Advertisment

ଭାବୁକ ହେଲେ ରାହୁଲ ଗାନ୍ଧି, ୱାୟନାଡବାସୀଙ୍କ ପାଇଁ କଲେ ସ୍ପେଶାଲ ପୋଷ୍ଟ

ନିଜର କଠିନ ସମୟରେ ୱାୟନାଡବାସୀ ଦେଇଥିବା ଭଲ ପାଇବା ଓ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ।

undefined

Rahul Gandhi

Advertisment

ୱାୟନାଡ ଆସନ ଛାଡ଼ିବା ପରେ ଭାବୁକ ହୋଇ ଉଠିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏଥିସହ ୱାୟନାଡବାସିନ୍ଦାଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ନୋଟ । ନିଜର କଠିନ ସମୟରେ ୱାୟନାଡବାସୀ ଦେଇଥିବା ଭଲ ପାଇବା ଓ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ।

Advertisment

ରାହୁଲ ଗାନ୍ଧି ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶର ରାଏବରେଲୀ ଆସନ ଓ କେରଳର ୱାୟନାଡରୁ ନିର୍ବାଚିତ ହୋଇଥିଲେ। ମାତ୍ର ନିୟମ ଅନୁଯାୟୀ, ଫଳାଫଳ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନ ରଖି ଗୋଟିଏ ଛାଡ଼ିବାକୁ ପଡ଼ିବ । ଫଳରେ ରାହୁଲ ଗାନ୍ଧି ରାଏବରେଲୀ ଆସନକୁ ନିଜ ପାଖରେ ରଖିଥିବା ବେଳେ ୱାୟନାଡ ଆସନ ଛାଡ଼ି ଦେଇଛନ୍ତି। ଏହି ଆସନରୁ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ନିଜ ରାଜନୈତିକ କ୍ୟାରିଅରର ଡେବ୍ୟୁ କରିବେ।

ମାତ୍ର କଠିନ ସମୟରେ ନିଜ ସହ ଚଟାଣ ପରି ଛିଡ଼ା ହୋଇଥିବା ୱାୟନାଡବାସୀଙ୍କୁ ଭୁଲି ପାରି ନାହାନ୍ତି ରାହୁଲ। ଏହି ଅବସରରେ ରାହୁଲ ଏକ ପୋଷ୍ଟ ସୋଶାଲ ମିଡିଆରେ ଶେଆର କରିଛନ୍ତି। ସେ ଲେଖିଛନ୍ତି, ଆପଣମାନେ ମୋତେ ଆଶାଠୁ ଅଧିକ ଭଲ ପାଇବା ଦେଇଛନ୍ତି। ଆପଣମାନେ କେଉଁ ଧର୍ମର, କେଉଁ ରାଜନୈତିକ ପାର୍ଟିକୁ ସମର୍ଥନ କରନ୍ତି କିମ୍ବା କେଉଁ ଭାଷା କୁହନ୍ତି ତାହା ମୋତେ କିଛି ଫରକ ପକାଇ ପାରି ନାହିଁ।

Advertisment

ଯେତେବେଳେ ମୋତେ ଚାରିଆଡ଼ୁ ସମାଲୋଚନା କରାଯାଉଥିଲା, ପ୍ରତିପକ୍ଷ ମୋତେ ନୀଚା ଦେଖାଇବାର ଗୋଟିଏ ବି ସୁଯୋଗ ହାତଛଡ଼ା କରୁ ନ ଥିଲେ ସେତେବେଳେ ଆପଣମାନେ ମୋତେ ସୀମାହୀନ ଭଲ ପାଇବା ଦେଇଛନ୍ତି। ଆପଣଙ୍କ ଭଲ ପାଇବା ତଥା ସମର୍ଥନ ଯୋଗୁ ମୁଁ ମୋ’ ଆତ୍ମବିଶ୍ୱାସ ଫେରି ପାଇଛି । ତେଣୁ ଆପଣମାନେ ମୋ’ ପରିବାର । ମୁଁ ବାହାରୁ ଆସିଥିଲେ ବି ଆପଣମାନେ ମୋତେ ନିଜର କରି ନେଇଥିଲେ। ଆପଣାମାନେ ଅବିଶ୍ୱାସ କରୁଥିବାର ଗୋଟିଏ ବି ମୁହୂର୍ତ୍ତ ମୁଁ ଜାଣି ପାରିନି। ଏହି ଆସନ ଛାଡ଼ି ମୁଁ ଖୁବ୍‌ ଦୁଃଖିତ ବୋଲି ଲେଖିଛନ୍ତି ରାହୁଲ।

ଏଥିସହ ସେ ଲେଖିଛନ୍ତି , ଆପଣମାନେ ପ୍ରିୟଙ୍କାକୁ ଥରେ ସୁଯୋଗ ଦିଅନ୍ତୁ, ସେ ଆପଣମାନଙ୍କ ସେବା ପାଇଁ ସବୁ କିଛି କରି ପାରିବ । ଆପଣଙ୍କ ସାଂସଦ ହିସାବରେ ସେ ଲୋକସଭାରେ ଆପଣଙ୍କ ଦାବି ଉପସ୍ଥାପିତ କରି ସମସ୍ୟାର ସମାଧାନ କରି ପାରିବ ।

ରାହୁଲ ଗାନ୍ଧି ୱାୟନାଡ ଆସନ ଛାଡ଼ିଥିବା ବେଳେ ଏହି ଆସନରୁ କଂଗ୍ରେସ ତରଫରୁ ପ୍ରିୟଙ୍କା ମଇଦାନକୁ ଓହ୍ଲାଇବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Congress Rahul Gandhi Wayanad Lok Sabha Seat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe