Advertisment

ଅନୁମତି ମିଳିଲାନି ନା ରାହୁଲ ନିଜେ ବିମାନ ବାତିଲ କରିଛନ୍ତି?

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ବାରାଣସୀ ଯିବାକୁ ଚାହୁଁଥିବା ବେଳେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ବାରାଣସୀ ଯିବାକୁ ଚାହୁଁଥିବା ବେଳେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। ରାହୁଲ ବାରାଣସୀ ଯିବାକୁ ଥିବା ବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କ ବିମାନକୁ ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଅବତରଣ ପାଇଁ ଅନୁମତି ମିଳି ନଥିବା କଂଗ୍ରେସ ଅଭିଯୋଗ କରିଛି।

Advertisment

ତେବେ କଂଗ୍ରେସର ଏପରି ଦାବିକୁ ବାରାଣସୀ ଏୟାରପୋର୍ଟ ପକ୍ଷରୁ ଖଣ୍ଡନ କରାଯାଇଛି। ରାହୁଲ ଗାନ୍ଧି ନିଜେ ହିଁ ବାରାଣସୀ ଗସ୍ତ ବାତିଲ କରିଛନ୍ତି। ତାଙ୍କ ଚାର୍ଟାର୍ଡ ଏୟାରଲାଇନ୍ସ ବାରାଣସୀ ଏୟାରପୋର୍ଟକୁ ଚିଠି ଲେଖି ଗସ୍ତ ବାତିଲ ହୋଇଥିବା ସମ୍ପର୍କରେ ଅବଗତ କରାଇଥିବା ଏୟାରପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ରାହୁଲଙ୍କୁ ଅବତରଣ ପାଇଁ ଅନୁମତି ମିଳି ନଥିବା ଖବରର ଜବାବ ରଖି ଏୟାରପୋର୍ଟ ପକ୍ଷରୁ କୁହାଯାଇଛି ଯେ “ଉକ୍ତ ବିମାନକୁ ଏମ/ଏସ ଏଆର ଏୟାରୱେଜ ପକ୍ଷରୁ ଇ-ମେଲ କରି ବାତିଲ କରାଯାଇଛି। ୧୩ ରାତି ରାତି ୯.୧୬ରେ ଏଏଆଇ ବାରାଣସୀ ଏୟାରପୋର୍ଟକୁ ଏସଂକ୍ରାନ୍ତରେ ଇ-ମେଲ ଆସିଥିଲା।”

Advertisment

କିନ୍ତୁ ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ କହିଛନ୍ତି, “ରାହୁଲ ଗାନ୍ଧିଙ୍କ ବିମାନ କେରଳ ୱାୟନାଡରୁ ଫେରିଲା ବେଳେ ବାରାଣସୀରେ ଲ୍ୟାଣ୍ଡ କରିବାର ଥିଲା। କିନ୍ତୁ ଅଧିକାରୀମାନେ ଚାପରେ ଥିବାରୁ ଏଥିପାଇଁ ଅନୁମତି ଦେଇ ନେଇଥିଲେ। ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ବାହାନା ମଧ୍ୟ ଦେଖାଇଛନ୍ତି।

ଆମେ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟରେ ଥିଲୁ। କିନ୍ତୁ ତାଙ୍କ ବିମାନକୁ ଅବତରଣ ପାଇଁ ଅନୁମତି ମିଳି ନଥିଲା। ବିଜେପି ସରକାର ଏବେ ରାହୁଲ ଗାନ୍ଧିଙ୍କୁ ଡରିବା ଆରମ୍ଭ କଲାଣି। ଖାସ ଏହି କାରଣ ପାଇଁ ତାଙ୍କ ବିମାନକୁ ଅବତରଣ ପାଇଁ ଅନୁମତି ଦିଆଯାଇ ନାହିଁ। ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଭାରତ ଯୋଡ଼ୋ ଯାତ୍ରା ଠାରୁ ଦେଶର ପ୍ରଧାନମନ୍ତ୍ରୀ ବିଚଳିତ ହୋଇପଡ଼ିଛନ୍ତି। ଏବେ ସେମାନେ ରାହୁଲ ଗାନ୍ଧିଙ୍କୁ ହଇରାଣ କରୁଛନ୍ତି।”

ବାରାଣସୀ ଗସ୍ତରେ ଆସି ରାହୁଲ ଗାନ୍ଧି ପ୍ରୟାଗରାଜରେ ଥିବା କମଳା ନେହରୁ ମେମୋରିଆଲ ହସ୍ପିଟାଲ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।

Rahul Gandhi Bjp Congress