Advertisment

ବଡ଼ ବିଜୟ ଅଭିମୁଖେ 'ଶେହଜାଦା'!

ରାୟବରେଲିରେ ୧ ଲକ୍ଷ ୪୭ ହଜାର ୯୩୫ ଭୋଟ୍‌ରେ ଆଗୁଆ ଅଛନ୍ତି ରାହୁଲ।

author-image
Madhupriya Mistry
Rahul Gandhi

Rahul Gandhi

ଚଳିତ ଲୋକସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ 'ଶେହଜାଦା' ବୋଲି କହିଥିଲେ। ଏବେ ସେହି ଶେହଜାଦା ବଡ଼ ବିଜୟ ଅଭିମୁଖେ। ଏଥର କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି ରାହୁଲ ଗାନ୍ଧି।

Advertisment

କେରଳର ଓ୍ୱାୟନାଡରେ କଂଗ୍ରେସ ନେତା ରାହୁଲ ବଡ଼ ମାର୍ଜିନ୍‌ରେ ଆଗକୁ ବଢ଼ୁଛନ୍ତୁ। ପ୍ରାୟ ୧ଲକ୍ଷ ୪୩ ହଜାର ୮୧ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ସିପିଆଇର ଭେଟେରାନ୍‌ ନେତା ଆଜି ରାଜା ତାଙ୍କୁ ଟକ୍କର ଦେଉଛନ୍ତି। ସେ ୧,୧୩,୨୮୧ ଭୋଟ୍‌ରେ ଆଗୁଆ ଥିବା ସୂଚନା ମିଳିଛି।

ଅନ୍ୟପଟେ ଉତ୍ତରପ୍ରଦେଶରେ କଂଗ୍ରେସର ଗଡ଼ କୁହାଯାଉଥିବା ରାୟବେରେଲିରେ ମଧ୍ୟ ରାହୁଲ ଢ଼େର ଆଗରେ ଅଛନ୍ତି। ସେ ଏଠାରେ ୧ ଲକ୍ଷ ୪୭ ହଜାର ୯୩୫ ଭୋଟ୍‌ରେ ଆଗୁଆ ଅଛନ୍ତି। ଏଠାରେ ରାହୁଲ ଗାନ୍ଧିଙ୍କୁ ବର୍ତ୍ତମାନ ସୁଦ୍ଧା ୧,୮୯,୧୯୪ ଭୋଟ୍‌ ମିଳି ସାରିଲାଣି। ସେହିପରି ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ୭୧,୦୫୪ ଭୋଟ୍‌ରେ ପଛୁଆ ଅଛନ୍ତି। 

Advertisment
Rahul Gandhi LokSabha Election Results 2024