Advertisment

ମଣିପୁରରେ ରାହୁଲ ଗାନ୍ଧି, ରିଲିଫ କ୍ୟାମ୍ପକୁ ଯିବା ବେଳେ ଅଟକାଇଲା ପୁଲିସ୍‌

ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଦୁଃଖ ବୁଝିବାକୁ ରାହୁଲ ଗାନ୍ଧି ମଣିପୁର ଯାଇଥିବା ବେଳେ ପୁଲିସ୍‌ କିନ୍ତୁ ଅଧା ବାଟରେ ଅଟକାଇଥିବା ଜଣାଯାଇଛି।

Rahul Gandhi

Rahul Gandhi

Advertisment

ଦୀର୍ଘ ଦୁଇ ମାସ ବିଦ୍ରୋହ ନିଆଁରେ ଜଳୁଥିବା ମଣିପୁର ଗସ୍ତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମଣିପୁରରେ ଅଶାନ୍ତି ସୃଷ୍ଟି ହେବା ପରଠୁ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ଆଜି ଏହି ଉତ୍ତର- ପୂର୍ବ ରାଜ୍ୟକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି। ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଦୁଃଖ ବୁଝିବାକୁ ରାହୁଲ ଗାନ୍ଧି ମଣିପୁର ଯାଇଥିବା ବେଳେ ପୁଲିସ୍‌ କିନ୍ତୁ ଅଧା ବାଟରେ ଅଟକାଇଥିବା ଜଣାଯାଇଛି।

Advertisment

ମଣିପୁର ଦଙ୍ଗାରେ ଶତାଧିକ ଲୋକ ଜୀବନ ହାରିଥିବା ବେଳେ ଏବେ ବି ୫୦ ହଜାର ଲୋକ ୩ଶହ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ମଣିପୁରର ଚୁରାଚାନ୍ଦପୁର ଅଞ୍ଚଳ ହିଂସାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ସପ୍ତାହ ଧରି ସେଠାରେ ହିଂସା ଥମିବା ନାଁ ଧରିଲାନି।

ରାହୁଲ ଗାନ୍ଧି ଆଜି ନିଜ ମଣିପୁର ଗସ୍ତର ପ୍ରଥମ ଦିନରେ ଚୁରାଚାନ୍ଦପୁର ଯିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସେଠାରେ ସେ ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ବିସ୍ଥାପିତଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଦୁଃଖସୁଖ ବୁଝିଥାନ୍ତେ। କିନ୍ତୁ ହିଂସା ଆଶଙ୍କାରେ ଇମ୍ଫାଲଠୁ ମାତ୍ର ୨୦ କିମି ଯିବା ପରେ ବିଷ୍ଣୁପୁରଠାରେ ରାହୁଲ ଗାନ୍ଧିଙ୍କ କାର୍‌କୁ ଅଟକା ଯାଇଥିବା ଜଣାଯାଇଛି।

Advertisment

ଚୁରଚନ୍ଦପୁର ହିଂସାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ଏବେବି ଜୀବନଯାତ୍ରା ସ୍ୱାଭାବିକ ହୋଇପାରିନି। ତେଣୁ ସେଠାକୁ ଗଲେ ରାହୁଲ ଗାନ୍ଧିଙ୍କ ଉପରକୁ ଆକ୍ରମଣ ହେବା ଆଶଙ୍କାରେ ତାଙ୍କ କାର୍‌କେଡକୁ ଅଟକା ଯାଇଥିବା ପୁଲିସ୍‌ ସୂଚନା ଦେଇଛି।

ଏନେଇ ସୂଚନା ଦେଇ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ କହିଛନ୍ତି, ରାହୁଲ ଗାନ୍ଧି ସିଭିଲ ସୋସାଇଟି ପ୍ରତିନିଧୀଙ୍କ ସହ ଇମ୍ଫାଲ ଓ ଚୁରଚନ୍ଦପୁରରେ ହୋଇଥିବା ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ପୀଡ଼ିତଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ। ସେଠାରେ ସେ ପୀଡ଼ିତଙ୍କ ସହ ଆଲୋଚନା କରି ସେମାନଙ୍କ ଭଲମନ୍ଦ ବୁଝିଥାନ୍ତେ।

ପ୍ରାୟ ୨ ମାସ ହେବ ମଣିପୁର ଜଳୁଥିବା ବେଳେ ଏଠାରେ ଶାନ୍ତି ଫେରାଇ ଆଣିବା ଆମମାନଙ୍କ ପ୍ରଥମ କର୍ତ୍ତବ୍ୟ। ତେଣୁ ସେଠାରେ ଲୋକଙ୍କ ମଧ୍ୟରେ ପ୍ରେମ ଓ ଭଲ ପାଇବା ବାଣ୍ଟିବା ଆବଶ୍ୟକ , ଘୃଣା ନୁହେଁ ବୋଲି କହିଛନ୍ତି ଭେଣୁଗୋପାଳ ବୋଲି ଭେଣୁଗୋପାଳ ଟ୍ୱିଟ କରିଛନ୍ତି। ରାହୁଲ ଗାନ୍ଧି ନିଜ ଗସ୍ତ କାଳରେ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ମେ’ ୩ରୁ ମୈତୈ ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ମଣିପୁରରେ ହିଂସା ଲାଗି ରହିଛି। ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି। ୫୦ରୁ ଅଧିକ ଦିନ ହେଲା ଲୋକମାନେ ଇଣ୍ଟରନେଟ ଠାରୁ ଆରମ୍ଭ କରି ଅନେକ ପ୍ରକାରର ମୌଳିକ ଅଧିକାରୀରୁ ବଞ୍ଚିତ ହୋଇ ରହିଛନ୍ତି। ଦିନକୁ ଦିନ ମଣିପୁରର ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ଆଶ୍ୱସନା ଦେଇ ଚାଲିଛନ୍ତି।

Rahul Gandhi Manipur Violence Congress Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe