Advertisment

ମା' ସୋନିଆଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ

ରାହୁଲ ତାଙ୍କ ମା’ ସୋନିଆ ଗାନ୍ଧିଙ୍କର ୨୦୧୯ ମସିହାର ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

rahul-sonia

rahul-sonia

Advertisment

ମା' ସୋନିଆ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନ‌ରେ ବିପୁଳ ଭୋଟ୍‌ରେ ବିଜୟୀ ‌ହୋଇଛନ୍ତି। ରାହୁଲ ତାଙ୍କ ମା’ ସୋନିଆ ଗାନ୍ଧିଙ୍କର ୨୦୧୯ ମସିହାର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସୋନିଆଙ୍କ ବିଜୟ ବ୍ୟବଧାନ ହାରକୁ ସେ ଟପି ଯାଇଛନ୍ତି।

Advertisment

ରାହୁଲ ତାଙ୍କ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଦିନେଶ ପ୍ରତାପ ସିଂହଙ୍କୁ ୩ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷେ ୨୦୦୪ ମସିହାରୁ ରାୟବରେଲିରୁ ଲୋକସଭାକୁ ପ୍ରତିନିଧିତ୍ୱ କରିଥିବା ସୋନିଆ ୨୦୧୯ ନିର୍ବାଚନରେ ଦିନେଶ ପ୍ରତାପ ସିଂହଙ୍କଠାରୁ ୧.୬୭ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତିଥିଲେ।

ତେବେ ଚଳିତ ଥର ସୋନିଆ ଲୋକସଭା ନିର୍ବାଚନରୁ ଦୂରେଇ ଯାଇ ରାଜ୍ୟସଭା ଯିବାପରେ ରାହୁଲ ଗାନ୍ଧି ରାୟବରେଲିରୁ ପ୍ରାର୍ଥୀ ହୋଇଥିଲେ। କହିରଖୁ ଯେ, ଚଳିତ ଥର ରାହୁଲ ଗାନ୍ଧି ୨ଟି ଆସନରେ ନିର୍ବାଚନ ଲଢ଼ିଛନ୍ତି। ସେ ଉତ୍ତରପ୍ରଦେଶର ରାୟବରେଲି ଏବଂ କେରଳର ୱାୟନାଡ଼ ଆସନରେ ନିର୍ବାଚନ ଲଢ଼ିଛନ୍ତି। ଉଭୟ ଆସନରେ ସେ ବଡ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

Advertisment
Rahul Gandhi LokSabha Election Results 2024 Election Result 2024 Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe