Advertisment

ମାନହାନୀ କେସ୍‌ : ହାଇକୋର୍ଟ ଗଲେ ରାହୁଲ ଗାନ୍ଧି

ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ତାଙ୍କୁ ସାଂସଦ ପଦ ରଦ୍ଦ ହୋଇଛନ୍ତି। ସେହିପରି ସେ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରି ଦେଇଛନ୍ତି।

Rahul Gandhi

Rahul Gandhi

Advertisment

ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁଜରାଟ ହାଇକୋର୍ଟରେ ଆବେଦନ କରିଛନ୍ତି। ମୋଦି ସରନେମକୁ ନେଇ ସେ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କୁ ପ୍ରଥମେ ସୁରତର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ସେ ସେସନ୍ସ କୋର୍ଟରେ ଏହା ବିରୋଧରେ ଆବେଦନ କରି ନିରାଶ ହୋଇଥିଲେ। ଏବେ ସେ ଆଶ୍ୱସ୍ତି ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।

Advertisment

ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ତାଙ୍କୁ ସାଂସଦ ପଦ ରଦ୍ଦ ହୋଇଛନ୍ତି। ସେହିପରି ସେ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରି ଦେଇଛନ୍ତି। ହେଲେ ଏବେ ସେ ତଳ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଛନ୍ତି। ଯଦି କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବେ, ତା’ହେଲେ ସେ ସାଂସଦ ପଦ ଫେରିପାଇବାକୁ ସକ୍ଷମ ହେବେ।

୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କହିଥିଲେ ଯେ “କେମିତି ସମସ୍ତ ଚୋରଙ୍କ ସରନେମ ମୋଦି?” ବାସ୍‌ ଏହି ବୟାନକୁ ନେଇ ବିଜେପି ଆଟାକିଂ ମୋଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ।

Advertisment

ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସେ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଜାମିନ ମିଳିଥିଲା।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe