/odisha-reporter/media/media_files/2025/11/28/putin-2025-11-28-13-56-39.jpg)
ମୋଦି ଓ ପୁଟିନ (ଫାଇଲ ଫଟୋ)
ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ପୁଟିନ ଭାରତରେ ରହିବେ। ଏଥିସହ ସେ ୨୩ତମ ଭାର-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଆମେରିକା ପକ୍ଷରୁ ନୂଆଦିଲ୍ଲୀ ଉପରେ ଟାରିଫ ଲଗାଯାଇଛି।
ଆମେରିକା ଟାରିଫ ଛାଟ ସତ୍ତ୍ୱେ ଭାରତ-ରୁଷ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଏସବୁ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି( PM Modi) ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ନୂଆଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ। ଏବେ ଏହାକୁ ଗ୍ରହଣ କରି ପୁଟିନ ଡିସେମ୍ବର ୪-୫ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବ ୪-୫ରେ ଭାରତ ଗସ୍ତରେ ଆସୁଛନ୍ତି। ସେ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ।”
ଏହି ଗସ୍ତ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରି ତାଙ୍କ ସମ୍ମାନରେ ଗୋଟିଏ ନୈଶ୍ୟ ଭୋଜିର ଆୟୋଜନ କରିବେ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ପୁଟିନଙ୍କ ଗସ୍ତ ସମୟରେ ଭାରତ ଓ ରୁଷ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗ ମିଳିବ। ଆଗକୁ କେମିତି ଦୁଇ ଦେଶ ପରସ୍ପର ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାମ କରିବେ ଓ ବୈଶ୍ୱିକ ପ୍ରସଙ୍ଗ କେମିତି ଦୁଇ ପାକ୍ଷିକ ସମ୍ପର୍କକୁ ପ୍ରଭାବିତ ନ କରିବ, ତା’ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।
ଡିସେମ୍ବର ମାସରେ ପୁଟିନ ଭାରତ ଗସ୍ତ ଆସିବେ ବୋଲି ଅଗଷ୍ଟରୁ ହିଁ ଜଣାପଡ଼ିଥିଲା। ହେଲେ ଏହାର ତାରିଖ ସ୍ଥିର ହୋଇ ନଥିଲା। ଅଗଷ୍ଟ ମାସରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷ ଗସ୍ତରେ ଯାଇ ପୁଟିନଙ୍କୁ ଭେଟିଥିଲେ। ଏହାପରେ ପୁଟିନ ଭାରତ ଗସ୍ତରେ ଆସିବାକୁ ଚାହୁଁଥିବା ସମସ୍ତଙ୍କୁ ଜଣାଇଥିଲେ।
ସେହିପରି ସେପ୍ଟେମ୍ବର ମାସରେ ଚାଇନାରେ ଆୟୋଜିତ ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସ୍ସିଓ) ସମ୍ମିଳନୀରେ ମଧ୍ୟ ମୋଦି ଓ ପୁଟିନ(Vladimir Putin)ଙ୍କ ଭେଟଘାଟ ହୋଇଥିଲା। ଏହି ସମୟରେ ଦୁଇ ନେତା ବେଶ କିଛି ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
