ଟ୍ରେନରେ ଆତଙ୍କବାଦୀମାନେ ନେଇଯାଉଛନ୍ତି ବିସ୍ଫୋରକ। ଏହା ଜଣାପଡ଼ିବା ପରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ଆଜି ସକାଳେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାଯ୍ୟରେ ଟ୍ରେନରେ ଯାଞ୍ଚ କରାଯାଇଥିଲା। ହେଲେ କିଛି ମିଳି ନଥିଲା।
କିଛି ସନ୍ଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି ବୋଲି ସୋଶାଲ ମିଡିଆରେ 'X'ରେ ସୂଚନା ମିଳିଥିଲା। ଏଥିସହ ଆତଙ୍କବାଦୀ ବିସ୍ଫୋରକ ସମାଗ୍ରୀକୁ ଏୟାର ଇଣ୍ଡିଆ ଦିଲ୍ଲୀ-ଲେହ ବିମାନରେ ଲଗାଇବେ ବୋଲି ଜଣାପଡ଼ିଥିଲା।
Also Read
ଏହା ଜଣାପଡ଼ିବା ପରେ. ସମସ୍ତ କୋଚରେ ଥିବା ଯାତ୍ରୀଙ୍କ ମଧ୍ୟରେ ସଙ୍ଗେ ସଙ୍ଗେ ଆତଙ୍କ ଖେଳିଯାଇଥିଲ। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ ପରେ କିଛି ମିଳି ନଥିଲା। ତେବେ କିଏ ଓ କାହିଁକି ସୋଶାଲ ମିଡିଆରେ 'X'ରେ ଏପରି ମିଛ ସୂଚନା ଦେଇଥିଲା ତାହା ଜଣାପଡ଼ିନାହିଁ। ରେଳ ବିଭାଗ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଣିପୁରରେ ପୁଣି କର୍ଫ୍ୟୁ, ୭ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ
ବିଧାୟକଙ୍କ ଘରେ ପଶି ଝରକା କବାଟ ଭାଙ୍ଗିଲେ, ଜାଳିଦେଲେ ଆସବାବପତ୍ର। ଭୟଙ୍କର ହିଂସା କାରଣରୁ ମଣିପୁରକୁ ପୁଣି ଫେରିଲା କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ।
National
ପୂର୍ବତନ ବିଧାୟକ ତଥା ଚନ୍ଦ୍ରବାବୁ ନାଇଡୁଙ୍କ ଭାଇଙ୍କ ପରଲୋକ
ଗତ ୧୪ ତାରିଖରେ ରାମମୂର୍ତ୍ତି ନାଇଡୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Politics
'ବାଇଡେନଙ୍କ ପରି ମୋଦିଙ୍କ ମେମୋରି ଲସ୍ ହୋଇଗଲାଣି'
ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି ବୋଲି ରାହୁଲ ଗାନ୍ଧି କହିଛନ୍ତି।
National
ଜମ୍ମୁ-କଶ୍ମୀରରେ ବେକାରୀ ହାର ଦେଶରେ ସର୍ବାଧିକ
ଜମ୍ମୁ କଶ୍ମୀରରେ ବିଭିନ୍ନ ସରକାରୀ ବିଭାଗରେ ୩ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। ତଥାପି ରାଜ୍ୟକରେ ବେକାରୀ ହାର ସମଗ୍ର ଭାରତରେ ସର୍ବାଧିକ।
Politics
ବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍, ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ
ଜାତୀୟ ସ୍ତରରେ ଦୁଇ ପ୍ରମୁଖ ଦଳର ଷ୍ଟାର୍ ପ୍ରଚାରକ ଅମିତ ଶାହ ଏବଂ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଦଳର ସଭାପତିମାନଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ।