Advertisment

ପାସ୍‌ପୋର୍ଟ ପାଇଁ ରାହୁଲ ଗାନ୍ଧିଙ୍କୁ କୋର୍ଟରୁ ମିଳିଲା NOC

ପାସପୋର୍ଟ ପାଇଁ ଆବେଦନ କରିଥିବା ରାହୁଲ ଗାନ୍ଧିଙ୍କୁ ଏନଓସିର ଆବଶ୍ୟକତା ଥିଲା। କାରଣ ନ୍ୟାଶନାଲ ହେରାର୍ଲ୍ଡ ଠାରୁ ଆରମ୍ଭ କରି ଏକାଧିକ ମାମଲାରେ ସେ ଅଭିଯୁକ୍ତ ରହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ନିୟମିତ ପାସପୋର୍ଟ ହାସଲ କରିବା ପାଇଁ ଦିଲ୍ଲୀର ଗୋଟିଏ କୋର୍ଟ ନୋ ଅବଜେକସନ ସାର୍ଟିଫିକେଟ ବା ଏନଓସି ଦେଇଛନ୍ତି। ସେ ଏବେ ୩ ବର୍ଷ ଯାଏ ପାସପୋର୍ଟ ହାସଲ କରିପାରିବେ। ଏହାପରେ ଏହାକୁ ପୁନଃନବୀକରଣ କରିବାକୁ ପଡ଼ିବ। ପୂର୍ବରୁ ରାହୁଲ ଗାନ୍ଧିଙ୍କ ପାଖରେ କୂଟନୀତିକ ପାସପୋର୍ଟ ରହିଥିଲା। ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବାରୁ ସେ ଏହାକୁ ଫେରାଇ ଦେଇଥିଲେ।

Advertisment

ଏହାପରେ ନିୟମିତ ପାସପୋର୍ଟ ବା ସାଧାରଣ ପାସପୋର୍ଟ ପାଇଁ ସେ କୋର୍ଟଙ୍କ ଠାରୁ ଏନଓସି ଆଣିବାକୁ ଆବେଦନ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଶୁଣାଣି କରି କହିଛନ୍ତି ଯେ “ମୁଁ ଆଶିଂକ ଭାବେ ଆପଣଙ୍କ ଆବେଦନକୁ ଅନୁମତି ଦେଉଛି। ଏହା ୧୦ ବର୍ଷ ପାଇଁ ନୁହେଁ, ବରଂ ୩ ବର୍ଷ ପାଇଁ ଲାଗୁ ହେବ।”

ପାସପୋର୍ଟ ପାଇଁ ଆବେଦନ କରିଥିବା ରାହୁଲ ଗାନ୍ଧିଙ୍କୁ ଏନଓସିର ଆବଶ୍ୟକତା ଥିଲା। କାରଣ ନ୍ୟାଶନାଲ ହେରାର୍ଲ୍ଡ ଠାରୁ ଆରମ୍ଭ କରି ଏକାଧିକ ମାମଲାରେ ସେ ଅଭିଯୁକ୍ତ ରହିଛନ୍ତି। ତାଙ୍କ ନାଁ ମନିଲଣ୍ଡରିଂ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ତାଙ୍କ ବିରୋଧରେ ବିଜେପି ନେତା ସୁବ୍ରମଣିୟନ ସ୍ୱାମୀ ଅଭିଯୋଗ କରିଥିଲେ। ତେଣୁ ରାହୁଲଙ୍କୁ ପାସପୋର୍ଟ ପାଇଁ ଆବଶ୍ୟକ ଏନଓସି ସକାଶେ କୋର୍ଟରେ ଆବେଦନ କରିବାକୁ ପଡ଼ିଥିଲା।

Advertisment

ରାହୁଲଙ୍କ ଆବେଦନ ପରେ କୋର୍ଟ ବୁଧବାର ଶ୍ରୀ ସ୍ୱାମୀଙ୍କୁ ଏହା ଉପରେ ଶୁକ୍ରବାର ସୁଦ୍ଧା ଜବାବ ରଖିବାକୁ କହିଥିଲେ। ସେ ଜବାବ ରଖିବା ପରେ ରାହୁଲଙ୍କୁ ପାସପୋର୍ଟ ପାଇଁ ଏନଓସି ମିଳିଛି।

ଆଡିସନାଲ ଚିଫ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ବୈଭବ ମେହେତା ଶୁଣାଣି ବେଳେ କହିଛନ୍ତି ଯେ ଯାତ୍ରା କରିବାର ଅଧିକାର ମୌଳିକ ଅଧିକାର ଓ କୋର୍ଟ କଂଗ୍ରେସ ନେତାଙ୍କ ଯାତାୟାତରେ କୌଣସି ରୋକ ଲଗାଇ ନାହାନ୍ତି।

ସେ କୋର୍ଟଙ୍କ ବିନା ଅନୁମତି ମଧ୍ୟରେ ଅନେକ ଥର ବିଦେଶ ଯାତ୍ରା କରିଥିଲେ। ନ୍ୟାଶନାଲ ହେରାର୍ଲ୍ଡ ମାମଲାର ରାହୁଲ ଗାନ୍ଧି ୨୦୧୫ରେ ଜାମିନ ପାଇଥିଲେ। ଏହି ସମୟରେ କୋର୍ଟ ତାଙ୍କ ବିଦେଶ ଯାତ୍ରା ଉପରେ ରୋକ ଲଗାଇ ନଥିଲେ। ତେଣୁ ଏବେ କୋର୍ଟ ତାଙ୍କୁ ପାସପୋର୍ଟ ପାଇଁ ଏନଓସି ଦେଇଛନ୍ତି।

Congress Rahul Gandhi