Advertisment

ବ୍ରିଟେନରେ ଚାଲିଛି ଚିକିତ୍ସା, ଦୃଷ୍ଟି ଶକ୍ତି ହରାଇ ପାରନ୍ତି ରାଘବ ଚଡ୍ଡା

ରାଘବ ବର୍ତ୍ତମାନ ଆଖି ଜନିତ ଜଟିଲ ସମସ୍ୟାରେ ପଡ଼ିଛନ୍ତି। ତାଙ୍କ ଆଖି ସମସ୍ୟା ଏତେ ବଢ଼ି ଯାଇଛି ଯେ ବ୍ରିଟେନରେ ତାଙ୍କର ଚିକିତ୍ସା ଚାଲିଛି।

Raghav Chadha

Raghav Chadha

Advertisment

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସ୍ୱାମୀ ରାଘବ ଚଡ୍ଡାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦେଶରେ ନିର୍ବାଚନ ପର୍ବ ଚାଲିଥିବା ବେଳେ ରାଘବ ଆପ୍‌ ପାଇଁ ପ୍ରଚାର କରିବା ଦେଖାଯାଉ ନାହିଁ। ନିର୍ବାଚନ ପ୍ରଚାର ଠାରୁ ରାଘବ ଚଡ୍ଡା କାହିଁକି ଦୂରରେ ରହିଛନ୍ତି, ସେ ବିଷୟରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି।

Advertisment

ରାଘବ ବର୍ତ୍ତମାନ ଆଖି ଜନିତ ଜଟିଲ ସମସ୍ୟାରେ ପଡ଼ିଛନ୍ତି। ତାଙ୍କ ଆଖି ସମସ୍ୟା ଏତେ ବଢ଼ି ଯାଇଛି ଯେ ବ୍ରିଟେନରେ ତାଙ୍କର ଚିକିତ୍ସା ଚାଲିଛି। ସେଠାରେ ତାଙ୍କ ଆଖିର ଅପରେସନ ହେବ। ଏପରି କି ସେ ଦୃଷ୍ଟି ଶକ୍ତି ମଧ୍ୟ ହରାଇବାର ଆଶଙ୍କା ରହିଛି। 

ଏ ସମ୍ପର୍କରେ ଆପ୍‌ର ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ରାଘବ ଆଖିରେ ସମସ୍ୟା ଅନୁଭବ କରିବାକୁ ଚିକିତ୍ସା ପାଇଁ ବ୍ରିଟେନ ଯାଇଛନ୍ତି। ମୋତେ କୁହାଯାଇଛି ଯେ ତାଙ୍କ ଆଖି ସମସ୍ୟା ବେଶ ଗୁରୁତର। ଯଦି ଠିକଣା ସମୟରେ ଏହାର ଚିକିତ୍ସା ଓ ଅପରେସନ ନ ହୋଇ ପାରିବ, ତା’ହେଲେ ସେ ଦୃଷ୍ଟି ଶକ୍ତି ମଧ୍ୟ ହରାଇ ପାରନ୍ତି। ଏବେ ସେଠାରେ ତାଙ୍କର ଅପରେସନ ହେବ। ମୁଁ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି। ସେ ସୁସ୍ଥ ହେବା ମାତ୍ରେ ଭାରତ ଆସିବେ ଓ ଦଳର ପ୍ରଚାର କରିବେ।”

Advertisment

ବ୍ରିଟେନରେ ଥାଇ ମଧ୍ୟ ରାଘବ ଏପ୍ରିଲ ୧୮ରେ ତାଙ୍କ ଏକ୍ସରେ ଦଳର ପ୍ରଚାର କରିଥିଲେ ଓ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ପୋଷ୍ଟ କରିଥିଲେ।

AAP Parineeti Chopra Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe