ବାଲେଶ୍ୱର ଟ୍ରେନ ଟ୍ରାଜେଡି: ବୈଷୟିକ ତ୍ରୁଟି ନା ମାନବ ଅବହେଳା

ଶୁକ୍ରବାର ସନ୍ଧ୍ୟା ୬.୫୦ରୁ ୭.୧୦ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗା ଠାରେ ୩ଟି ଟ୍ରେନ ମଧ୍ୟରେ ଦୁଇଟି ଧକ୍କା ହୋଇଥିଲା। ଫଳରେ ଏକାଧିକ ବଗି ଲାଇନଚ୍ୟୁତ ହୋଇ ହୋଇଯାଇଥିଲା।

Train

ଦୁର୍ଘଟଣା ଗ୍ରସ୍ତ ୩ ଟ୍ରେନ

Hemant Lenka
  • Published: Saturday, 03 June 2023
  • Updated: 03 June 2023, 01:35 PM IST

Sports

Latest News

ମାତ୍ର କିଛି ମିନିଟ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ଘଟିଥିବା ୩ ଟ୍ରେନ ପରସ୍ପର ସହ ଧକ୍କା ହେବା ଘଟଣା ପୂରା ବିଶ୍ୱକୁ ଦୋହଲାଇ ଦେଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧ ହଜାର ଲୋକ ଆହତ ହୋଇଛନ୍ତି।

ଅନେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରାଯିବ ବୋଲି କହୁଛନ୍ତି।

ତେବେ ଭାରତର ଅନ୍ୟତମ ବଡ଼ ଟ୍ରେନ ଟ୍ରାଜେଡି ପଛର କାରଣ କ’ଣ? କେମିତି ଏତେ ଲୋକଙ୍କ ଜୀବନ ଗଲା? ଏଥିପାଇଁ ବୈଷୟିକ ତ୍ରୁଟି ଦାୟୀ ନା ମାନବ ଅବହେଳା? କ’ଣ କ୍ଷତି ପୂରଣ ଓ ତଦନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଜୀବନ ଫେରାଇ ଦେବ? ଏମିତି ଅନେକ ପ୍ରଶ୍ନ ଏବେ ଉଠିବାରେ ଲାଗିଛି।

Also Read

ଶୁକ୍ରବାର ସନ୍ଧ୍ୟା ୬.୫୦ରୁ ୭.୧୦ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗା ଠାରେ ୩ଟି ଟ୍ରେନ ମଧ୍ୟରେ ଦୁଇଟି ଧକ୍କା ହୋଇଥିଲା। ଫଳରେ ଏକାଧିକ ବଗି ଲାଇନଚ୍ୟୁତ ହୋଇ ହୋଇଯାଇଥିଲା।

ଯାତ୍ରୀବାହୀ ଟ୍ରେନ କରମଣ୍ଡଳ ଶାଲିମାର ଏକ୍ସପ୍ରେସ ଗୋଟିଏ ମାଲବାହୀ ଟ୍ରେନକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ବଗି ଗୁଡ଼ିକ ଓଲଟି ପଡ଼ିଥିବା ବେଳେ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏହାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ କିଛି ବଗି ବେଶ କିଛି ବାଟ ଛିଟିକି ପଡ଼ି ଟ୍ରାକ୍‌ରେ ଛେଚି ହୋଇଯାଇଥିଲେ। ଗୋଟିଏ ବଗି ଅନ୍ୟ ଏକ ବଗି ଉପରେ ଚଢ଼ି ଯାଇଥିଲା। ଦୁଇଟି ଯାକ ଟ୍ରେନର ୧୭ଟି ବଗି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣାସ୍ଥଳକୁ ଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସିରିଜ ଦୁର୍ଘଟଣା ପଛର କାରଣକୁ ନେଇ ଅନେକ କଥା ସାମ୍ନାକୁ ଆସିଛି। କିନ୍ତୁ ଗୋଟିଏ ସ୍ଥାନରେ ୩ଟି ଟ୍ରେନ ମଧ୍ୟରେ ହୋଇଥିବା ଧକ୍କାର କାରଣ କ’ଣ?

ଯେଉଁ ଟ୍ରାକରେ ମାଲବାହୀ ଟ୍ରେନ ଛିଡ଼ା ହୋଇଥିଲଲା, ସେହି ସମାନ ଲାଇନ୍‌ରେ କରମଣ୍ଡଳ ଶାଲିମାର ଏକ୍ସପ୍ରେସ କେମିତି ଆସିଲା? ଏହା ବୈଷୟିକ ତ୍ରୁଟି ନା ମାନବ ଅବହେଳା? ଅନେକ ଲୋକ ସିଗ୍ନାଲ ଫେଲ କଥା ମଧ୍ୟ କହୁଛନ୍ତି। କ’ଣ ଏହା ପଛରେ ଆଉ କିଛି କାରଣ ରହିଛି କି? 

ରେଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ କବଚ ବ୍ୟବସ୍ଥା ସାରା ଦେଶରେ ଆରମ୍ଭ କରାଯାଇଛି। ବିପଦ ସିଗ୍ନାଲ ଡେଇଁବା ମାତ୍ରେ କବଚ ସତର୍କ ସୂଚନା ଜାରି କରିଥାଏ। ଏହି ବ୍ୟବସ୍ଥା ଦ୍ୱାରା ଟ୍ରେନ ଡ୍ରାଇଭର ଆଲର୍ଟ ହେବା ସହ ସମାନ ଟ୍ରାକରେ ଥିବା ଅନ୍ୟ ଟ୍ରେନର ଉପସ୍ଥିତି ସମ୍ପର୍କରେ ଜାଣି ପାରିବେ ଓ ଠିକଣା ସମୟରେ ବ୍ରେକକୁ ନିୟନ୍ତ୍ରଣ କରିପାରିବେ। ତେବେ ଯେଉଁ ରାସ୍ତାରେ ଦୁର୍ଘଟଣା ଘଟିଛି, ସେଠାରେ କବଚ ବ୍ୟବସ୍ଥା ନଥିଲା।

କରମଣ୍ଡଳ ଏକ୍ସପ୍ରେସର ସ୍ଲିପର କ୍ଲାସ କୋଚ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି କୋଚଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥିଲା। ଅସଂରକ୍ଷିତ ଟିକେଟଧାରୀ ମଧ୍ୟ ସ୍ଲିପର କୋଚରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos