Advertisment

ଆରଏସଏସ ମାନହାନୀ କେସ୍‌ରେ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି

୨୦୧୪ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ଗୋଟିଏ ଭାଷଣ ଦେଇଥିଲେ। ନିଜ ଭାଷଣରେ ରାହୁଲ ଗାନ୍ଧିଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ ବୋଲି ସେ କହିଥିଲେ।

Rahul Gandhi

Rahul Gandhi

Advertisment

ଆରଏସଏସ୍‌ ମାନହାନୀ କେସ୍‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ରାହୁଲଙ୍କ ବିରୋଧରେ ଆରଏସଏସ କାର୍ଯ୍ୟକର୍ତ୍ତା ରାଜେଶ ଖୁଣ୍ଟେ କରିଥିବା ଅପରାଧିକ ମାନହାନୀ କେସ୍‌ରେ ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟ ରାହୁଲଙ୍କୁ ବଡ଼ ଆଶ୍ୱସ୍ତ ଦେଇଛନ୍ତି। ତାଙ୍କୁ ସ୍ଥାୟୀ ଭାବେ କୋର୍ଟ ହାଜିରାରୁ ମୁକ୍ତି ମିଳିଛି। ଏହାର ଅର୍ଥ ମାମଲାର ଶୁଣାଣି ବେଳେ ରାହୁଲ ଗାନ୍ଧି କୋର୍ଟରେ ହାଜର ନ ହେଲେ କୌଣସି ଅସୁବିଧା ନାହିଁ। ତେବେ ଶୁଣାଣି ବେଳେ ଯଦି ଦରକାର ପଡ଼ିବ, ତା’ହେଲେ କୋର୍ଟ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ହାଜାରି ପାଇଁ ଡାକି ପାରିବେ। ନଚେତ ତାଙ୍କ ଅନୁପସ୍ଥିତିରେ ମାମଲାର ଶୁଣାଣି ହେବ।

Advertisment

୨୦୧୪ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ଗୋଟିଏ ଭାଷଣ ଦେଇଥିଲେ। ନିଜ ଭାଷଣରେ ରାହୁଲ ଗାନ୍ଧିଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ ବୋଲି ସେ କହିଥିଲେ। ଥାନେ ଜିଲ୍ଲାର ଭିୱାଣ୍ଡିରେ ସେ ଏପରି ଭାଷଣ ଦେଇଥିଲେ। ଏହା ବିରୋଧରେ ଆରଏସଏସ କାର୍ଯ୍ୟକର୍ତ୍ତା ରାଜେଶ ଖୁଣ୍ଟେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୦୧୪ ଠାରୁ ଏହି ମାମଲା ଭିୱାଣ୍ଡି ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ପଡ଼ି ରହିଛି। ରାହୁଲ ଗାନ୍ଧି ୨୦୧୮ ଜୁନ ମାସରେ କୋର୍ଟରେ ହାଜର ହେବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଏହାପରେ ଟ୍ରାଏଲ ଆରମ୍ଭ ହୋଇଥିଲା। ୨୦୨୨ରେ ରାହୁଲ ଗାନ୍ଧି ସ୍ଥାୟୀ ଭାବେ କୋର୍ଟ ହାଜିରାରୁ ଆଶ୍ୱସ୍ତି ପାଇବେ ପାଇଁ ଆବେଦନ କରିଥିଲେ। ଏବେ ତାଙ୍କୁ ଆଶ୍ୱସ୍ତି ମିଳିଛି।

Advertisment

ଆଜି ଶୁଣାଣି ବେଳେ କୁଣ୍ଟେଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ତେବେ ରାହୁଲ ଗାନ୍ଧିଙ୍କ ଓକିଲ ନାରାୟଣ ଆୟର ବଳିଷ୍ଠ ଯୁକ୍ତି ବାଢ଼ି ଆବେଦନ ଉପରେ ମୋହର ଲଗାଇବାକୁ ନିବେଦନ କରିଥିଲେ। ଜୁଡିସିଆଲ ମାଜିଷ୍ଟ୍ରେଟ ଏଲସି ୱାଡିକର ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩ ଜୁନ ୩ରେ ହେବ।

Congress Rahul Gandhi Rss
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe