Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ ରୁଷ ଓ ୟୁକ୍ରେନ ରାଷ୍ଟ୍ରପତି

ଆଲୋଚନା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତର ଲୋକସଭା ନିର୍ବାଚନ ପରେ ନିଜ ନିଜର ଦେଶକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି।

author-image
Hemant Lenka
PM Modi

PM Modi

ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୨ ବର୍ଷ ହେଲା ଯୁଦ୍ଧ ଚାଲିଥିବା ବେଳେ ଆଜି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଆଲୋଚନା ବେଳେ ମୋଦି ପୁଣି ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କୁ ଭାରତ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଦୋହରାଇଛନ୍ତି।

Advertisment

ଆଲୋଚନା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତର ଲୋକସଭା ନିର୍ବାଚନ ପରେ ନିଜ ନିଜର ଦେଶକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି।

ଏକ୍ସରେ ଗୋଟିଏ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପୁଟିନଙ୍କ ସହ କଥା ହେବା ସେ ପୁଣି ରୁଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମେ ଆଗକୁ ଏକାଠି କାମ କରି ଭାରତ-ରୁଷ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ରାଜି ହୋଇଛୁ ବୋଲି ମୋଦି କହିଛନ୍ତି। ପ୍ରତି ଜବାବରେ ପୁଟିନ ଦେଶର ଲୋକସଭା ନିର୍ବାଚନ ପରେ ରୁଷ ଆସିବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।

Advertisment

ସେହିପରି ଆଉ ଏକ ପୋଷ୍ଟରେ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ କଥା ହୋଇ ଭାରତ-ୟୁକ୍ରେନ ମଧ୍ୟରେ ଥିବା ସହଭାଗିତାକୁ ମଜବୁତ କରିବା ଉପରେ ଆଲୋଚନା କରିଥିବା କହିଛନ୍ତି।

ଏହାର ଜବାବରେ ଜେଲେନସ୍କି କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛି। ୟୁକ୍ରେନର ସାର୍ବଭୌମତ୍ୱ, ଆଞ୍ଚଳିତ ଅଖଣ୍ଡତା, ମାନବୀୟ ସହାୟତା ଓ ଶାନ୍ତି ଫର୍ମୁଲା ପାଇଁ ଅନୁଷ୍ଠିତ ହେଉଥିବା ବୈଠକରେ ଭାରତର ସକ୍ରିୟ ଭୂମିକା ପାଇଁ କୃତଜ୍ଞତା ଜଣାଇଛି।

ବର୍ତ୍ତମାନ ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ଶାନ୍ତି ସମ୍ମିଳନୀରେ ଭାରତର ଯୋଗଦାନ ଦେଖିବା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆମେ ଦ୍ୱିପାକ୍ଷିକ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ କଥା ହୋଇଛୁ। ଭବିଷ୍ୟତରେ ନୂଆଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ବୈଠକ ହେବାର ମଧ୍ୟ ସମ୍ଭାବନା ରହିଛି।

ୟୁକ୍ରେନ ସବୁବେଳେ ଭାରତ ସହ ଶିଳ୍ପ ଓ ଆର୍ଥିକ ସମ୍ପର୍କକୁ ମଜବୁତ କରିବାକୁ ଚାହେଁ। ସେହିପରି କିଭ୍‌ ଭାରତର ଶିକ୍ଷାର୍ଥୀମାନଙ୍କୁ ପୁଣିଥରେ ନିଜ ଦେଶର ଶିକ୍ଷାନୁଷ୍ଠାନରେ ସ୍ୱାଗତ ପାଇଁ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତର ଲୋକସଭା ନିର୍ବାଚନ ପରେ ୟୁକ୍ରେନ ଆସିବାକୁ ନିମନ୍ତ୍ରଣ କରିଛି।”

୨୦୨୨ ଫେବୃଆରୀ ମାସରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ୟୁକ୍ରେନ ବ୍ୟାପକ କ୍ଷତି ସହିଥିଲେ ମଧ୍ୟ ହାର ମାନିବା ମୁଡରେ ନାହିଁ। ଯୁଦ୍ଧ ପରେ ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରିଥିଲେ। 

PM Modi Vladimir Putin Volodymyr Zelenskyy