/odisha-reporter/media/post_attachments/uploadimage/library/16_9/16_9_0/IMAGE_1676303414.jpg)
Rahul Gandhi
ଆଦାନୀ ଗ୍ରୁପ ବିବାଦକୁ ନେଇ ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଇଥିବା ଭାଷଣକୁ କାଟଛାଣ୍ଟ କରାଯାଇଛି। ସେ କହିଥିବା ଅଧିକାଂଶ କଥାକୁ ସଂସଦୀୟ ରେକର୍ଡରୁ ବାଦ ଦିଆଯାଇଛି। ଏହାକୁ ନେଇ ଆଜି ରାହୁଲ ଗାନ୍ଧି ପୁଣିଥରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋତେ ଅପମାନିତ କରଛନ୍ତି ଓ ତାଙ୍କ ଶବ୍ଦକୁ ହଟାଯାଇନି। କିନ୍ତୁ ମୋର ଅଧିକାଂଶ ଶବ୍ଦକୁ ହଟା ଯାଇଛି ଓ ଏହାକୁ ସଂସଦର ରେକର୍ଡକୁ ନିଆଯାଇ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ସଂସଦ ଭିତରେ ମୋତେ ସିଧାସଳଖ ଅପମାନିତ କରିଛନ୍ତି। ସେ ସିଧାସଳଖ ମୋତେ ପଚାରିଛନ୍ତି ଯେ କାହିଁକି ମୋ ସରନେମ ନେହରୁ ନ ହୋଇ ଗାନ୍ଧି ହୋଇଛି। ତେଣୁ ଦେଶର ପ୍ରଧାନମନ୍ତ୍ରୀ ମୋତେ ସିଧାସଳଖ ଅପମାନିତ କରିଛନ୍ତି ଓ ତାଙ୍କ ଶବ୍ଦକୁ ହଟାଯାଇନି।
ହେଲେ ଏଥିରେ ମୋତେ କୌଣସି ଫରକ ପଡ଼ୁନି। ସବୁବେଳେ ସତ୍ୟ ହିଁ ସାମ୍ନାକୁ ଆସିଥାଏ। ଆପଣମାନେ ସମସ୍ତେ ଗୋଟିଏ କଥା ମନେ ରଖନ୍ତୁ ମୁଁ କହିବା ବେଳେ ମୋ ମୁହଁକୁ ଦେଖନ୍ତୁ ଓ ସେ କହିଲା ବେଳେ ତାଙ୍କ ମୁହଁକୁ ଚାହାନ୍ତୁ। ସାଧାଣତଃ ଓ ସମ୍ଭବତଃ ଏକଥା ମୋଦି ଜାଣି ନାହାନ୍ତି ଯେ ଭାରତରେ ଆମ ମାନଙ୍କ ସରନେମ ବାପାଙ୍କ ସରନେମ ଅନୁସାରେ ହୋଇଥାଏ।”
ସଂସଦରେ ସେ ଦେଇଥିବା ଭାଷଣକୁ ମନେ ପକାଇ ରାହୁଲ ଗାନ୍ଧି କହିଛନ୍ତି, “କିଛି ଦିନ ତଳେ ମୁଁ ସଂସଦରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ଓ ଗୌତମ ଆଦାନୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ କହିଥିଲି। ମୁଁ ବେଶ ନମ୍ର ଓ ଶାନ୍ତ ସ୍ୱରରେ ଭାଷଣ ଦେଇଥିଲି। ମୁଁ କୌଣସି ପ୍ରକାରର ଖରାପ ଶବ୍ଦ ପ୍ରୟୋଗ କରି ନଥିଲି।
କାହାକୁ ଅଭଦ୍ର ବ୍ୟବହାର କରି ନଥିଲି। ମୁଁ କେବଳ କିଛି ତଥ୍ୟ ଉପସ୍ଥାପନ କରିଥିଲି। ମୁଁ କେବଳ ଏତିକି କହିଥିଲି ଯେ କେମିତି ଶ୍ରୀ ଆଦାନୀ ପ୍ରଧାନମନ୍ତ୍ରୀଙ୍କ ସହ ବିଦେଶ ଗସ୍ତରେ ଯାଇଥିଲେ ଓ ଏହାପରେ ତାଙ୍କୁ ବିଭିନ୍ନ ପ୍ରକଳ୍ପର କଣ୍ଟ୍ରାକ୍ଟ ମିଳିଥିଲା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
