Advertisment

ପୁଷ୍ପା-୨ ପ୍ରିମିୟର ଦଳାଚକଟା ମାମଲା, ବିଗିଡ଼ିଲା ନାବାଳକର ସ୍ୱାସ୍ଥ୍ୟାବସ୍ଥା

ପୁଷ୍ପା ୨’ ପ୍ରିମିୟର ଶୋ' ପୂର୍ବରୁ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ଉପୁଜିଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲା। ଏବେ ତାକୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।

author-image
Madhupriya Mistry
Pushpa2 Stampded

Pushpa2 Stampded

ବିଗିଡ଼ିଲା ପୁଷ୍ପା-୨ ପ୍ରିମିୟର ଶୋ' ବେଳେ ଦଳାଚକଟା ବେଳେ ଆହତ ହୋଇଥିବା ନାବାଳକର ସ୍ୱାସ୍ଥ୍ୟାବସ୍ଥା। ତାକୁ ଆଜି ଆଇସିୟୁରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଡାକ୍ତରଙ୍କ ଦେଖାରଖାରେ ତା'ର ଚିକିତ୍ସା ଚାଲିଛି।

Advertisment

ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ' ହୋଇଥିଲା। ତେବେ ଏହି ଥିଏଟର୍‌କୁ ଅଭିନେତା ଅଲ୍ଲୁ ଅର୍ଜୁନ ଆସିଥିଲେ। ତାଙ୍କୁ ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ଭିଡ ଜମିଥିଲା। ଏହି ସମୟରେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ପୁଅ ଆହତ ହୋଇଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏବେ ଉକ୍ତ ନାବାଳକର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ବଦଳରେ ବିଗିଡ଼ିଯାଇଛି। ତାକୁ ଭେଣ୍ଟିଲେଟର୍‌ ସପୋର୍ଟରେ ରଖାଯାଇଛି। ହାଇଦ୍ରାବାଦର କେଆଇଏମ୍‌ଏସ୍‌ କଡଲେସ୍ ହସ୍ପିଟାଲ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ଆଠ ବର୍ଷ ବୟସ୍କା ଶ୍ରୀ ତେଜ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ନାୟୁଗତ ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

Advertisment

ହସ୍ପିଟାଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି କି ଡିସେମ୍ବର ୪ ତାରିଖରେ ଶିଶୁଟିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତା'ର ଅକ୍ସିଜେନ୍‌ ସାଚୁରେସନ୍‌ କମ୍‌ ଥିଲା। ତା'ସହିତ ଶ୍ୱାସକ୍ରିୟାରେ ବି ସମସ୍ୟା ଥିଲା। ହାଇଦ୍ରାବାଦ୍‌ ସିଟି ପୁଲିସ୍‌ କମିସନର ସିଭି ଆନନ୍ଦ ହସ୍ପିଟାଲ୍‌ ପଦିଦର୍ଶନ କରିବା ପରେ କହିଛନ୍ତି କି ଦଳାଚକଟା ବେଳେ ନିଶ୍ୱାସ ନେବାରେ ଅସୁବିଧା ହେତୁ ତେଜ୍‌ଙ୍କ ବ୍ରେନ୍‌-ଡେଡ୍‌ ହୋଇଯାଇଛି। ତାଙ୍କୁ ପୂରା ସୁସ୍ଥ ହେବାକୁ ସମୟ ଲାଗିବ।

‘ପୁଷ୍ପା ୨’ ପ୍ରିମିୟର ଶୋ' ପୂର୍ବରୁ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ଉପୁଜିଥିବା ଦଳାଚକଟାରେ ‌‌ତେଜଙ୍କ ମା'ଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଗତ ସପ୍ତାହରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଦିନକ ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା।

Injured Boy Critical Pushpa2 Screening Stampede Allu Arjun