Advertisment

ରାହୁଲ-ନୀତୀଶଙ୍କ ବୈଠକ, ବିରୋଧୀଙ୍କୁ ଏକାଠି କରିବାକୁ ଐତିହାସିକ ପଦକ୍ଷେପ କହିଲା କଂଗ୍ରେସ

ଏହି ୩ ପ୍ରମୁଖ ଦଳ ଏକାଠି ବୈଠକ କରିଥିବା ବେଳେ କଂଗ୍ରେସ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

୨୦୨୪ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି। କ୍ଷମତାସୀନ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ଦିଲ୍ଲୀରେ ବୈଠକ କରିଛନ୍ତି କଂଗ୍ରେସ, ଜନତା ଦଳ (ୟୁନାଇଟେଡ) ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଟପ ନେତା। ଏହି ୩ ପ୍ରମୁଖ ଦଳ ଏକାଠି ବୈଠକ କରିଥିବା ବେଳେ କଂଗ୍ରେସ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛି।

Advertisment

ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ତେଜସ୍ୱୀ ଯାଦବ, ଜେଡିୟୁର ସଭାପତି ରାଜୀବ ରଞ୍ଜନ, ଆରଜେଡିର ରାଜ୍ୟସଭା ସାଂସଦ ମନୋଜ କୁମାର ଓ କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ନୀତୀଶ କୁମାର ମଙ୍ଗଳବାର ଆରଜେଡିର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ସହ ବୈଠକ କରିଥିଲେ।

ଆଜିର ବୈଠକର ପରେ ଖଡଗେ କହିଛନ୍ତି, “ଏହା ଏକ ଐତିହାସିକ ବୈଠକ ଥିଲା। ଆଗାମୀ ନିର୍ବାଚନଗୁଡ଼ିକରେ ସବୁ ବିରୋଧୀଙ୍କୁ ଏକାଠି କରିବା ଏହି ବୈଠକର ଲକ୍ଷ୍ୟ।” ରାହୁଲ ଗାନ୍ଧି କହିଛନ୍ତି, “ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଗୋଟିଏ ଐତିହାସିକ ପଦକ୍ଷେପ ନିଆଯାଇଛି। ଏହା ଏକ ପ୍ରକ୍ରିୟା। ଦେଶ ପାଇଁ ବିରୋଧୀଙ୍କ ଆଭିମୁଖ୍ୟଙ୍କୁ ଏହା ବିକଶିତ କରିବ।”

Advertisment

ବିରୋଧୀଙ୍କୁ ଏକାଠି କରିବାକୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ନୀତୀଶ କୁମାର କହିଛନ୍ତି ଯେ ଅଧିକରୁ ଅଧିକ ଦଳକୁ ଏକାଠି କରିବା ଓ ଏକାଠି କରିବା ପାଇଁ ଉଦ୍ୟମ କରାଯାଉଛି।

କଂଗ୍ରେସ ଅଧ୍ୟକ୍ଷ ଖଡଗେ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ “ଆମେ ସମ୍ବିଧାନକୁ ସୁରକ୍ଷା ଦେବୁ ଓ ଦେଶକୁ ବଞ୍ଚାଇବୁ। ବିରୋଧୀ ଦଳଗୁଡ଼ିକ ଲୋକଙ୍କ ସ୍ୱର ଉଠାଇବେ ଓ ଦେଶକୁ ଗୋଟିଏ ନୂତନ ଦିବ ଦେବାକୁ ପ୍ରତିଶ୍ରୁତିବଦ୍ଧ।” ଖଡଗେ ବିରୋଧୀ ମେଣ୍ଟ ସମ୍ପର୍କରେ ଡିଏମକେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମଧ୍ୟ କଥା ହୋଇଛନ୍ତି।

୨୦୨୪ ସାଧାଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ବିରୋଧରେ ରଣନୀତିକୁ ଚୂଡ଼ାନ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ମଧ୍ୟ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଚେଷ୍ଟା କରୁଛନ୍ତି। କିଛି ରାଜନୀତିକ ଦଳ ନିଜର ପକ୍ଷ ସ୍ପଷ୍ଟ କରିଥିଲେ ହେଁ ଆଉ କିଛି ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି।

ଉଦାହରଣ ସ୍ୱରୂପ ଟିଏମସିକୁ ନିଆଯାଇପାରେ। ପୂର୍ବରୁ ଦଳ ଘୋଷଣା କରିଥିଲା ଯେ ଟିଏମସି ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ। ହେଲେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।

ଆଉ ଗୋଟିଏ ପ୍ରମୁଖ ବିରୋଧୀ ଦଳ ହେଲେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌। ନିକଟରେ ଆପ୍‌କୁ ଜାତୀୟ ଦଳର ମାନ୍ୟତା ମିଳିଛି। ହେଲେ କେଜ୍ରିୱାଲ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି।

Congress Rahul Gandhi Nitish Kumar JDU RJD Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe