Advertisment

ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ‘ଝାରଖଣ୍ଡ’ ଝଟକା

ଝାରଖଣ୍ଡରେ ହୋଇଥିବା ମାମଲାରେ ରାହୁଲ କୋର୍ଟ ହାଜିରାରୁ ଆଶ୍ୱସ୍ତି ପାଇବାକୁ ଆବେଦନ କରିଥିଲେ।

author-image
Hemant Lenka
Rahul Gandhi

Rahul Gandhi

ମୋଦି ସରନେମ ବୟାନ ପାଇଁ ଲୋକସଭା ସଦସ୍ୟ ପଦ ହରାଇଥିବା ରାହୁଲ ଗାନ୍ଧିଙ୍କୁ ପୁଣି ଝଟକା ଲାଗିଛି। ସେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ଗୁଜରାଟ ବ୍ୟତୀତ ଝାରଖଣ୍ଡରେ ମଧ୍ୟ ମାମଲା ହୋଇଥିଲା। ଝାରଖଣ୍ଡରେ ହୋଇଥିବା ମାମଲାରେ ରାହୁଲ କୋର୍ଟ ହାଜିରାରୁ ଆଶ୍ୱସ୍ତି ପାଇବାକୁ ଆବେଦନ କରିଥିଲେ।

Advertisment

ହେଲେ ଝାରଖଣ୍ଡର ଗୋଟିଏ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାର ଅର୍ଥ ମାମଲାର ଶୁଣାଣି ବେଳେ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡ଼ିବ।

ସମାନ ଘଟଣାରେ ଗୁଜରାଟର ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିପାଇଁ ତାଙ୍କ ଲୋକସଭା ସଦସ୍ୟତା ପଦ ମଧ୍ୟ ରଦ୍ଦ ହୋଇ ଯାଇଛି।

Advertisment

୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି କୋଲାରରେ ଭାଷଣ ଦେଉଥିଲେ। ଏହି ସମୟରେ ସେ କହିଥିଲେ ଯେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି?”

ବାସ୍‌ ଏହି ବୟାନକୁ ନେଇ ବିଜେପି ଆଟାକିଂ ମୋଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସିମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ।

ସେହିପରି ଝାରଖଣ୍ଡରେ ଆଇନଜୀବୀ ପ୍ରଦୀପ ମୋଦି ମଧ୍ୟ ରାହୁଲ ଗାନ୍ଧିଙ୍କ ନାଁରେ ମାନହାନୀ କେସ୍‌ କରିଥିଲେ। ସେ ତାଙ୍କ ଆବେଦରେ କହିଛନ୍ତି ଯେ ରାହୁଲ ଗାନ୍ଧି ତାଙ୍କ ବୟାନ ମାଧ୍ୟମରେ ସମସ୍ତ ମୋଦି ସରନେମଧାରୀଙ୍କୁ ଅପମାନିତ କରିଛନ୍ତି। ରାହୁଲ ଗାନ୍ଧିଙ୍କ ନାଁରେ ଏନେଇ ଝାରଖଣ୍ଡର ଚାଇବାସାରେ ଗୋଟିଏ ଓ ରାଞ୍ଚିରେ ଦୁଇଟି ମାମଲା କରାଯାଇଛି।

Congress Rahul Gandhi