Advertisment

Rahul Gandhi: ଭାରତ ମାତାକୁ ବିକି ଆପଣ ଲଜିତ ନୁହନ୍ତି: କାହିଁକି ଏମିତି କହିଲେ ରାହୁଲ ଗାନ୍ଧି?

ରାହୁଲ ଗାନ୍ଧିଙ୍କ କହିବା କଥା ଯେ ଏହି ଡିଲ ହୋଲସେଲ ଆତ୍ମସମର୍ପଣ। ଡିଲ ବଳରେ ଭାରତର ଶକ୍ତି ସୁରକ୍ଷାକୁ ଆମେରିକା ହାତରେ ନ୍ୟସ୍ତ କରାଯାଇଛି। ଭାରତର ଚାଷୀଙ୍କ ସ୍ୱାର୍ଥକୁ ବୁଝମଣା କରାଯାଇଛି।

Rahul-Gandhi

ରାହୁଲ ଗାନ୍ଧି

Advertisment

ବେଶ କିଛି ଦିନର ନାରାବାଜୀ ଓ ହଟ୍ଟଗୋଳ ପରେ ଆଜି ଲୋକସଭାରେ ବଜେଟ ଉପରେ ହୋଇଛି ସ୍ୱାଭିବକ ଆଲୋଚନା। ତେବେ ଲୋକସଭାରେ ନିଜର ଅଭିଭାଷଣ ରଖିବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଆମେରିକା ଓ ଭାରତ ମଧ୍ୟରେ ନିକଟରେ ଚୂଡ଼ାନ୍ତ ହୋଇଥିବା ବାଣିଜ୍ୟ ଡିଲକୁ ସେ(Rahul Gandhi) ସମାଲୋଚନା କରିଛନ୍ତି। ଡିଲ ପାଇଁ ସରକାର ଲଜିତ ହେବା କଥା ବୋଲି ସେ କହିଛନ୍ତି। 

Advertisment

ନିଜ ଆକ୍ରମଣକୁ ତୀବ୍ର କରି ରାହୁଲ ଗାନ୍ଧି କହିଛନ୍ତି ଯେ “କେନ୍ଦ୍ର ସରକାର ‘ଭାରତକୁ ବିକ୍ରି’ କରି ଦେଇଛନ୍ତି। ଆମେରିକୀୟ ଦ୍ରବ୍ୟକୁ ଭାରତୀୟ ବଜାରରେ ପ୍ରବେଶ ପାଇଁ ସରକାର ଅନୁମତି ଦେଇ ଚାଷୀଙ୍କ ଜୀବନ ଜୀବିକାକୁ ବିପଦରେ ପକାଇ ଦେଇଛନ୍ତି। ଆପଣ ଭାରତକୁ ବିକ୍ରି କରି ଦେଇଛନ୍ତି। ଭାରତକୁ ବିକ୍ରି କରୁଥିବାରୁ ଆପଣଙ୍କୁ ଲାଜ ଲାଗୁନାହିଁ। ଆପଣ ଆମ ମା’ଙ୍କୁ, ଭାରତ ମାତାଙ୍କୁ ବିକ୍ରି କରିଦେଇଛନ୍ତି।” 

ରାହୁଲ ଗାନ୍ଧିଙ୍କ କହିବା କଥା ଯେ ଏହି ଡିଲ ହୋଲସେଲ ଆତ୍ମସମର୍ପଣ। ଡିଲ ବଳରେ ଭାରତର ଶକ୍ତି ସୁରକ୍ଷାକୁ ଆମେରିକା ହାତରେ ନ୍ୟସ୍ତ କରାଯାଇଛି। ଭାରତର ଚାଷୀଙ୍କ ସ୍ୱାର୍ଥକୁ ବୁଝମଣା କରାଯାଇଛି। ଯଦି ଇଣ୍ଡିଆ ବ୍ଲକ ସରକାର ବାଣିଜ୍ୟ ଡିଲକୁ ନେଇ ଆମେରିକା ସହ ଆଲୋଚନା କରିଥାଆନ୍ତା, ତା’ହେଲେ ନିଶ୍ଚିତ ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ସହ ସମାନ ବ୍ୟବହାର ପ୍ରଦର୍ଶନ କରିବାକୁ କହିଥାଆନ୍ତା ବୋଲି ସେ କହିଛନ୍ତି। 

Advertisment

ରାହୁଲ କହିଛନ୍ତି, “ଏହା ସଂପୂର୍ଣ୍ଣ ଭାବେ ଆତ୍ମସମର୍ପଣ। ଏହା ଏକ ଟ୍ରାଜେଡୀ। କାରଣ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଆତ୍ମସମର୍ପଣ ନୁହେଁ। ସେ ୧୫୦ କୋଟି ଭାରତୀୟଙ୍କ ଭବିଷ୍ୟକୁ ସରେଣ୍ଡର କରି ଦେଇଛନ୍ତି। ସେ ବିଜେପିର ଆର୍ଥିକ ଆର୍କିଟେକଚରକୁ ସୁରକ୍ଷା ଦେବା ପାଇଁ ଦେଶର ଭବିଷ୍ୟତକୁ ବନ୍ଧା ପକାଇ ଦେଇଛନ୍ତି। 

ଚାଷୀଙ୍କ ସ୍ୱାର୍ଥରେ ବୁଝାମଣା କରାଯାଇଛି। ଆମେରିକାରୁ କୃଷି ଜାତୀୟ ଦ୍ରବ୍ୟର ବନ୍ୟା ଭାରତୀୟ ମାର୍କେଟକୁ ଆସିବାରୁ ଚାଷୀମାନେ ଗୋଟିଏ ଝଡ଼ର ସମ୍ମୁଖୀନ ହେଉଛନ୍ତି। ଭାରତର ବୟନଶିଳ୍ପ ଖତମ ହୋଇଯାଇଛି। ଆମେ ଗୋଟିଏ ସମସ୍ୟା ମୂଳକ ସମୟ ଆଡ଼କୁ ଯାଉଛୁ ଓ ଦେଶକୁ ବିକ୍ରି କରାଯାଉଛି। ଦେଶକୁ ବିକ୍ରି କରି ଦିଆଯାଇଛି। ଦେଶର ତଥ୍ୟକୁ ବିକ୍ରି କରାଯାଇଛି। ଦେଶର ଚାଷୀଙ୍କୁ ବିକି ଦିଆଯାଇଛି।” 

ରାହୁଲ ଗାନ୍ଧିଙ୍କୁ କାଉଣ୍ଟର କଲା ବିଜେପି 

ରାହୁଲ ଗାନ୍ଧିଙ୍କୁ ତୀବ୍ର ଆକ୍ରମଣ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ କେହି ବି ଭାରତକୁ ବିକ୍ରି କରିପାରିବେ ନାହିଁ। କଂଗ୍ରେସ ଦେଶକୁ ଦୁର୍ବଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ଶକ୍ତିଶାଳୀ ଭାରତୀୟ ପ୍ରଧାନମନ୍ତ୍ରୀ। ଭାରତ ବିକାଶ କରୁଥିବାରୁ କଂଗ୍ରେସ ଏପରି କହୁଛି ବୋଲି ରିଜିଜୁ ଅଭିଯୋଗ କରିଛନ୍ତି। 

ରାହୁଲଙ୍କୁ ସଂସଦ ବାହାରେ ମଧ୍ୟ ବିଜେପିର ଏକାଧିକ ମୁଖପାତ୍ର, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ କାଉଣ୍ଟର କରିଛନ୍ତି। ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି।

ସେମାନେ କହିଛନ୍ତି ଯେ “ସଂସଦକୁ ଲମ୍ବା ସମୟ ଧରି ସର୍ବୋଚ୍ଚ ଗଣତାନ୍ତ୍ରିକ ମାନଦଣ୍ଡର ପ୍ରତୀକ ଭାବେ ବିବେଚନା କରାଯାଏ। କିନ୍ତୁ ଆଜି ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ନିଜର ଆଚରଣ, ଭାଷା ଓ ଶୈଳୀ ମାଧ୍ୟମରେ ରାଜନୀତି ଓ ସଂସଦୀୟ ମର୍ଯ୍ୟାଦାକୁ ଅତ୍ୟନ୍ତ ନିମ୍ନସ୍ତରକୁ ନେବାକୁ ଚେଷ୍ଟା କରିଛନ୍ତି। ରାହୁଲ ଗାନ୍ଧି ଜଣେ ଅଭ୍ୟାସ ଗତ ମିଛୁଆ।”

Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe