Advertisment

ଜୀବନ ପ୍ରତି ବିପଦ ଥିବା କହି କୋର୍ଟରେ ପହଞ୍ଚିଲେ ରାହୁଲ ଗାନ୍ଧି

୨୦୨୨ ଭାରତ ଯୋଡ଼ୋ ଯାତ୍ରା ସମୟରେ ସେ ବିନାୟକ ଦାମୋଦର ସାବରକରଙ୍କ ବିରୋଧରେ ଦେଇଥିବା ବୟାନ ପାଇଁ ତାଙ୍କୁ ଏପରି ଧମକ ମିଳୁଛି। ବିଜେପିର କିଛି ନେତା ତାଙ୍କୁ ଧମକ ଦେଉଥିବା ରାହୁଲ କହିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Rahul Gandhi

Rahul Gandhi

Advertisment

କାଗଜପତ୍ର ଦେଖାଇ ଭୋଟ ଚୋରି ଭଳି ଅଭିଯୋଗ କରିଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି। ତାଙ୍କ ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଯେଉଁଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ, ତାଙ୍କୁ ମଧ୍ୟ ସେଭଳି କିଛି ସାମ୍ନା କରିବାକୁ ପଡ଼ିବ ବୋଲି ଧମକ ମିଳୁଥିବା ରାହୁଲ କହିଛନ୍ତି।

Advertisment

୨୦୨୨ ଭାରତ ଯୋଡ଼ୋ ଯାତ୍ରା ସମୟରେ ସେ ବିନାୟକ ଦାମୋଦର ସାବରକରଙ୍କ ବିରୋଧରେ ଦେଇଥିବା ବୟାନ ପାଇଁ ତାଙ୍କୁ ଏପରି ଧମକ ମିଳୁଛି। ବିଜେପିର କିଛି ନେତା ତାଙ୍କୁ ଧମକ ଦେଉଥିବା ରାହୁଲ କହିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସାବରକର ବୟାନ ପାଇଁ ରାହୁଲଙ୍କୁ ସମନ ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଜୁଲାଇ ୨୫ରେ ଏହା ଉପରେ ରୋକ ଲଗାଇ ଦେଇଥିଲେ। ପୁଣେ କୋର୍ଟ ରାହୁଲଙ୍କ ବିରୋଧରେ ସାବରକରଙ୍କ ବଂଶଜ ସାତ୍ୟକି ରୁଜୁ କରିଥିବା ମାନହାନୀ କେସ୍‌ର ଶୁଣାଣି କରୁଛନ୍ତି। ଏଠାରେ ରାହୁଲ ନିଜ ଜୀବନ ପ୍ରତି ବିପଦ ଥିବା ଦାବି କରି ଗୋଟିଏ ପିଟିସନ ଦାଖଲ କରିଛନ୍ତି।

Advertisment

ଆଇନଜୀବୀ ମିଲିନ୍ଦ ଦତ୍ତାତ୍ରୟ ପାୱରଙ୍କ କହିବା କଥା ଯେ କଂଗ୍ରେସ ପକ୍ଷରୁ ଗୋଟିଏ ସ୍ୱତନ୍ତ୍ର ଆବେଦନ କୋର୍ଟରେ ଦାଖଲ କରାଯାଇଛି। ବର୍ତ୍ତମାନ ଘଟୁଥିବା କିଛି ଘଟଣା ନ୍ୟାୟପାଳିକାଙ୍କ ଦୃଷ୍ଟିକୁ ଆସିବା ଦରକାର। ଏହାଦ୍ୱାରା ପୂରା ରାଜନୀତିକ ଓ ଐତିହାସିକ ବିଷୟବସ୍ତୁକୁ ମୋଟ ଉପରେ ଦେଖାଯାଇ ପାରିବ। ସେ କହିଛନ୍ତି, “ଗତ ୧୫ ଦିନ ହେବ ଆମ କ୍ଲାଏଣ୍ଟ ରାହୁଲ ଗାନ୍ଧି ନିର୍ବାଚନ କମିଶନଙ୍କ ବିରୋଧରେ ଗୋଟିଏ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ଏହି ବିକ୍ଷୋଭ ସଂସଦ ଅଧିବେଶ ବେଳେ ଚାଲୁଥିବା ବେଳେ ହିନ୍ଦୁତ୍ୱ ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀ ଓ ରାହୁଲ ବାକଯୁଦ୍ଧ ହୋଇଥିଲା। ଏସବୁ ରେକର୍ଡରେ ରହିଛି। 

ଏହି ସବୁ ଭିତରେ ବିଜେପିର ଦୁଇ ଜଣ ସାଂସଦ ଖୋଲାଖୋଲି ଭାବେ ରାହୁଲ ଗାନ୍ଧିଙ୍କୁ ଧମକ ଦେବା ସହ ପଛକୁ ହଟି ଯିବାକୁ କହିଛନ୍ତି। ଏଥିସହ ଭବିଷ୍ୟତରେ ସେ ତାଙ୍କ ଜେଜେ ମା’ଙ୍କ ଭଳି ସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି। ସେମାନେ ତାଙ୍କୁ ସବୁଠାରୁ ବଡ଼ ଆତଙ୍କବାଦୀ କହି ଧମକାଇଛନ୍ତି। ଏସବୁ ଲୋକସଭାର ବିରୋଧୀ ଦଳ ନେତାମାନଙ୍କ ପାଇଁ ବେଶ ଚିନ୍ତାର ବିଷୟ। 

ଏହି ପୃଷ୍ଠଭୂମିରେ ରାହୁଲ ଗାନ୍ଧି ଏବେ ଯେଉଁଭଳି ପଦକ୍ଷେପ ନେଉଛନ୍ତି, ସେଥିପାଇଁ ତାଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ଚେଷ୍ଟା କରାଯାଇ ପାରେ। ତେଣୁ ଏହାକୁ କୋର୍ଟଙ୍କୁ ଅବଗତ କରାଯିବାର ଆବଶ୍ୟକତା ରହିଛି। ଆମେ କୋର୍ଟରେ ଏପରି ଆବେଦନ କରିଥିଲୁ ଓ ଏହାକୁ ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୧୦ରେ ଏହା ଶୁଣାଣି ହେବ।” 

ଆବେଦନରେ ସାତ୍ୟକି ସାବରକର ରଖିବା ବୟାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସେ ସିଧାସଳଖ ନିଜକୁ ନାଥୁରାମ ଗଡସେ ଓ ଗୋପାଳ ଗଡସେର ବଂଶଜ ଭାବେ କହୁଛନ୍ତି। ନିଜର ମା’ଙ୍କ ଘର ପଟୁ ଦୁଇ ଗଡସେ ସହ ତାଙ୍କର ସମ୍ପର୍କ ଥିବା ସେ ସ୍ୱୀକାର କରିଛନ୍ତି। ନାଥୁରାମ ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାର ମୁଖ୍ୟ ଦୋଷୀ।

ରାହୁଲ ଗାନ୍ଧି ନିଜ ଆବେଦନରେ କହିଛନ୍ତି ଯେ ଅଭିଯୋଗକାରୀଙ୍କ ବଂଶଜଙ୍କ ଲିଙ୍କ ଐତିହାସିକ ଭାବେ ହିଂସା ଓ ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ସହ ଜଡ଼ିତ। ତେଣୁ ଏହା କଂଗ୍ରେସ ସାଂସଦଙ୍କ ଜବୀନ ପ୍ରତି ବିପଦ ସୃଷ୍ଟି କରିବାର ସ୍ପଷ୍ଟ ସଙ୍କେତ ଦେଉଛି। କ୍ଷତି ପହଞ୍ଚାଇବା, ମିଛ କେସରେ ଫସାଇବା କିମ୍ବା ପରୋକ୍ଷରେ ଟାର୍ଗେଟ କରିବା ଭଳି ଘଟଣା ମଧ୍ୟ ଘଟିପାରେ। ତେଣୁ ବଂଶଜଙ୍କ ଇତିହାସକୁ ଦୃଷ୍ଟିରେ ରଖି ମାମଲାର ଶୁଣାଣି କରିବାକୁ ରାହୁଲ ନିବେଦନ କରିଛନ୍ତି।

କୋର୍ଟ ସେପ୍ଟେମ୍ବର ୧୦ରେ ମାନହାନୀ କେସ୍‌ର ଶୁଣାଣି କରିବା ବେଳେ ଏହାର ବିଚାର ମଧ୍ୟ କରିବେ ବୋଲି ଜଣାପଡ଼ିଛି।

Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe