Advertisment

'କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ, ଟ୍ରେନ୍‌ ଟିକେଟ୍‌ କିଣିବାକୁ ବି ଟଙ୍କା ନାହିଁ'

କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଏବଂ ନିର୍ବାଚନ ଚାନ୍ଦା ପ୍ରସଙ୍ଗରେ ଖଡଗେ, ସୋନିଆ, ଅଜୟ ମାକେନ, ରାହୁଲ ଗାନ୍ଧି ପ୍ରମୁଖ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆକାଉଣ୍ଟ ଫ୍ରିଜ କରିବା ପ୍ରସଙ୍ଗରେ ବିଜେପିକୁ ଦାୟୀ କରିଛି କଂଗ୍ରେସ।

author-image
Madhupriya Mistry
ଅଦ୍ୟତନ ହୋଇଛି
Congress Press Meet

Congress Press Meet

କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍। ଗଣତନ୍ତ୍ର ଉପରେ ଏହା ଆକ୍ରମଣ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟକୁ ଜାଣିଶୁଣି ଫ୍ରିଜ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଅସୁର ଶକ୍ତି ବିରୋଧରେ ଆମର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି।

Advertisment

ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ମଧ୍ୟ ଏଥିରେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଏବଂ ନିର୍ବାଚନ ଚାନ୍ଦା ପ୍ରସଙ୍ଗରେ ଖଡଗେ, ସୋନିଆ, ଅଜୟ ମାକେନ, ରାହୁଲ ଗାନ୍ଧି ପ୍ରମୁଖ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆକାଉଣ୍ଟ ଫ୍ରିଜ କରିବା ପ୍ରସଙ୍ଗରେ ବିଜେପିକୁ ଦାୟୀ କରିଛି କଂଗ୍ରେସ।

Advertisment

ଏହା କେବଳ କଂଗ୍ରେସର ଆକାଉଣ୍ଟ ଫ୍ରିଜ ନୁହେଁ, ବରଂ ଗଣତନ୍ତ୍ର ଉପରେ ଆକ୍ରମଣ ସହ କଣ୍ଠରୋଧ କରାଯାଇଛି। ଆମ ନେତାମାନେ କୌଣସି ସ୍ଥାନକୁ ଯା’ ଆସ କରିପାରୁନାହାଁନ୍ତି। ଏମିତି କି ଟ୍ରେନରେ ମଧ୍ୟ ଯିବା ଆସିବା କରିପାରୁନାହାଁନ୍ତି। ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା କଂଗ୍ରେସ ନେତାଙ୍କ ପାଇଁ କଷ୍ଟକର ହେଉଛି। ଆମେ ବିଜ୍ଞାପନ ମଧ୍ୟ ଦେଇପାରୁନୁ ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି।

ଆମେ କୌଣସି ପ୍ରଚାର କରିପାରିବୁ ନାହିଁ। ବିମାନ କଥା ଛାଡିଦିଅନ୍ତୁ, ଆମ ପାଖରେ ଟ୍ରେନ୍‌ ଟିକେଟ୍‌ କାଟିବାକୁ ମଧ୍ୟ ଟଙ୍କାଟିଏ ନାହିଁ। ନିର୍ବାଚନର ଦୁଇ ମାସ ପୂର୍ବରୁ ଏହା କରାଯାଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ଆମ ଠାରୁ ଛଡାଇ ନିଆଯାଉଛି ବୋଲି କହିଛନ୍ତି ରାହୁଲ।

ଇଲେକ୍ଟୋରାଲ ବଣ୍ଡରୁ ବିଜେପିକୁ ବହୁ ଫାଇଦା ମିଳିଛି। ହେଲେ ଜନସାଧାରଣଙ୍କ ଟଙ୍କା ଯାହା କିଛି ମିଳିଛି, ଜାଣିଶୁଣି ତା' ଉପରେ ବ୍ରେକ୍ ଲଗାଯାଇଛି ବୋଲି ସୋନିଆ ଗାନ୍ଧି କହିଛନ୍ତି। ସେହିପରି ଆମକୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ। ପ୍ରତ୍ୟେକ ରାଜନୈତିକ ଦଳ ସମାନ ସୁଯୋଗ ପାଇବା ଉଚିତ୍‌। ଶାସକ ବିଜେପି ସରକାର ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନଗୁଡିକ ଉପରେ କବ୍‌ଜା କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

Rahul Gandhi Sonia Gandhi Mallikarjun Kharge Congress Press Meet