Advertisment

ଅବାଞ୍ଝିତ ବ୍ୟବସାୟୀଙ୍କ ସହ ରାହୁଲ ଗାନ୍ଧିଙ୍କ ଲିଙ୍କ ଥିବା କହିଲେ ଗୁଲାମ ନବୀ ଆଜାଦ

ରାହୁଲ ଗାନ୍ଧି ଦିନକ ତଳେ ଟ୍ୱିଟ କରିଥିଲେ। ଏହାର ଜବାବରେ ଗୁଲାମ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

Ghulam Nabi Azad

Ghulam Nabi Azad

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମ୍ପର୍କ ବା ଲିଙ୍କ ‘ଅବାଞ୍ଝିତ ବ୍ୟବସାୟୀମାନଙ୍କ’ ସହ ରହିଛି। ସେ ବିଦେଶ ଯାଇ ଉକ୍ତ ବ୍ୟବସାୟୀମାନଙ୍କୁ ଭେଟନ୍ତି ବୋଲି କହିଛନ୍ତି ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ। ଶିଳ୍ପପତି ଗୌତମ ଆଦାନିଙ୍କ ସହ ଗୁଲାମଙ୍କ ଲିଙ୍କ ଥିବା ରାହୁଲ ଗାନ୍ଧି ଦିନକ ତଳେ ଟ୍ୱିଟ କରିଥିଲେ। ଏହାର ଜବାବରେ ଗୁଲାମ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେ ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି, “ରାହୁଲ ଗାନ୍ଧି ଏପରି କହିବା ଅତ୍ୟନ୍ତ ଲଜ୍ଜାଜନକ। ରାହୁଲଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପର୍କ ବ୍ୟବସାୟୀମାନଙ୍କ ସହ ରହିଛି। ତାଙ୍କ ପରିବାର ପ୍ରତି ମୋର ଗଭୀର ସମ୍ମାନ ରହିଛି। କିନ୍ତୁ ସେ କୁଆଡ଼େ ଯାଇ ପାରନ୍ତି ଓ କାହାକୁ ଭେଟି ପାରନ୍ତି, ତା’ର ୧୦ରୁ ଅଧିକ ଉଦାହରଣ ମୁଁ ଦେଇପାରିବି। ଏପରି କି ଦେଶ ବାହାରକୁ ଯାଇ ସେ ଏମିତି କିଛି ଲୋକଙ୍କୁ ସାକ୍ଷାତ କରନ୍ତି, ଯେଉଁମାନେ ହେଉଛନ୍ତି ଅବାଞ୍ଝିତ ବ୍ୟବସାୟୀ। ରାହୁଲ ଗାନ୍ଧିଙ୍କ ଲିଙ୍କ ଅବାଞ୍ଝିତ ବ୍ୟବସାୟୀଙ୍କ ସହ ରହିଛି।”

ଗତବର୍ଷ ଅଗଷ୍ଟ ମାସରେ ଆଜାଦ କଂଗ୍ରେସ ସହ ପ୍ରାୟ ୫୦ ବର୍ଷର ସମ୍ପର୍କଚ୍ଛିନ୍ନ କରିଥିଲେ। ଦଳରୁ ଇସ୍ତଫା ଦେବା ବେଳେ ସେ ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହାପରେ ସେ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ମଧ୍ୟ ଗଠନ କରିଛନ୍ତି। ଗୁଲାମଙ୍କ ସହ ଜମ୍ମୁ-କଶ୍ମୀରର ଅନେକ ପୂର୍ବତନ କଂଗ୍ରେସ ନେତା ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ସଦସ୍ୟ ରହିଛନ୍ତି।

Advertisment

ରାହୁଲ ଗାନ୍ଧି ଶନିବାର କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତାମାନଙ୍କ ଲିଙ୍କ ଆଦାନିଙ୍କ ସହ ରହିଥିବା ଅଭିଯୋଗ କରିଥିଲେ। ଗୁଲାମଙ୍କ ବ୍ୟତୀତ ଜ୍ୟୋତିରାଦିତ୍ୟ ସିନ୍ଧିଆ, କରିନ କୁମାର ରେଡ୍ଡୀ, ହିମନ୍ତ ବିଶ୍ୱଶର୍ମା ଓ ଅନୀଲ ଆଣ୍ଟୋନୀଙ୍କ ଲିଙ୍କ ଆଦାନିଙ୍କ ସହ ଥିବା ରାହୁଲ ଗାନ୍ଧି କହିଥିଲେ। ଏଥିସହ ଆଦାନି ଗ୍ରୁପରେ ଲାଗିଥିବା ୨୦ ହଜାର କୋଟି ଟଙ୍କା କାହାର ବୋଲି ପୁଣି ପ୍ରଶ୍ନ କରିଥିଲେ। ଗୁଲାମଙ୍କୁ ଛାଡ଼ି ଅନ୍ୟ ୪ କଂଗ୍ରେସ ନେତା ବିଜେପିରେ ସାମିଲ ହୋଇ ସାରିଛନ୍ତି। 

Congress Ghulam Nabi Azad Adani Enterprises
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe