଭୟ ଜିଲ୍ଲାରେ ବ୍ୟବହାର ହୋଇଥିବା ମଦର ନମୁନା ସମାନ ନା ଭିନ୍ନ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକଟ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିଭଳି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ଘୋଷଣା କରାଯାଇଛି। 

Deadbody Toxic Liquor