Advertisment

ପରିଣୀତିଙ୍କ ସମ୍ପର୍କରେ ପଚାରିବାରୁ ସ୍ମିତ ହାସ୍ୟ ଦେଇ ଏମିତି ଉତ୍ତର ଦେଲେ ରାଘବ

ବାରମ୍ବାର ଗଣମାଧ୍ୟମରେ ଉଭୟଙ୍କ ସମ୍ପର୍କରେ ଖବର ମଧ୍ୟ ପ୍ରକାଶ ପାଉଛି। ଏ ସମ୍ପର୍କରେ ଆଜି ରାଘବଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ସ୍ମିତ ହାସ୍ୟ ଦେଇଛନ୍ତି।

author-image
Hemant Lenka
Raghav Chadha

Raghav Chadha

ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ ସାଂସଦ ରାଘବ ଚଡ୍ଡା ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ଏବେ ଜୋର ଧରିଛି। ବାରମ୍ବାର ଗଣମାଧ୍ୟମରେ ଉଭୟଙ୍କ ସମ୍ପର୍କରେ ଖବର ମଧ୍ୟ ପ୍ରକାଶ ପାଉଛି। ଏ ସମ୍ପର୍କରେ ଆଜି ରାଘବଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ସ୍ମିତ ହାସ୍ୟ ଦେଇଛନ୍ତି। ଏଥିସହ ଆପଣମାନଙ୍କୁ ସବୁ କିଛି କୁହାଯିବ ବୋଲି କହିଛନ୍ତି। କିନ୍ତୁ ସେ ଡେଟିଂ ଖବର କିମ୍ବା ବାହାଘର ଖବରକୁ ଆଦୌ ଖଣ୍ଡନ କରି ନାହାନ୍ତି।

Advertisment

ସୋମବାର ଆପ୍‌କୁ ଜାତୀୟ ଦଳର ମାନ୍ୟତା ମିଳିଥିବା ବେଳେ ଆଜି ଦଳ ପକ୍ଷରୁ ଏହାର ସେଲିବ୍ରେସନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ରାଘବଙ୍କୁ ସାମ୍ବାଦିକମାନେ ପରିଣୀତିଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କେବଳ ଆପଣମାନଙ୍କୁ କୁହାଯିବ ବୋଲି କହିଛନ୍ତି।

ଆପ୍‌କୁ ଜାତୀୟ ଦଳର ମାନ୍ୟତା ମିଳିବା ପ୍ରସଙ୍ଗରେ ରାଘବ କହିଛନ୍ତି, “ଯେତେବେଳେ ଅରବିନ୍ଦ କେଜ୍ରିୱାଲ ଦଳ ଲଞ୍ଚ କରିଥିଲେ, ଆମେ ସମସ୍ତେ ଏଥିରେ ସାମିଲ ହୋଇଥିଲୁ। ଆମେ ଚାକିରି ଛାଡ଼ିଥିଲୁ। ଆଜି ସେ କାଫିଲା(କନଭୟ) ବହୁତ ଆଗକୁ ଯାଇଛି।

Advertisment

୧୦ ବର୍ଷ ପରେ ଏମିତି କିଛି ଘଟିବ ବୋଲି କିଏ ଜାଣିଥିଲେ? ଆପ ପାଖରେ ଏବେ ୨ଟି ରାଜ୍ୟ ରହିଛି। ୧୦ରୁ ଅଧିକ ସାଂସଦ ଓ ଅନେକ ବିଧାୟକ ରହିଛନ୍ତି। ଅରବିନ୍ଦ କେଜ୍ରିୱାଲ ପୂରା ଦେଶକୁ ଶାସନ କରିବାର ସମୟ ଆଉ ବେଶୀ ଦୂର ନୁହେଁ ବୋଲି ଆମର ବିଶ୍ୱାସ ରହିଛି।”

ଆପ ଜାତୀୟ ଦଳର ମାନ୍ୟତା ପାଇଥିଲେ ମଧ୍ୟ ଦଳ ପାଖରେ ଜଣେ ହେଲେ ଲୋକସଭା ସାଂସଦ ନାହାନ୍ତି।

AAP Parineeti Chopra Raghav Chadha