Advertisment

୪,୦୮୪ କିମି ପଦଯାତ୍ରା କରି ସବୁ ରାଜନେତାଙ୍କୁ ପଛରେ ପକାଇଲେ ରାହୁଲ ଗାନ୍ଧି

ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ରାହୁଲଙ୍କ ପଦଯାତ୍ରା ଆଜି କଶ୍ମୀରରେ ଶେଷ ହୋଇଛି।

Rahul Gandhi

Rahul Gandhi

Advertisment

ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାର ନାରା ଦେଇ ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧି ନୂଆ ରେକର୍ଡ କରିଛନ୍ତି। ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ରାହୁଲଙ୍କ ପଦଯାତ୍ରା ଆଜି କଶ୍ମୀରରେ ଶେଷ ହୋଇଛି। ୧୩୫ ଦିନ ମଧ୍ୟରେ ରାହୁଲ ମୋଟ ୪,୦୮୪ କିମି ରାସ୍ତା ପାଦରେ ଚାଲିଚାଲି ଅତିକ୍ରମ କରିଛନ୍ତି। ଅନେକ ଲୋକଙ୍କୁ ଭେଟିଛନ୍ତି ଓ ଅନେକ ସଭାକୁ ସମ୍ବୋଧନ ମଧ୍ୟ କରିଛନ୍ତି।

Advertisment

ତେବେ ପାଦରେ ଚାଲିଚାଲି ଏତେ ରାସ୍ତା ଅତିକ୍ରମ କରିବା ଘଟଣାରେ ରାହୁଲ ଦେଶର ସବୁ ରାଜନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ରାହୁଲଙ୍କ ପୂର୍ବରୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସର୍ବାଧିକ ରାସ୍ତା ପାଦରେ ଚାଲିଚାଲି ଅତିକ୍ରମ କରିବାର ରେକର୍ଡ ନିଜ ନାଁରେ ରଖିଥିଲେ। ସେ ୨୦୧୭ରୁ ୨୦୧୯ ଅର୍ଥାତ ଦେଢ଼ ବର୍ଷ ମଧ୍ୟରେ ମୋଟ ୩,୬୪୮ କିମି ରାସ୍ତା ଅତିକ୍ରମ କରିଥିଲେ।

ଭାରତ ଇତିହାସରେ ଏହା ପ୍ରଥମ ଘଟଣା ଥିବା ବେଳେ ଏଯାଏ ଏହି ରାଜନୀତିକ ପଦଯାତ୍ରାର ରେକର୍ଡକୁ କେହି ଭାଙ୍ଗି ପାରି ନଥିଲେ। ହେଲେ ରାହୁଲ ଗାନ୍ଧି ମାତ୍ର ୧୩୫ ଦିନ ମଧ୍ୟରେ ଏହାଠାରୁ ଯଥେଷ୍ଟ ଅଧିକ କିମି ପାଦରେ ଚାଲିଚାଲି ଅତିକ୍ରମ କରିଛନ୍ତି। ରାହୁଲ ଗାନ୍ଧି ତାମିଲନାଡୁର କନ୍ୟାକୁମାରୀରୁ ସେପ୍ଟେମ୍ବର ୭ରେ ଯାତ୍ରା ଆରମ୍ଭ କରିଥିଲେ। ସେ ଆଜି କଶ୍ମୀରରେ ନିଜ ଯାତ୍ରାରେ ବିରାମ ଲଗାଇଛନ୍ତି। ଏହି ଯାତ୍ରା ସମୟରେ ସେ ମୋଟ ୧୨ଟି ରାଜ୍ୟର ୭୫ଟି ଜିଲ୍ଲାକୁ ଚାଲିଚାଲି ଅତିକ୍ରମ କରିଛନ୍ତି।

Advertisment

ତାଙ୍କ ପୂର୍ବରୁ ଜଗନ ରେଡ୍ଡୀ ତାଙ୍କ ବାପା ଦିବଗଂତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ଗାଁ ଇଡୁପାଲାପାୟରୁ ପ୍ରଜା ସଂକଳ୍ପ ଯାତ୍ରା ଆରମ୍ଭ କରିଥିଲେ। ୨୦୧୭ ନଭେମ୍ବର ୬ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୦୧୯ ଜାନୁଆରୀ ୯ରେ ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲାରେ ଶେଷ ହୋଇଥିଲା। ଯାତ୍ରାର ମଝିରେ ଜଗନ ରେଡ୍ଡୀ କିଛି ମାସ ବ୍ରେକ ମଧ୍ୟ ନେଇଥିଲା।

ଜଗନ ମୋଟ ୧୩ଟି ଜିଲ୍ଲାରେ ଥିବା ୨୫୧୬ ଗାଁ ବୁଲିଥିଲେ। ସେ ଏହି ସମୟରେ ୧୨୪ଟି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ ଓ ୫୫ଟି କମ୍ୟୁନିଟି ମିଟିଂରେ ଭାଗ ନେଇଥିଲେ। ପଦଯାତ୍ରା ବେଳେ ଜଗନ ୨ କୋଟି ଲୋକଙ୍କୁ ଭେଟିଥିବା ତାଙ୍କ ଦଳ ଦାବି କରିଥିଲା।

ଜଗନଙ୍କ ଯାତ୍ରା ପୂର୍ବରୁ ୱାଇଏସ୍‌ଆର ଆନ୍ଧ୍ରରେ ସବୁଠାରୁ ଲମ୍ବା ପଦଯାତ୍ରା କରିଥିବା ରେକର୍ଡ ନିଜ ନାଁରେ ରଖିଥିଲେ। ସେ ୬୦ ଦିନରେ ୧୫ଶହ କିମି ରାସ୍ତା ଅତିକ୍ରମ କରିଥିଲେ। ୨୦୦୩ ଏପ୍ରିଲରେ ୱାଇଏସ୍‌ଆର ଆରମ୍ଭ କରିଥିବା ଏହି ଯାତ୍ରା ଯୋଗୁ ତାଙ୍କୁ ୨୦୦୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚୌକ ମିଳିଥିଲା। ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ୨୦୧୨ରେ ୨ ହଜାର କିମି ପଦଯାତ୍ରା କରିଥିଲେ।

କିଛି ଦିନ ତଳେ ଅର୍ଥାତ ଜାନୁଆରୀ ୨୭ରୁ ଚନ୍ଦ୍ରବାବୁଙ୍କ ପୁଅ ତଥା ଟିଡିପିର ସାଧାରଣ ସମ୍ପାଦକ ନରା ଲୋକେଶ ନାଇଡୁ ମଧ୍ୟ ୪ ହଜାର କିମି ପଦଯାତ୍ରାର ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛନ୍ତି। ଯୁବଗୋଷ୍ଠୀଙ୍କ ସ୍ୱର ନାଁରେ ଲୋକେଶ ଆରମ୍ଭ କରିଥିବା ଯାତ୍ରା ୪୦୦ ଦିନରେ ୧୨୫ ନିର୍ବାଚନ ମଣ୍ଡଳୀ ଅତିକ୍ରମ କରିବେ।

ତେଲେଙ୍ଗାନା ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟ କୁମାର ମଧ୍ୟ ୨୦୨୧ ଅଗଷ୍ଟରୁ ପ୍ରଜା ସଂଗ୍ରାମ ଯାତ୍ରାରେ ନାଁରେ ପଦଯାତ୍ରା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ପଦଯାତ୍ରା ୧୨୦୦ କିମି ରାସ୍ତା ଅତିକ୍ରମ କରିଛି।

Rahul Gandhi Bharat Jodo Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe