Advertisment

‘ମେକ ଇନ ଇଣ୍ଡିଆ’କୁ ପୁଟିନଙ୍କ ପ୍ରଶଂସା

ପୁଟିନ ଭାରତର ଉଦାହରଣ ଦେଇ ଘରୋଇ ଉତ୍ପାଦକୁ ବୃଦ୍ଧି ଓ ରୁଷର ବ୍ରାଣ୍ଡର ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଛନ୍ତି।

Putin

Putin

Advertisment

ଭାରତ ସରକାର ଆରମ୍ଭ କରିଥିବା ମେକ୍‌ ଇନ ଇଣ୍ଡିଆ କାର୍ଯ୍ୟକ୍ରମରୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ ଇନ ଇଣ୍ଡିଆ ଆଭିମୁଖ୍ୟ ଭାରତର ଅର୍ଥନୀତି ଉପରେ ସକାରାମତ୍କ ପ୍ରଭାବ ପକାଇଥିବା ସ୍ପଷ୍ଟ ଭାବେ ଦେଖାଯାଉଛି ବୋଲି ପୁଟନ କହିଛନ୍ତି।

Advertisment

ମସ୍କୋରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ପୁଟିନ ଯୋଗ ଦେଇ ଭାରତ କଥା ଉଠାଇଛନ୍ତି। ସେ କହିଛନ୍ତି, “ଭାରତରେ ଥିବା ଆମର ବନ୍ଧୁ ଓ ରୁଷର ପରମ ମିତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବର୍ଷ ତଳେ ମେକ ଇନ ଇଣ୍ଡିଆ ଲାଗୁ କରିଥିଲେ। ଏହାର ସକାରାତ୍ମକ ପ୍ରଭାବ ମଧ୍ୟ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିଛି। ଏହା ସମସ୍ତଙ୍କ ପାଇଁ ଭଲ ଖବର।”

ପୁଟିନ ଭାରତର ଉଦାହରଣ ଦେଇ ଘରୋଇ ଉତ୍ପାଦକୁ ବୃଦ୍ଧି ଓ ରୁଷର ବ୍ରାଣ୍ଡର ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତ ଭଳି ରୁଷର ବ୍ରାଣ୍ଡଗୁଡ଼ିକୁ ଆଗକୁ ନେବାକୁ ସେ କହିଛନ୍ତି। ଏଥିସହ ୟୁକ୍ରେନ ସହ ଯୁଦ୍ଧ କରିବା ଦିନ ଠାରୁ ବିଭିନ୍ନ ପ୍ରତିବନ୍ଧକ ରୁଷ ଉପରେ ଲାଗିଛି। ହେଲେ ଏହାର ପ୍ରଭାବ ରୁଷର ଅର୍ଥନୀତି ଉପରେ ପଡ଼ି ନଥିବାରୁ ପୁଟିନ ଦମ୍ଭୋକ୍ତି କରିଛନ୍ତି। 

Advertisment

ନିକଟରେ ରୁଷର ରାଷ୍ଟ୍ରଦୂତ ଡେନିସ ଅଲିପୋଭ ନୂଆଦିଲ୍ଲୀ କହିଥିଲେ ଯେ ରୁଷ ଓ ଭାରତର ରଣନୀତିଗତ ସ୍ୱତନ୍ତ୍ର ସହଭାଗିତା ପୂର୍ବାପେକ୍ଷା ଅଧିକ ସଶକ୍ତ ହୋଇ ଅଧିକ ମଜବୁତ ହୋଇପାରିଛି।

ବିଶ୍ୱସ୍ତରରେ ରୁଷ ସମ୍ପର୍କରେ ପ୍ରତିଦିନ ମିଛ କଥା କୁହାଯାଉଛି। ରୁଷ ଓ ଭାରତ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ତଥାପି ଭାରତ ଓ ରୁଷ ସମ୍ପର୍କରେ ଅଧିକ ମଜବୁତ ହୋଇଛି। ସବୁ ଯୋଜନାକୁ ଏହି ସମ୍ପର୍କ ଦୁର୍ବଳ କରି ଦେଇଛି ବୋଲି ସେ କହିଥିଲେ।

PM Modi Make In India Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe