Advertisment

୪୫ ମିନିଟ ଯାଏ ଅଟକି ରହିଲା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର

ଦୀର୍ଘ ୪୫ ମିନିଟ ଧରି ଅପେକ୍ଷା କରିବା ପରେ ଶେଷରେ ରାହୁଲ ଗାନ୍ଧି ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ବିମାନ ହେଲିପ୍ୟାଡରେ ରହିଥିବା ବେଳେ ଏହା ମଧ୍ୟରେ ରାହୁଲ ଗାନ୍ଧି ମଧ୍ୟ ବସି ରହିଥିଲେ।

Rahul Gandhi

Rahul Gandhi

Advertisment

କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଏକ ଅପ୍ରତ୍ୟାଶିତ ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଝାରଖଣ୍ଡର ଗୋଡ୍ଡାରୁ ହେଲିକପ୍ଟର ଯୋଗୁ ଉଡ଼ାଣ ଅପକ୍ଷେରେ ରହିଥିଲେ ହେଁ ତାଙ୍କୁ ବେଶ କିଛି ସମୟ ଏଥିପାଇଁ ଅନୁମତି ମିଳି ନଥିଲା। ଉଡ଼ାଣ ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଅନୁମତି ନ ଦେବାରୁ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ପ୍ରାୟ ୪୫ ମିନିଟ ଧରି ଅଟକି ରହିଥିଲା।

Advertisment

ଦୀର୍ଘ ୪୫ ମିନିଟ ଧରି ଅପେକ୍ଷା କରିବା ପରେ ଶେଷରେ ରାହୁଲ ଗାନ୍ଧି ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ବିମାନ ହେଲିପ୍ୟାଡରେ ରହିଥିବା ବେଳେ ଏହା ମଧ୍ୟରେ ରାହୁଲ ଗାନ୍ଧି ମଧ୍ୟ ବସି ରହିଥିଲେ। ତାଙ୍କୁ ଏହି ସମୟରେ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ହେଲେ ରାହୁଲ କଡ଼ା ସୁରକ୍ଷାବଳୟ ମଧ୍ୟରେ ହେଲିକପ୍ଟର ମଧ୍ୟରେ ୪୫ ମିନିଟ ଧରି ବସି ରହିଥିଲେ। 

ଏବେ ଝାରଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏପରି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ୪୫ ମିନିଟ ଧରି ଅଟକ ରହିବା ରାଜନୀତିକ ପ୍ରସଙ୍ଗ ପାଲଟିଛି।

Advertisment

କଂଗ୍ରେସ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧିଙ୍କ ପ୍ରଚାର ସୂଚୀକୁ ପ୍ରଭାବିତ କରିବା ପାଇଁ ଜାଣିଶୁଣି ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନଥିଲା। ଦେଓଘରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ଥିବାରୁ ଏଟିସି ତାଙ୍କୁ ଗୁରୁତ୍ୱ ଦେଇ ରାହୁଲ ଗାନ୍ଧିଙ୍କ ହେଲିକପ୍ଟରକୁ ଅଟକାଇ ଥିଲା ବୋଲି ଦଳ କହିଛି।

କଂଗ୍ରେସ ବିଧାୟକ ତଥା ଏଥର ମାହାଗାମା ଆସନରୁ ଲଢ଼ୁଥିବା ଦୀପିକା ପାଣ୍ଡେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଦେଓଘରରେ ଥିବାରୁ ରାହୁଲ ଗାନ୍ଧିଙ୍କୁ ଉକ୍ତ ଅଞ୍ଚଳ ଅତିକ୍ରମ କରିବାକୁ ଅନୁମତି ଦିଆଯାଇ ନଥିଲା। ଗୋଟିଏ ପ୍ରୋଟକଲ ଥାଏ ବୋଲି ଆମେ ବୁଝି ପାରୁଛୁ।

କିନ୍ତୁ କଂଗ୍ରେସ ଦେଶକୁ ୭୦ ବର୍ଷ ଶାସନ କରିଥିଲେ ହେଁ କେବେ ହେଲେ କୌଣସି ବିରୋଧୀ ଦଳର ନେତାଙ୍କ ସହ ଏମିତି ଘଟି ନଥିଲା। ଏହା ଆଦୌ ଗ୍ରହଣୀୟ ନୁହେଁ।”

ଆସନ୍ତା ୨୦ ତାରିଖରେ ଝାରଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୩ ତାରିଖରେ ହୋଇଥିଲା। ନଭେମ୍ବର ୨୩ରେ ରାଜ୍ୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Rahul Gandhi Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe