Advertisment

ମୋଦିଙ୍କ ‘୯୧ ଥର ଗାଳି’ ଅଭିଯୋଗ ପରେ ଜବାବ ରଖିଲେ ରାହୁଲ ଗାନ୍ଧି

କର୍ଣ୍ଣାଟକାରେ ବିଜେପି କରିଥିବା କାମ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ପରିବର୍ତ୍ତେ ନିଜ ସମ୍ପର୍କରେ ସମସ୍ତଙ୍କୁ କହି ଚାଲିଛନ୍ତି। କ’ଣ କାମ କରିଛ ବୋଲି ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘୯୧ ଥର ଗାଳି’ ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବିରୋଧୀ ଦଳ ଗୁଡ଼ିକ ତାଙ୍କ ବିରୋଧୀ ୯୧ଥର ଅପଶବ୍ଦ ବ୍ୟବହାର କରିଥିବା ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଥିଲେ। ଏହାର ଜବାବରେ ରାହୁଲ ଗାନ୍ଧି କହିଛନ୍ତି ଯେ ନରେନ୍ଦ୍ର ମୋଦି ଜାଣିବା ରଖିବା ଦରକାର ଯେ କର୍ଣ୍ଣାଟକା ନିର୍ବାଚନ ତାଙ୍କ ଉପରେ ହେଉନାହିଁ।

Advertisment

କର୍ଣ୍ଣାଟକାରେ ବିଜେପି କରିଥିବା କାମ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ପରିବର୍ତ୍ତେ ନିଜ ସମ୍ପର୍କରେ ସମସ୍ତଙ୍କୁ କହି ଚାଲିଛନ୍ତି। କ’ଣ କାମ କରିଛ ବୋଲି ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି। 

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା ରାହୁଲ ଗାନ୍ଧି ଆଜି ତୁମାକୁରୁ ଜିଲ୍ଲାରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଆପଣ(ମୋଦି) କର୍ଣ୍ଣାଟକା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଛନ୍ତି। କିନ୍ତୁ ଆପଣ କର୍ଣ୍ଣାଟକା ବିଷୟରେ କିଛି ବି କହୁ ନାହାନ୍ତି।

Advertisment

ଆପଣ ନିଜ ବିଷୟରେ କହୁଛନ୍ତି। ଗତ ୩ ବର୍ଷ ମଧ୍ୟରେ କର୍ଣ୍ଣାଟକା ପାଇଁ ଆପଣ କ’ଣ କରିଛନ୍ତି, ସେକଥା କୁହନ୍ତୁ। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟ ପାଇଁ ଆପଣ କ’ଣ କରିବେ, ସେକଥା ଆପଣଙ୍କ ଭାଷଣରେ ରହିବା ଉଚିତ। ଆପଣ ଯୁବଗୋଷ୍ଠୀ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୁର୍ନୀତି ବିରୋଧରେ କ’ଣ କରିଛନ୍ତି, ସେକଥା କୁହନ୍ତୁ।

ଏହି ନିର୍ବାଚନ କେବଳ ଆପଣଙ୍କ ଉପରେ ହେଉ ନାହିଁ। ଏହା କର୍ଣ୍ଣାଟକାବାସୀ ଓ ସେମାନଙ୍କ ଭବିଷ୍ୟତ ପାଇଁ ହେଉଛି। ଆପଣ କହୁଛନ୍ତି କଂଗ୍ରେସ ଆପଣଙ୍କୁ ୯୧ ଥର ଗାଳି ଦେଇଛି। କିନ୍ତୁ ଆପଣ କର୍ଣ୍ଣାଟକା ପାଇଁ କ’ଣ କରିଛନ୍ତି, ସେକଥା କହୁ ନାହାନ୍ତି। ଆପଣ ନିଜର ପରବର୍ତ୍ତୀ ଭାଷଣରେ କର୍ଣ୍ଣାଟକା ପାଇଁ କ’ଣ କରିଛନ୍ତି ଓ ୫ ବର୍ଷରେ କ’ଣ କରିବେ, ସେକଥା କୁହନ୍ତୁ।”

ଶନିବାର ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ତାଙ୍କ ପ୍ରତି ପ୍ରୟୋଗ କରିଥିବା ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିଥିଲେ। ଏଥିସହ କଂଗ୍ରେସ ଓ ଏହାର ନେତାମାନେ ତାଙ୍କୁ ୯୧ଥର ବ୍ୟକ୍ତିଗତ ସ୍ତରକୁ ଯାଇ ଗାଳି କରିଥିବା ଅଭିଯୋଗ କରିଥିଲେ।

ଆଜିର ଭାଷଣରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେବା ସହ ଦଳ କର୍ଣ୍ଣାଟକା ପାଇଁ କ’ଣ ସବୁ କରିବ, ତା’ର ତଥ୍ୟ ମଧ୍ୟ ସମସ୍ତଙ୍କୁ ଦେଇଛନ୍ତି। ଗୃହ ଜ୍ୟୋତି ଯୋଜନାରେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ଅନ୍ନ ଭାଗ୍ୟ ଯୋଜନାରେ ପ୍ରତି ବିପିଏଲ ପରିବାରର ସଦସ୍ୟଙ୍କୁ ୧୦ କେଜି ଲେଖାଏ ଚାଉଳ, ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଗ୍ରାଜ୍ୟୁଏଟ ମାନଙ୍କୁ ମାସିକ ୩ ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫ଶହ ଟଙ୍କାର ଭତ୍ତା ଏବଂ ମହିଳାମାନଙ୍କୁ ସକ୍ଷୀ ଯୋଜନାରେ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ ବୋଲି ରାହୁଲ ଗାନ୍ଧି ପ୍ରତିଶ୍ରୁତି ଦେଇଛନ୍ତି।

Karnataka Rahul Gandhi Karnataka Polls 2023