Advertisment

ଭଡ଼ା ଘରୁ ମିଳିଲା ସିମ୍ରନଙ୍କ ମୃତଦେହ

ସିମ୍ରନଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ତାଙ୍କର ଜଣେ ସାଙ୍ଗ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି।

Simron

Simron

Advertisment

ଜମ୍ମୁର ଜଣାଶୁଣା ରେଡିଓ ଜକି ଓ ଇନଷ୍ଟାଗ୍ରାମ ଇନ୍‌ଫ୍ଲ୍ୟୁଏନ୍ସର ସିମ୍ରନ ସିଂହଙ୍କ ମୃତଦେହ ତାଙ୍କ ଗୁରୁଗ୍ରାମ ସ୍ଥିତ ଭଡ଼ା ଘରୁ ମିଳିଛି। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ସେ ‘ଆରଜେ ସିମ୍ରନ’ ବା ‘ଜମ୍ମୁ କୀ ଧଡକନ’ ନାଁରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ପରିଚିତ। ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।

Advertisment

ସିମ୍ରନଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ତାଙ୍କର ଜଣେ ସାଙ୍ଗ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି।

ସିମ୍ରନଙ୍କ ପରିବାର ଲୋକେ ପୁଲିସକୁ କହିଛନ୍ତି ଯେ ଅନେକ ଦିନ ହେବ ସେ ଅବସାଦରେ ରହୁଥିଲେ। ବୋଧହୁଏ ସେଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି। ଘଟଣାସ୍ଥଳରୁ ସୁଇସାଇଡ ନୋଟ୍ ମିଳି ନଥିଲେ ହେଁ ତାଙ୍କ ପରିବାର ଲୋକେ ଏହି ଘଟଣା ନେଇ ଥାନାରେ ଏଫଆଇଆର ଦେଇ ନାହାନ୍ତି।

Advertisment

ସିମ୍ରନ ଜଣେ ଫ୍ରୀଲେନ୍ସର ରେଡିଓ ଜକୀ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୭ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ଶେଷଥର ପାଇଁ ସେ ଡିସେମ୍ବର ୧୩ ତାରିଖରେ ଏକ ରିଲ୍ ଶେଆର କରିଥିଲେ। ସେ ଭ୍ରମଣ କରିବାକୁ ଭଲ ପାଉଥିଲେ। ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଏହା ପ୍ରମାଣିତ ହେଉଛି। ଗତ ସେପ୍ଟେମ୍ବର ମାସରେ ସେ ଥାଇଲ୍ୟାଣ୍ଡ ଯାଇଥିଲେ ଓ ତାଙ୍କ ଫଟୋ ଏବଂ ଭିଡିଓ ଶେଆର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe