Advertisment

ପୋଖରୀକୁ ଖସିଲା ଟ୍ରାକ୍ଟର, ୧୫ ଶ୍ରଦ୍ଧାଳୁ ମୃତ

ଟ୍ରାକ୍ଟରରେ ମୋଟ ୩୫ ଜଣ ଖ୍ରଦ୍ଧାଳୁ ଥିଲେ। ସମସ୍ତେ ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଯାଉଥିଲେ।

ଅଦ୍ୟତନ ହୋଇଛି
Tractor trolley drowned

Tractor trolley drowned

Advertisment

ପୋଖରୀକୁ ଖସିଲା ଟ୍ରାକ୍ଟର। ନିୟନ୍ତ୍ରଣ ହରାଇ ପୋଖରୀରେ ପସିଗଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର। ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଉତ୍ତରପ୍ରଦେଶର କାଶଗଞ୍ଜରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତାବକ, ଜେଥରାରୁ ଗଙ୍ଗା ସ୍ନାନ କରିବା ପାଇଁ ଟ୍ରାକ୍ଟରରେ କିଛି ଶ୍ରଦ୍ଧାଳୁ ଆସୁଥିଲେ। ତେବେ ହଠାତ୍‌ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିଥିଲା। ଫଳରେ ଟ୍ରାକ୍ଟର ଟ୍ରଲି ସମେତ ଶ୍ରଦ୍ଧାଳୁ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି। ପଟିୟାଲି କାଦରଗଞ୍ଜ ରୋଡରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଛୋଟ ଛୁଆ ଓ ୮ ଜଣ ମହିଳା ଶ୍ରଦ୍ଧାଳୁ ଅଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଛି। 

ସେପଟେ ସୂଚନା ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଖପାଖର ଗାଁ ଲୋକେ ମଧ୍ୟ ଉଦ୍ଧାର କାମରେ ଲାଗି ଛନ୍ତି। ଉଦ୍ଧାର କରାଯାଇଥିବା କିଛି ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।   

Advertisment

ପୁଲିସ ସୂଚନା ମୁତାବକ, ଟ୍ରାକ୍ଟରରେ ମୋଟ ୩୫ ଜଣ ଖ୍ରଦ୍ଧାଳୁ ଥିଲେ। ଏମାନେ ସମସ୍ତେ ଏଟା ଜିଲ୍ଲାର କହା ଗାଁର ବାସିନ୍ଦା ବୋଲି କୁହାଯାଉଛି। ସମସ୍ତ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଯାଉଥିଲେ।

Accident Uttar Pradesh Kasganj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe