Advertisment

ସୋନମ ୱାଙ୍ଗଚୁକ୍‌ଙ୍କୁ ଅଟକ ରଖିଲା ପୁଲିସ, ବର୍ଷିଲେ ରାହୁଲ

ସୋମବାର ବିଳମ୍ବିତ ରାତିରେ ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ତାଙ୍କ ୧୫୦ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Rahul Gandhi and Sonam Wangchuk

Rahul Gandhi and Sonam Wangchuk

ପ୍ରଖ୍ୟାତ ପରିବେଶବିତ ସୋନମ ୱାଙ୍ଗଚୁକ୍ ଅଟକ। ଦିଲ୍ଲୀ ପୁଲିସ ସିଂଘୁ ସୀମାରେ ଓ୍ୱାଙ୍ଗଚୁକ ଏବଂ ତାଙ୍କର ଶହ ଶହ ସମର୍ଥକଙ୍କୁ ଅଟକ ରଖିଛି। ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିଛନ୍ତି। ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ପ୍ରତି ସରକାରଙ୍କ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି।

Advertisment

ସୋନମ ୱାଙ୍ଗଚୁକ୍ ପରିବେଶ ଓ ସାମ୍ବିଧାନିକ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରିଥିବା ଶତାଧିକ ଲଦାଖବାସୀଙ୍କୁ ଅଟକ ରଖିବା ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି। ସେ ଆହୁରି ସମାଲୋଚନା କରି କହିଛନ୍ତି, 'ଲଦାଖର ଭବିଷ୍ୟତ ପାଇଁ ଠିଆ ହୋଇଥିବା ବୟସ୍କମାନଙ୍କୁ ଦିଲ୍ଲୀ ସୀମାରେ କାହିଁକି ଅଟକାଯାଉଛି? ଲଦାଖର ସ୍ୱର ଶୁଣିବା ଦରକାର।'

ସୋମବାର ବିଳମ୍ବିତ ରାତିରେ ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ତାଙ୍କ ୧୫୦ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଏହାର ଜବାବରେ ୱାଙ୍ଗଚୁକ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ଖବର ସେୟାର କରିଛନ୍ତି।

Advertisment

ସେ କହିଛନ୍ତି ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ମହାତ୍ମା ଗାନ୍ଧୀଙ୍କ ସମାଧି ଅଭିମୁଖେ ଯାତ୍ରା କରୁଥିବା ବେଳେ ପୁଲିସ ଫୋର୍ସ ହସ୍ତକ୍ଷେପ କରିଥିଲେ। ଦିଲ୍ଲୀ ସୀମାରେ ମୋତେ ଏବଂ ମୋର ୧୫୦ ଜଣ ସହଯୋଗୀଙ୍କୁ ଅଟକ ରଖିଛନ୍ତି। ଏମାନଙ୍କ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କ ବହୁ ବୟସ୍କ ପୁରୁଷ ଓ ମହିଳା ଏବଂ କିଛି ଡଜନ ସେନାର ଯବାନ ରହିଛନ୍ତି। ଆଗକୁ କ'ଣ ହେବ ଆମେ ଜାଣିନାହୁଁ ବୋଲି ୱାଙ୍ଗଚୁକ୍ ଲେଖିଛନ୍ତି।

ପରେ ଦିଲ୍ଲୀ ପୁଲିସ ସୁନିଶ୍ଚିତ କରିଛି ଯେ ସହରର ସୀମାରେ ବିଏନ୍ଏସ୍ ଆଇନର ଧାରା ୧୬୩ ଲାଗୁ କରାଯାଇଛି, ଯାହା ସାମାଜିକ କର୍ମୀଙ୍କ ଗତି ବିଧିଉପରେ ପ୍ରତିବନ୍ଧକ ଲଗାଇଛି।

ଲଦାଖର ନେତୃତ୍ୱଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ସରକାରଙ୍କୁ ଅନୁରୋଧ କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ପହିଲାରେ ବରିଷ୍ଠ ଏବଂ ବୟସ୍କ ନାଗରିକଙ୍କ ସମେତ ପଦଯାତ୍ରାକାରୀମାନେ ଲେହରୁ ପଦଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କର ଅନ୍ୟତମ ପ୍ରମୁଖ ଦାବି ହେଉଛି ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା, ଯାହା ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଜମି ଏବଂ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ପାଇଁ ଅଧିକ ସ୍ୱାଧୀନତା ପ୍ରଦାନ କରିବ।

ଲଦାଖର ଦୁର୍ବଳ ପରିବେଶ ଏବଂ ଏହାର ଆଦିବାସୀ ସମ୍ପ୍ରଦାୟକୁ ସୁରକ୍ଷା ଦେବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଲେହରେ ନଅ ଦିନିଆ ଅନଶନ ପରେ ୱାଙ୍ଗଚୁକ ଏହିପରି ପଦଯାତ୍ରା କରିଛନ୍ତି। 

Rahul Gandhi Sonam Wangchuk Sonam Wangchuk Detained